ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ପାଢିଆ ଧର୍ମଶାଳା ପରିସରରେ ବିଜେଡି ଆପ୍ରବାସୀ ସାମ୍ମୁଖ୍ୟ ର କର୍ମି ସମ୍ମିଳନୀ

ରାଇରଙ୍ଗପୁର ପାଢିଆ ଧର୍ମଶାଳା ପରିସରରେ ବିଜେଡି ଆପ୍ରବାସୀ ସାମ୍ମୁଖ୍ୟ ର କର୍ମି ସମ୍ମିଳନୀ

 ମୟୂରଭଞ୍ଜ -୧୬/୦୫ ( ମସିହା) ନିର୍ବାଚନ ତାତି ଜୋରଧରିଲାଣି । ଆସନ୍ତା ଜୁନ ୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ବିଜେଡି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଜୋରଦାର ପ୍ରସ୍ତୁତି କରିଚାଲିଛି ।ବିଜେଡି ର ଆପ୍ରବାସୀ ସାମ୍ମୁଖ୍ୟ ତରଫରୁ ରାଇରଙ୍ଗପୁର ପାଢିଆ ଧର୍ମଶାଳାରେ ଏକ କର୍ମି ସମ୍ମିଳନୀ ବିଜେଡି ଆପ୍ରଵାସୀ ସାମ୍ମୁଖ୍ୟ ମୟୂରଭଞ୍ଜ (୨) ଜିଲ୍ଲା ସଂଯୋଜକ ଅରବିନ୍ଦ ବାଗାଡିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ, ରାଜ୍ୟ ବିଜେଡି ଆପ୍ରବାସୀ ସଂପାଦକ ଭିକି ଶର୍ମା, ଜିଲ୍ଲା ବିଜେଡ଼ି ସଭାନେତ୍ରୀ ତନୁଜା ମହାନ୍ତ,ନଗର ବିଜେଡି ସଭାପତି ପ୍ରଭାତ ପଟ୍ଟନାୟକ, ବରିଷ୍ଠ ବିଜେଡ଼ି ନେତା ଆଡଭୋକେଟ ପଙ୍କଜ ଦାସ,ଆଡଭୋକେଟ ଗୌରୀ ଦତ୍ତ, ସମାଜସେବୀ ମଙ୍ଗଳ ସୋରେନ କ୍ରୀଷ୍ଣା ଶର୍ମା,ଜୟା ଗୁପ୍ତା ,ସୁମନ ଶର୍ମା,ଲତିକା ସାଓ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବିହାରୀ,ମାରଓ୍ବାଡୀ,ଗୁଜୁରାଟୀ ସଂପ୍ରଦାୟର ବହୁ ପୁରୁଷ ଓ ମହିଳାମାନେ ଯୋଗ ଦେଇଥିଲେ । ରାଇରଙ୍ଗପୁର ସହରର ବିକାଶ ଏବଂ ଏକ ବାଣିଜ୍ୟ ସହର ପରିଣତ କରିବାରେ ଆପ୍ରବାସୀ ମାନଙ୍କ ତ୍ୟାଗ,ନିଷ୍ଠା, କର୍ତ୍ତବ୍ୟ ଅବର୍ଣ୍ଣନୀୟ । ସେମାନଙ୍କ ର ସ୍ବତନ୍ତ୍ର ଧର୍ମ, ସଂସ୍କୃତି ,ପରଂପରା,ଭାଷା ଅଛି । ହେଲେ ସେମାନେ ସାମାଜିକ ବିକାଶ କ୍ଷେତ୍ରରେ ପଛୁଆ ଅଟନ୍ତି । ବହୁବିଧ ସମସ୍ୟା ଦେଇ ଗତି କରୁଛନ୍ତି ବୋଲି ଅପ୍ରବାସୀ ମାନେ କହିଥିଲେ ।ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ କହିଥିଲେ ମୁଖ୍ୟମନ୍ତ୍ରୀ ୪.୫ କୋଟି ଜନମାନସର ନେତା । ସେ ସବୁ ଧର୍ମ ଓ ଜାତିର ଲୋକଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ଆର୍ଥିକ, ସାମାଜିକ ବିକାଶ ପାଇଁ ସଦା ସର୍ବଦା ଚିନ୍ତିତ । ଯାହାକିଛି ସମସ୍ୟା ଅଛି ନିର୍ବାଚନ ର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ତାହାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ତେଣୁ ଆପଣମାନେ ଆସନ୍ତା ସାଧାରଣ ନିର୍ବାଚନରେ ସାଂସଦ ସୁଦାମ ମାରାଣ୍ଡି ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେବାପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।ପରେ ବିଧାୟକ ଉପସ୍ଥିତ ସମସ୍ତ କର୍ମିଙ୍କୁ ନିଜ ହାତରେ ଅନ୍ନପ୍ରସାଦ ବଣ୍ଟନ କରିଥିଲେ । ରାଜ୍ୟ ସଂପାଦକ ଭିକି ଶର୍ମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନାରୀ ନିର୍ଯାତନା,୬୦ ହଜାର ମହିଳା ନିଖୋଜ ନେଇ ରାଇରଙ୍ଗପୁରରେକଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା 

masiha

ବାରିପଦାରେ ହଜାର ହଜାର ମହିଳା ସମର୍ଥକଙ୍କୁ ନେଇ ବିଜେଡିର ଜୋନ ସ୍ତରୀୟ ବିଜୟ ସଭା ଅନୁଷ୍ଠିତ 

masiha

ଜିଲ୍ଲା କଂଗ୍ରେସ କମିଟି ର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!