ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରକ୍ଷୀ ଅଧିକ୍ଷକଙ୍କ ସହ କିନ୍ନର ସଂଘର ଆଲୋଚନା

ଆରକ୍ଷୀ ଅଧିକ୍ଷକଙ୍କ ସହ କିନ୍ନର ସଂଘର ଆଲୋଚନା

ନବରଙ୍ଗପୁର:(୧୬|୬)(ରବି ନାରାୟଣ ମହାନ୍ତି)ଜିଲ୍ଲା କିନ୍ନର ସଂଘ ର ସଦସ୍ୟ ମାନେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ଏବଂ କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଏବଂ ଆଇନ ପରାମର୍ଶଦାତା ତଥା ବରିଷ୍ଠ ଅଧିବକ୍ତା ରାମ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି କିନ୍ନର ମାନଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କଳାହାଣ୍ଡି ଜିଲ୍ଲାର ଜୟପାଟଣା ତଫସିଲ ର ମୁଖିଗୁଡ଼ା ନିବାସୀ ଦେବଲିନା ନାମକ କିନ୍ନର ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ କରି ଜବରଦସ୍ତି ଦୋକାନ ବଜାରରେଚାନ୍ଦା ଆଦାୟ କରୁଛି ଏବଂ ଚାନ୍ଦା ଦେବାକୁ କେହି ଯଦି ବାରଣ କରୁଛନ୍ତି ତେବେ ସେମାନଙ୍କ ସହ ଦୁର୍ବବ୍ୟବହାର କରୁଛି ଏବଂ ଜିଲ୍ଲା କିନ୍ନର ସଂଘର ସଭ୍ୟ ନ ହୋଇ ଏପରି ଅନୈତିକ ଭାବରେ ନବରଙ୍ଗପୁର ଜିଲ୍ଲାରେ ଚାନ୍ଦା ଆଦାୟ କରୁଥିବାରୁ ଦେବୋଲିନା କିନ୍ନର ସମେତ ଉମରକୋଟ ଅଞ୍ଚଳର କେତେଜଣ କିନ୍ନର ବୋଲାଇ ହୋଉ ଥିବା ବ୍ୟକ୍ତି ଚାନ୍ଦା ଆଦାୟ କରୁଛନ୍ତି । ଯେଉଁମାନଙ୍କ ନାମ ଜିଲ୍ଲା ପ୍ରଶାସନ ନିକଟରେ ରେଜିଷ୍ଟ୍ରିଭୁକ୍ତ ହୋଇନାହିଁ,ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆରକ୍ଷୀ ଅଧିକ୍ଷକଙ୍କୁ ସଂଘ ତରଫରୁ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଏଥି ପୂର୍ବରୁ ମଧ୍ୟ କଳାହାଣ୍ଡି ଜିଲ୍ଲାର ସଂପୃକ୍ତ କିନ୍ନର ଚାନ୍ଦା ଆଦାୟ କୁ ନେଇ ରାଇଘର କୁ ଆସି ନବରଙ୍ଗପୁର ଜିଲ୍ଲାର କିନ୍ନର ମାନଙ୍କ ସହ ମାରପିଟ୍ କରିଥିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଶେଷରେ ଆରକ୍ଷୀ ଅଧିକ୍ଷକ ଏ ସମସ୍ତ ଅଭିଯୋଗକୁ ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାର କିନ୍ନର ମାନେ ଚାନ୍ଦା ଗ୍ରହଣ କରିବା ଘେନି ଅନ୍ୟ ଜିଲ୍ଲା ଯାଉ ନାହାନ୍ତି ତତ୍ ସଙ୍ଗେ ସର୍ବଦା ସଂଘର ପରିଚୟ ପତ୍ର ଧରି ସଂଘର କର୍ମକର୍ତ୍ତା ବୁଲନ୍ତି ବୋଲି ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ। ସୂଚନା ଯୋଗ୍ୟ ଯେ ଜିଲ୍ଲାର କିନ୍ନର ମାନଙ୍କର ବିଭିନ୍ନ ସମସ୍ୟା ତୁରନ୍ତ ସମାଧାନ କରିବା ନିମନ୍ତେ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ପ୍ରତ୍ୟେକ ବ୍ଲକରେ ଏବଂ ପୌରପାଳିକା ରେ ବରିଷ୍ଠ ଓକିଲ ଏବଂ ସାମାଜିକ କର୍ମୀ ମାନଙ୍କୁ ସଂଘରେ ଅନ୍ତର୍ଭୁକ୍ତ କରାଯାଇଛି। ଆରକ୍ଷୀ ଅଧିକ୍ଷକଙ୍କ ସାକ୍ଷାତ ସମୟରେ କିନ୍ନର ସଂଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମୁକି କିନ୍ନର ସମେତ ସନା, ବର୍ଷା, ବଇଦି, କୁନି, ଇସ୍ପିତା, ପ୍ତିତି , ଗୁଗୁ କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନୀୟୁଜ୍ ସର୍ଭିସ୍ 

Related posts

ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ରେ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

masiha

ନୂଆପଡା ଜିଲ୍ଲା ଗ୍ରସ୍ତ ରେ ନଗର ଓ ଉନ୍ନୟନ ମନ୍ତ୍ରୀ

masiha

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ଦ୍ୱିତୀୟ ଅର୍ଘ୍ୟ : ‘ଆମ ଚତୁପାର୍ଶ୍ବରେ ବିଜ୍ଞାନ ବନାମ ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀତ ନୂତନ ଧାରଣା’ ବକ୍ତୃତା

masiha

Leave a Comment

error: Content is protected !!