ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦାସିଗାଁ ପଞ୍ଚାୟତ ବାନନ୍ଦପଳା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ

ଦାସିଗାଁ ପଞ୍ଚାୟତ ବାନନ୍ଦପଳା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ

ଜୁନାଗଡ଼,, ତା.୩୦/୦୪(ମନିସ): କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ଭାରତୀୟ ଜନତା ପାର୍ଟି ତରଫରୁ ଦାସୀଗାଁ ବାନନ୍ଦପଳା ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ଏହି ମିଶ୍ରଣ ପର୍ବରେ ଏ ଅଞ୍ଚଳର ,ବିଶ୍ୱରଂଜନ ପ୍ରହରାଜ, ପିଣ୍ଟୁ ପ୍ରହରାଜ,ସନ୍ତୋଷ ଯୋଶୀ, ପବିତ୍ର ପାତ୍ର, ସିମାଞ୍ଚଳ ବାଗ, ଜୋତିଶ ମାଝୀ, ବନ୍ଦନା ବାଗ,ପୂର୍ବତନ ସମିତି ପବିତ୍ର ମାଝୀ,ଜନ୍ମେଜୟ ଗୋପାଳ, ନରହରି ବାଗ, ବସନ୍ତ ଯୋଶୀ, ଗୌରୀ ସୁନାନୀ, ଶମ୍ବୁ ସୁନାନୀ, ବାଣୁ ଲହଜଳ,ବୋଗରୁ ଗହୀର, ପରମେଶ୍ୱର ନାଏକ,ଲୋଚନ ଥପା,ଧନନ ଚଣ୍ଡୀ ସହ ୫୦୦ରୁ ଉର୍ଦ୍ଧ ବିଜେପି ରେ ସାମିଲ ହୋଇଥିଲେ |  ଏହି ପର୍ବ ରେ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ ମେହେର ଅଧ୍ୟକ୍ଷତା କରିଥିଲେ | ଚିଲିଗୁଡା ଠାରୁ ମଟର ସାଇକେଲରେ ଶୋଭାଯାତ୍ରାରେ ନିଜ ସମର୍ଥକ ଙ୍କ ସହିତ ବାନନ୍ଦପଳା ଗ୍ରାମ କୁ ପହଞ୍ଚି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ | ଏହି ଶୋଭାରେ ଜିଲ୍ଲା ଉପସଭାତି ଅଜୟ ପାଣିଗ୍ରାହୀ, ହିମାଂଶୁ ବରାଡ, ଜଗା ମହାନ୍ତି, ସୁଧାଂଶୁ ବରାଡ, ମଞ୍ଚସିନା ଥିଲେ | ଧନ୍ୟବାଦ ଦେଇଥିଲେ ଅଂଶୁମାନ ଯୋଶୀ | ବାନନ୍ଦପଳା ଠାରୁ ମୁଣ୍ଡରାଗୁଡା, ଚିଲକପୁର ଓ ଗୁର୍ଜିଗୁଡା ଅଞ୍ଚଳକୁ ଭୋଟ ପ୍ରଚାର କରିବାକୁ ଯାଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବହଳଦା ବ୍ଲକ ୨୫ ନଂ ଜୋନର କଂଗ୍ରେସ ଦଳ ର କର୍ମକର୍ତ୍ତାମାନଙ୍କ ବୁଥ୍ ଲେବେଲ ବୈଠକ 

ଭାରତ ର ମହାନରାଷ୍ଟ୍ର ନାୟକ ପୂର୍ବତନ ପ୍ରାଧନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଦିନ  ଚାନ୍ଦି ବାଉଁଶ ମୂଳ ଠାରେ  ମହା ସମାରୋହ ରେ ପାଳିତ

Sunil Chandra Nayak

ଜିଲ୍ଲା ରେ ସୁନିଶ୍ଚିତ ମରୁଡି ପରିସ୍ଥିତି କୁ ଆଶଙ୍କା କରି ଜିଲ୍ଲା କଂଗ୍ରେସ କମିଟି କଲା ଏକ ଜରୁରୀ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!