ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାତ୍ମା ଜ୍ୟୋତିବା ଫୁଲେଙ୍କ ତିରୋଧାନ ଦିବସ ପାଳିତ

ମହାତ୍ମା ଜ୍ୟୋତିବା ଫୁଲେଙ୍କ ତିରୋଧାନ ଦିବସ ପାଳିତ

ଜୁନାଗଡ଼,୨୦/୧୧(ମ ନି ସ)ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଆମ୍ବେଦକର ଷ୍ଟେଚୁ ସମ୍ବୁଖରେ ମହାତ୍ମା ଜ୍ୟୋତିଭା ଫୁଲେଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି।ସଂଗ୍ରାମ ସମିତିର ସଭାପତି ରଞ୍ଜନ ଜାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ଜୁନାଗଡ଼ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରୀ,ଜୁନାଗଡ଼ ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଳଚନ୍ଦ୍ର ବାଗ,ବାଲାଜୀ ଯାଦବ, ଯୋଗଦେଇଥିଲେ ।ମହାତ୍ମା ଜ୍ୟୋତିଭା ଫୁଲେଙ୍କ ଫୋଟୋ ଚିତ୍ରରେ ସମସ୍ତ ଅତିଥି ଓ ସଂଗଠନର ସଦସ୍ୟ ମାନେ ପୁଷମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନକରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।ମହାତ୍ମା ଜ୍ୟୋତିଭା ଫୁଲେ ତାଙ୍କର ଜୀବନ କାଳରେ ସମାଜ ସଂସ୍କାର କାର୍ଯ୍ୟ କରି ,ଅସ୍ପୃଶ୍ୟତା, କୁସଂସ୍କାର,ନାରୀ ଶିକ୍ଷ୍ୟା ଉପରେ କାର୍ଯ୍ୟକରି ସାମାଜିକ ସମାନତା ଆଣିବାରେ ଯୁଗାନ୍ତକାରୀ କାର୍ଯ୍ୟ କରିଯାଇଛନ୍ତି।,ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସମ୍ବିଧାନ ପ୍ରଣେତା ବାବା ସାହେବ ଡା. ଭୀମରାଓ ଆମ୍ବେଦକର ଦଳିତ, ନିଷ୍ପେସିତ ଓ ସାଧାରଣ ଜନତାଙ୍କ ପାଇଁ ସମାନ୍ତରାଳ ବିକାଶ ପାଇଁ ଭାରତର ସମ୍ବିଧାନ ପ୍ରଣୟନ କରିଛନ୍ତି।ଏଣୁ ପୂଜ୍ୟ ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ବିକାଶ ପାଇଁ ସଂଗଠିତ ହୋଇ ସମସ୍ତେ କାର୍ଯ୍ୟକରିବାକୁ ଆହ୍ୱାନ କରାଯାଇଥିଲା। ଏହି ଅବସରରେ ଜାତୀୟ ପ୍ରାକୃତିକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ତୃତୀୟ ସ୍ଥାନ ଅଧିକାର କରିଥିବା ନଦୋଳ ଗ୍ରାମରଏକାମ୍ବର କର ଙ୍କୁ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥି ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା।ଏହିକାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଘର ବରିଷ୍ଠ ସଦସ୍ୟ ନରେନ୍ଦ୍ର କ୍ଷିତି ଓ ହିମାଂଶୁଶେଖର ବରାଡ଼ ।ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ପୂର୍ନେନ୍ଦୁ ମାଝୀ, ସୁଶାନ୍ତ ନାଏକ, ଅଞ୍ଜନ କ୍ଷିତି, ରିଷୀ କ୍ଷିତି, ଘନ କ୍ଷିତି,ଆଦିତ୍ୟ ମହାନ୍ତି, ବିମଲ ସତପଥୀ,ଭୋକରଧନ ଧଙ୍ଗଡା ମାଝୀ, ଦୁର୍ୟୋଧନ ମାଝୀ, ରୋହିତ ବାଗ, ରତନ ଧଙ୍ଗଡାମାଝୀ,ତ୍ରିଲୋକ୍ୟ ପାଣିଗ୍ରାହୀ,ଗୌରାଙ୍ଗ ବାଗ, ପ୍ରମୁଖ ଉପସ୍ଥିତ ରହିଥିଲେ।ଶେଷରେ ନରେନ୍ଦ୍ର କ୍ଷିତି ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଶ୍ରୀରାମ ପ୍ରତିଧ୍ୱନୀରେ ମୁଖରିତ ହେଲା ସମଗ୍ର ଜୁନାଗଡ଼

Sunil Chandra Nayak

ଝରିଗାଁ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ପରିସର ରେ ଜିଲ୍ଲାସ୍ତରୀୟ ଜନ ଔଷଧି ଦିବସ ପାଳିତ

masiha

Leave a Comment

error: Content is protected !!