ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଡ଼ାକଡ଼ିଭାବେ ପାଳନ ହେବ ନିର୍ବାଚନ ଆଦର୍ଶ ଆଚରଣ ବିଧି 

କଡ଼ାକଡ଼ିଭାବେ ପାଳନ ହେବ ନିର୍ବାଚନ ଆଦର୍ଶ ଆଚରଣ ବିଧି 

କେନ୍ଦ୍ରାପଡ଼ା, ତା ୧୭/୦୩: ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ିଭାବେ ପାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ । ଭାରତର ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ପ୍ରଣୀତ ଆଦର୍ଶ ଆଚରଣ ବିଧିକୁ ଅନୁପାଳନ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କଥା ପ୍ରକାଶ କରିଥିଲେ । ଭାରତର ମୁଖ୍ୟ ନିର୍ବାଚନ କମିସନରଙ୍କ ନିର୍ବାଚନ ତାରିଖ ଘୋଷଣାବେଳଠୁ ନିର୍ବାଚନ ଆଚରଣ ବିଧ ଲାଗୁ ହୋଇସାରିଥିବା ବେଳେ ଇସ୍ୟୁ ରେଜିଷ୍ଟର୍‌କୁ ସିଲ୍ କରାଯାଇଛି । ନୂତନ କାର୍ଯ୍ୟାଦେଶ ନଦେବା ଓ ନୂତନ କାର୍ଯ୍ୟ ଆରମ୍ଭ ନକରିବା ପାଇଁ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାନର ଓ ହୋର୍ଡିଂ ହଟାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଦିଆଯାଇଛି । କହିଥିଲେ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ । ଖବର ପ୍ରସାରଣ କରିବା ପୂର୍ବରୁ ଏହାର ସତ୍ୟତାକୁ ଯାଂଚ କରିବା ପାଇଁ ସେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆହ୍ୱାନ ଜଣାଇଥିଲେ । ଗଣମାଧ୍ୟମର ନିଷ୍ଠା ଉପରେ ସୁସ୍ଥ ଗଣତନ୍ତ୍ରର ସମୃଦ୍ଧ ପରମ୍ପରା ନିର୍ଭର କରୁଥିବାରୁ ଫେକ୍ ନ୍ୟୁଜ୍‌ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ । 

ଚଳିତ ଥର କେନ୍ଦ୍ରାପଡ଼ା ଜିଲ୍ଲାରେ ଜୁନ୍ ୧ରେ ଭୋଟ୍ ଗ୍ରହଣ ହେବ । ଏଥିରେ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ୍ ୧୪୪୫ଟି ବୁଥ୍ ପ୍ରସ୍ତୁତ କରାଯାଇଛି । ଯାହା ଭିତରେ ମଡେଲ୍ ବୁଥ୍ ସଂଖ୍ୟା ରହିଛି ୧୪୭ । ମୋଟ୍ ୯୨ଟି ସଖୀ ବୁଥ୍ ପ୍ରସ୍ତୁତ କରାଯାଇଛି ଯେଉଁଠି କି ନିର୍ବାଚନ ପରିଚାଳନା କରିବେ ସମସ୍ତ ମହିଳା କର୍ମଚାରୀ । ଅର୍ଥାତ୍ ପ୍ରିଜାଇଡିଙ୍ଗ ଅଫିସର୍‌, ପୋଲିଙ୍ଗ୍ ଅଫିସର, ପୋଲିସ୍ ଅଫିସରମାନେ ସମସ୍ତେ ମହିଳା ରହିବେ । ଜିଲ୍ଲାରେ ମତଦାନ କରିବେ ୧୨, ୬୫, ୩୭୨ ଜଣ ଭୋଟର । ମହିଳା ଭୋଟରଙ୍କ ସଂଖ୍ୟା ୬,୦୮,୬୪୨ ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୬,୫୬,୬୭୮ ଏବଂ ଅନ୍ୟାନ୍ୟ ସଂଖ୍ୟା ରହିଛି ୫୨ । ନିର୍ବାଚନା ପରିଚାଳନା ପାଇଁ ୧୦୪୪୦ ଜଣ କର୍ମଚାରୀଙ୍କୁ ନିୟୋଜନ କରାଯିବ । ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ୬୦ ପ୍ରତିଶତରୁ ଅଧିକ ବୁଥ୍‌ରେ ସିସିଟିଭି କ୍ୟାମେରାର ବନ୍ଦୋବସ୍ତ କରାଯାଇଥିବା ବେଳେ ଅନ୍ୟ ୪୦ ପ୍ରତିଶତ ବୁଥ୍‌ରେ ମାଇକ୍ରୋ ଅବଜରଭର ଏବଂ ଭିଡିଓଗ୍ରାଫି ଟିମ୍ ନିୟୋଜନ କରାଯିବ । ନିର୍ବାଚନର ସ୍ୱଚ୍ଛତା ନିମନ୍ତେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍‌, ଭିଡିଓ ସର୍ଭେଲାନ୍ସ ଟିମ୍‌, ଭିଡିଓ ଭିୟୁଙ୍ଗ୍ ଟିମ୍‌, ଆକାଉଟିଙ୍ଗ୍ ଟିମ୍‌, ସେକ୍ଟର ଅଫିସର୍‌, ଆସିଷ୍ଟାଂଟ୍ ଏକ୍ସପେଣ୍ଡିଚର୍ ଅବଜରଭର, ଏମ୍‌ସିଏମ୍‌ସି ଆଦି ଗଠନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ସିକ୍ୟୁରିଟି ଆରେଂଜମେଂଟ୍ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, ଡେପୁଟି କଲେକ୍ଟର (ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ପ୍ରମୂଖ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ରିପୋର୍ଟ ମସିହା ନିୟୁଜ

Related posts

ରାୟଗଡ଼ା ରେ ସମାଜ ସେବୀ ତଥା ସ୍ଵାଧିନତା ସଂଗ୍ରାମୀ ମା ପାର୍ବତୀ ଗିରି ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ଫରଙ୍ଗ ରୁ କନନ୍ଦେନ ଯୋର ପର୍ଯ୍ୟନ୍ତ୧୨ଶହ ମିଟର ମରଣଯନ୍ତା ରାସ୍ତା କେବେ ହେବ ପିଚୁ

Sunil Chandra Nayak

ଖମାର ହଳଦୀ ବ୍ରିଜ଼ ନିକଟରେ ବାଇକ ରୁ ଖସି ପୋଲିସ ହୋମଗାର୍ଡ ଗୁରୁତର 

masiha

Leave a Comment

error: Content is protected !!