ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ଠାରେ ଗ୍ରାମୀଣ ସଚେତନତା ସମାବେଶ

ଜୁନାଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ଠାରେ ଗ୍ରାମୀଣ ସଚେତନତା ସମାବେଶ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡା ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ଓ ମୁଣ୍ଡରାଗୁଡା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘର ମିଳିତ ଆନୁକୂଲ୍ୟରେ ଗ୍ରାମୀଣ ସଚେତନତା ସମାବେଶ ଆୟୋଜିତ ହେଇଯାଇଛି। ଜିପିଏଲଏଫ୍ ସଭାନେତ୍ରୀ ଅଞ୍ଜଳି ମୁଣ୍ଡ ଙ୍କ ସଭାପତିତ୍ୱରେ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା ମୂଖ୍ଯ ଅତିଥି ଭାବେ ଯୋଗଦେଇ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ମାରୱାଡି ମହିଳା ସମିତି ଜୁନାଗଡ଼ ସଭାନେତ୍ରୀ କାନ୍ତା ମିତ୍ତଲ, ସମାଜସେବୀ ଚିନ୍ମୟ ବେହେରା, ଯୁବ ସଂଗଠକ ପ୍ରଭାତ ଦାସ, କ୍ଷମାଶୀଳା ଛତ୍ରିଆ, ଜୟସେନ ନାଏକ, ଶିକ୍ଷାବିତ ଧିରେନ୍ଦ୍ର ମେହେର, ପ୍ରବୀଣ ପଣ୍ଡା ପ୍ରମୂଖ ଯୋଗଦାନ କରି ଗାଁ ର ଅର୍ଥନୀତି ଓ ସାମାଜିକ ବିକାଶରେ ଦେଶର ବିକାଶ ବୋଲି ମତପ୍ରକାଶ କରିବା ସହ ନେତାଜୀଙ୍କ ତ୍ୟାଗପୁତ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଗଠନ ସଂପାଦକ ଅବିନାଶ ମୁଣ୍ଡ ସ୍ବାବଲମ୍ବୀ, ସ୍ୱ ରୋଜଗାର ଓ ମହିଳା ସଶକ୍ତିକରଣ ସମ୍ବନ୍ଧରେ ସମବେତ ସମାବେଶ କୁ ସଚେତନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସସ୍ମିତା ନାଏକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୋଷ୍ଠୀ ସହାୟିକା ପଦ୍ମାବତୀ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ମୁଣ୍ଡରାଗୁଡା ଗ୍ରାମ ର ଆଖପାଖ ଅଞ୍ଚଳରୁ ୬୦ରୁ ଉର୍ଦ୍ଧ୍ବ ଗରିବ ଅସହାୟ ବ୍ୟକ୍ତି ଓ ବିଧବା ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ମାରୱାଡି ମହିଳା ସମିତି ସଦସ୍ୟା ଓ ଜିପିଏଲଏଫ୍ କର୍ମୀମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସଞ୍ଜୟ କୁମାର ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଭିନ୍ନ କ୍ଲୋଷ୍ଟରରେ ଆଞ୍ଚଳିକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଯାଇଥିବା ଦାଦନ, ଘରକୁ ଫେରିଲେ ପଙ୍ଗୁ ହୋଇ

ବିଦାୟ କାଳୀନ ସମ୍ବର୍ଦ୍ଧନ

Sunil Chandra Nayak

Leave a Comment

error: Content is protected !!