ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା, ଯୁବକ ଆହତ 

ମୋଟର ସାଇକେଲ ଦୁର୍ଘଟଣା, ଯୁବକ ଆହତ 

ଡାବୁଗାଁ,୧୧/୯ (ମ.ନି.ସ.)- ସୋମବାର ଅପରାହ୍ନରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ଗ୍ରାମ ଛକ ନିକଟରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣେ ଯୁବକ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଆଜି ଅପରାହ୍ନ ପ୍ରାୟ ୧ ଘ. ସମୟରେ କୋଷାଗୁମୁଡା ବ୍ଲକ ଅଧୀନ ଜୁନାପାଣି ଗ୍ରାମର ଡମ୍ବରୁ ଗୌଡ (୨୭) ଛେଳିବେଢା ଗ୍ରାମରୁ ବାହାରି ମୋଟରସାଇକେଲ ନଂ ଓଡି ୨୪ ଇ ୨୧୭୭ ଯୋଗେ ନିଜ ଗ୍ରାମକୁ ଯାଉଥିବା ବେଳେ ବୋରିଗାଁ ଗ୍ରାମ ଛକ ନିକଟ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡିଯାଇଥିଲେ | ଫଳରେ ତାଙ୍କର ମୁହଁ ଓ ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି | ଖବର ପାଇଁ ଡାବୁଗାଁ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଡାବୁଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ରେ +୩ ନାମଲେଖା ଛାତ୍ର ଛାତ୍ରୀଙ୍କୁ ସହଯୋଗ କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ସହାୟତା କେନ୍ଦ୍ର ଆରମ୍ଭ 

Sunil Chandra Nayak

ଶଙ୍କରଡା ବନପାଳଙ୍କ ବିୟୋଗ         

masiha

ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି(ଦିଶା) ବୈଠକ

masiha

Leave a Comment

error: Content is protected !!