ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ରଜ ପର୍ବ ପାଳିତ

ତେରେସିଂହାରେ ରଜ ପର୍ବ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଧୁମଧାମରେ ରଜ ପର୍ବ ପାଳିତ ହୋଇ ଯାଇଛି l ସେହିପରି ତେରେସିଂହା ଗ୍ରାମର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତିନି ଦିନ ଧରି ରଜ ପାଳିତ ହେଉଥିବା ଦେଖିବାକୁ ମିଳିଥିଲା l ରଜର ପ୍ରଥମ ଦିନକୁ ପହିଲି ରଜ କୁହାଯାଉଥିବା ବେଳେ ଏହି ଦିନ କୁମାରୀ ଝିଅ ମାନେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ସାରି ନୂତନ ପୋଷାକ ପରିଧାନ କରିଥିଲେ l ଝିଅ ମାନେ ହାତରେ ମେହେନ୍ଦି ଗୋଡ଼ରେ ଅଳତା ଲଗେଇ ସୁନ୍ଦର ହୋଇ ସଜେଇ ରଜଦୋଳି ଗୀତ ଗାଇ ଦୋଳି ଖେଳୁଥିବାର ଦେଖିବାକୁ ମିଳିଥିଲା l ଏହି ପର୍ବ ଝିଅମାନଙ୍କର ହୋଇ ଥିଲେ ହେଁ ଅନେକ ସ୍ଥାନରେ ପୁଅ ଝିଅ ଛୋଟରୁ ବଡ଼ ପର୍ଯ୍ୟନ୍ତ ମିଶି ଦୋଳିର ମଜା ନେଇଥିଲେ l ରଜର ମଝିର ଦିନକୁ ରଜ ସଂକ୍ରାନ୍ତି କୁହାଯାଉ ଥିବା ବେଳେ ଏହି ଦିନ ପୋଡ଼ ପିଠା ଓ ବିଭିନ୍ନ ପିଠା ତିଆରି ହୋଇଥିଲା l ଏହି ଦିନ କୁମାରୀ ଝିଅ ମାନେ ରଜ ପାନ ଭାଙ୍ଗି ସାହିର ବଡ଼ ମାନଙ୍କୁ ରଜ ପାନ ଦେଇ ଆଶୀର୍ବାଦ ନେଇଥିଲେ l ତା ପର ଦିନ ଅର୍ଥାତ୍ ଆଷାଢ଼ ଦ୍ୱିତୀୟ ଦିନ କୁ ଭୂମିଦାହ କୁହାଯିବା ସହ ଭୂମିକୁ ଆଦୌ ଆଘାତ ହେଲା ଭଳି କାର୍ଯ୍ୟ କରାଯାଇ ନ ଥିବା ଦେଖିବାକୁ ମିଳିଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସ୍ଥାୟୀ ଜମିପଟା ଦାବୀରେ ମହାଲିଙ୍ଗ ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା

Sunil Chandra Nayak

ଦୟାନିଧି ତନ୍ତିଙ୍କୁ ନିଜ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!