ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ପ‍ାଘାତରେ ଯୁବକ ଗୁରୁତର , ୫ ଫୁଟ ଲମ୍ବର ଚନ୍ଦ୍ରନାଗ ଉଦ୍ଧାର

ସର୍ପ‍ାଘାତରେ ଯୁବକ ଗୁରୁତର , ୫ ଫୁଟ ଲମ୍ବର ଚନ୍ଦ୍ରନାଗ ଉଦ୍ଧାର

ବସ୍ତା ,୧୪।୬: ସିଂଲା ଥାନା ଅଧୀନସ୍ଥ ଗନ୍ଧିଆ ଗ୍ରାମରେ ଜୈନିକ ଯୁବକ ନଦୀକୁ ମାଛ ମାରିବାକୁ ଯିବା ଲାଗି ଘରର ଷ୍ଟୋର ରୁମରୁ ଜାଲ ବାହାର କରୁଥିବା ସମୟରେ ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଲେ ମୟୁରଭଂଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଝିଲିବଣି ଗ୍ରାମର କୁଶ ସିଂ। ସୂଚନା ଅନୁସାରେ ଏହି ଥାନା ଅଧୀନସ୍ଥ ଗନ୍ଧିଆ ଗ୍ରାମର ଶୁଭଙ୍କର ମଣ୍ଡଳଙ୍କର ଅନେକ ଗୁଡ଼ିଏ ନୌକା ରହିଛି।ପୋଡ଼ଶୀ ମୟୁରଭଂଜ ଜିଲାର ବୈଶିଙ୍ଗା ଥାନା ଅଞ୍ଚଳର କିଛି ଯୁବକ ତାଙ୍କ ଅଧୀନରେ ରହି ନଦୀରୁ ମାଛ ଧରି ପରିବାର ପ୍ରତିପୋଷଣ କରିଥାନ୍ତି। ଶୁକ୍ରବାର ସକାଳ ୧୦ଟାରେ ନଦୀକୁ ମାଛ ଧରିବାକୁ ଯିବା ଲାଗି କୁଶ ମାଲିକଙ୍କ ଷ୍ଟୋର ରୁମରୁ ଜାଲ ବାହାର କରୁଥିବା ସମୟରେ ଏକ ୫ଫୁଟ ଲମ୍ବର ଚନ୍ଦ୍ରନାଗଟିଏ ତାଙ୍କୁ ଦଂଶନ କରିଥିଲା। ଶୁଭଙ୍କର ଅନ୍ୟ ସହଯୋଗୀଙ୍କ ସହାୟତାରେ କୁଶଙ୍କୁ ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ।ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।ପରିବାର ଲୋକଙ୍କ ଠାରୁ ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସୁବ୍ରତ କୁମାର ପ୍ରଧାନ ପହଞ୍ଚି ଦେଢ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସାପଟିକୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ

masiha

ଶିକ୍ଷୟତ୍ରୀ ଙ୍କ ବଦଳୀ ର ପ୍ରତିବାଦ ଏବଂ ଶିକ୍ଷକ ନିଯୁକ୍ତି ଦାବିରେ ପୁଣି ଥରେ ବେହେରା ଗୁଡା ସ୍କୁଲ ରେ ତାଲା ପଡିଲା

Sunil Chandra Nayak

ଧର୍ମଗଡ ଠାରେ ମିଶନ ଶକ୍ତି ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!