ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାକୁ 11 ସ୍ୱର୍ଣ୍ଣ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନୀ ଟ୍ରଫି

ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାକୁ 11 ସ୍ୱର୍ଣ୍ଣ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନୀ ଟ୍ରଫି

ଢେଙ୍କାନାଳ (ମନିସ )10/2/24 // ମହାରାଷ୍ଟ୍ରର ପୁନେ ସହର ସ୍ଥିତ ନିୟୁ ପ୍ରଭୁ ଶ୍ରୀଲର୍ନ ପରିସରରେ ଭାରତର ବିଭିନ୍ନ ତାଇକୋଣ୍ଡୋ ଏକାଡେମୀ, ଆସୋସିଏସନ ଓ କ୍ଲବର ମିଳିତ ଆନୁକୂଲ୍ୟରେ ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଚଳିତ ମାସ 27 ଓ 28 ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ରାଜ୍ୟକୁ ଢେଙ୍କାନାଳ ଟିମ ପ୍ରତିନିଧିତ୍ଵ କରିବା ପାଇଁ 25 ତାରିଖ ଦିନ ପୁନେ ଗ୍ରସ୍ଥ କରିଥିଲେ । ଆଜି ଅପରାହ୍ନରେ କୃତି ଖେଳାଳୀ ମାନଙ୍କୁ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଢେଙ୍କାନାଳ ମଗଜି ଖୁଆଇ ସଫଳତା ପାଇଁ ପ୍ରଶଂସା କରିଥିଲେ ।। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ଜିଲ୍ଲା କାର୍ଯ୍ୟାଳୟରେ ଉତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ପାଇଁ ପଦକ ଜିତି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ହାସଲ କରିବାଥିବାରୁ ଖେଳାଳି ମାନଙ୍କୁ ଶୁଭେଚ୍ଛା ଦେବା ସହ କୋଚ୍ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରତିଯୋଗୀ ଗାୟତ୍ରୀ ମିଶ୍ର, ଆରୁଷି ପରିଡ଼ା, ଆଦ୍ୟଶା ମିଶ୍ର, ଇନ୍ଦ୍ରଜିତ ସାହୁ, ପ୍ରିୟାଂଶୁ ପ୍ରତୀକ କନର, ଶୁଭ୍ରାଂଶୁ ସାହୁ, ରୌପ୍ୟ ପଦକ ହାସଲ କରିଥିବା ପ୍ରତିଯୋଗୀ ହେଲେ ଜାଜ୍ଞାଶ୍ରୀ ଶତପଥୀ, ଅମ୍ରିତା ସାହୁ,ସାଇ ଆଦର୍ଶ ମିଶ୍ର, ସାଇ ସୋହନ ମଲ୍ଲିକ, ଯୁବରାଜ ସାହୁ ଏବଂ କାଂସ୍ୟପଦକରେ ୟଶୀତା ବରିହା, ଶ୍ରେୟା ଶତପଥୀ ଓ ସାହିଲ ପୃଷ୍ଟି ରହିଛନ୍ତି । ସବ୍ ଜୁନିୟର, କ୍ୟାଡେଟ୍, ଜୁନିୟର ଓ ସିନିୟର ବିଭିନ୍ନ ଓଜନ ବିଭାଗରେ କ୍ୟୁରୋଗୀରେ ହାସଲ କରିଥିଲା ବେଳେ ପୁମସେ ପ୍ରତିଯୋଗିତାରେ ଭାଗନେଇ 5 ସ୍ୱର୍ଣ୍ଣ, 4 ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ହାସଲ କରିବା ସଙ୍ଗେ ସଙ୍ଗେ ସମୁଦାୟ 11 ସ୍ୱର୍ଣ୍ଣ, 9 ରୌପ୍ୟ ଏବଂ 4 କାଂସ୍ୟ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନ ଟ୍ରଫି ମଧ୍ଯ ଓଡ଼ିଶା ଟିମ ପାଇଁ ହାସଲ କରିଛନ୍ତି । ଏହି ଗ୍ରସ୍ତରେ ଟିମ ସହିତ ମ୍ୟାନେଜର ଭାବେ ରୁଦ୍ରନାରାୟଣ ଶତପଥୀ, ନର୍ମଦା ମଲ୍ଲିକ ଏବଂ କୋଚ୍ ଭାବରେ ଆମେଚର ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଗ୍ରସ୍ଥ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସି ପି ଏମ ପ୍ରିମିୟମ ଲିଗ୍ ଫାଇନାଲ ମ୍ୟାଚ ଅନୁଷ୍ଠିତ 

Sunil Chandra Nayak

ରାୟଗଡା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଆଇସିଏନ୍ ମୁମ୍ବାଇ ରେ ଢେଙ୍କାନାଳ ଜିଲ୍ଲାର ଯୁବକଙ୍କ ସଫଳତା

Leave a Comment

error: Content is protected !!