ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବ୍ୟାସକବି ଫକୀରମୋହନ ତିରୋଧାନ ଦିବସ ଓ ରଜ ଉତ୍ସବ ପାଳନ

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବ୍ୟାସକବି ଫକୀରମୋହନ ତିରୋଧାନ ଦିବସ ଓ ରଜ ଉତ୍ସବ ପାଳନ

ରାଉରକେଲା:ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖାର ସଭାପତି ମନୋରଞ୍ଜନ ଦାସଙ୍କ ସଭାପତିତ୍ବରେ ବ୍ୟାସକବିଙ୍କ ତିରୋଧାନ ଦିବସ ବ୍ୟାସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭ ପୂର୍ବରୁ ସଭାପତି ଶ୍ରୀ ଦାସ ବ୍ୟାସକବି ଫକୀରମୋହନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଉପସ୍ଥିତ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା, ଉପସଭାପତି ଅଜିତ ମହାପାତ୍ର ଓ ଅନ୍ୟ ସଦସ୍ୟ ସଦସ୍ୟମାନେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଏକ ସଂକ୍ଷିପ୍ତ ସଭା ଆୟୋଜନ କରାଯାଇ ଫକୀରମୋହନଙ୍କ ସାହିତ୍ୟ ରଚନା ଓ ଓଡ଼ିଆ ଭାଷା ଆନ୍ଦୋଳନ ବାବଦରେ ଆଲୋଚନା ହୋଇଥିଲା। ଏହି ମହାନ ବରପୁତ୍ରଙ୍କ ତିରୋଧାନ ଦିବସ ପାଳନ ଅବସରରେ ସଭାପତି ନିଜ ବକ୍ତବ୍ୟରେ ସମସ୍ତ ଓଡ଼ିଆ ଭାଷା ପ୍ରେମୀମାନଙ୍କୁ ଏହି ସଂସ୍କୃତି ସମ୍ପନ୍ନ ଭାଷାର ଉନ୍ନତି କଳ୍ପେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ।

ଅପରାହ୍ନ ଦ୍ବିତୀୟ ସୋପାନରେ ନନ୍ଦିନୀ ମହିଳା ସଂହତି ଆନୁକୁଲ୍ୟରେ ରଜ ଉତ୍ସବ ପାଳିତ ହୋଇଥିଲା। କୁଆଁରି ମାନେ ଓ ଉପସ୍ଥିତ ମହିଳା ମାନେ ସଜବାଜ ହୋଇ ରଜ ଗୀତ ତାଳେ ତାଳେ ରଜଦୋଳି ଝୁଲି ଥିଲେ। ରଜ ମିଠା ପାନ ପରସ୍ପରକୁ ଖୁଆଇବା ସହ ନିଜର ପ୍ରସ୍ତୁତ ପିଠା ମିଠା ସମସ୍ତଙ୍କୁ ପରଷି ଥିଲେ । କୃଷି ଓ ମାଟି ମା’ର ଏହି ପର୍ବକୁ ଉତ୍ସାହ ଓ ଉଦ୍ଦୀପନାର ସହ ସମସ୍ତେ ପାଳିଥିଲେ । ଉପରୋକ୍ତ କାର୍ଯ୍ୟ ଗୁଡ଼ିକୁ ସାଧାରଣ ସମ୍ପାଦକ ଶ୍ରୀ ବେହେରା ପରିଚାଳନା କରିବା ସହ ସବୁ ବିଭାଗ ସହ ସୁସମନ୍ବୟ ରଖିଥିଲେ।

କାର୍ଯ୍ୟକ୍ରମ ପରିଚାଳନା ରେ ସାଙ୍ଗଠନିକ ସମ୍ପାଦକ କମଳାକାନ୍ତ ପ୍ରଧାନ, ବନବିହାରୀ ରଣା, କଲ୍ୟାଣ କମଳ ପଣ୍ଡା,ବିଜୟ ପ୍ରଧାନ,ରାଜୀବ ପାତ୍ର, ସୁବ୍ରତ ଜେନା, ରାଧାକୃଷ୍ଣ ଦଳପତି, କରୁଣାକର ସାହୁ,ବରୁଣ ମାଝୀ, ଆନନ୍ଦ ଗିରି, କନକଲତା ଜେନା,ଛବିରାଣି ପ୍ରଧାନ, ତଅପୋଇ ମାଝୀ, ଦେବଯାନୀ ଘୋଷ, ଜ୍ୟୋତ୍ସ୍ନାରାଣୀ ଜେନା, ଶକୁନ୍ତଳା ଆଚାର୍ଯ୍ୟ,ବାଲୁ କିଶୋର ପାତ୍ର,କବୀନ୍ଦ୍ର ଦେଓ, ଭାଗ୍ୟଲକ୍ଷ୍ମୀ ପାତ୍ର, ଲୋପାମୁଦ୍ରା ଦାସ, ଜ୍ୟୋସ୍ନା ଦେଓ, ସୁଷମା ସାହୁ, ଗୀତାଞ୍ଜଳି ପଣ୍ଡା, ପର୍ଶୁରାମ ମଲ୍ଲିକ,ଚମ୍ପା ଚାନ୍ଦ,ବ୍ରଜମୋହନ ପରିଡ଼ା, ତୁଷାର ମହାପାତ୍ର,ସୁବଳ ମାଝୀ, କମଳଲୋଚନ ଗାରୁ,ସଲିଲ ଦାସ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଦ୍ୟା ମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ପୂର୍ବ ଛାତ୍ର ଏକତ୍ରୀକରଣ

masiha

ପୂଜାରିଗୁଡା ଧାନ ମଣ୍ଡି ରୁ ଆଜିବି ଧାନ ଉଠି ପାରିନାହିଁ

masiha

ରାୟଗଡ଼ ଜିଲ୍ଲାରେ ଶତ ପ୍ରତିଶତ ମତଦାନ ନିମନ୍ତେ ପ୍ରୟାସ , ସଚେତନତା ସୃଷ୍ଟି ପାଇଁ ଅଭିନବ ପ୍ରଚେଷ୍ଟା

masiha

Leave a Comment

error: Content is protected !!