ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ କାମାକ୍ଷାନଗରରେ ଅନୁଷ୍ଠିତ

ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ କାମାକ୍ଷାନଗରରେ ଅନୁଷ୍ଠିତ

କାମାକ୍ଷାନଗର (ମନିସ )17/6/24 // କିଟ,କିମସର ପ୍ରତିଷ୍ଠାତା ତଥା ସମାଜସେବି ଡ.ଅଚ୍ୟୁତ ସାମନ୍ତଙ୍କ ଆଦର୍ଶରେ ରାଜ୍ୟ ସମେତ ଦେଶର ବାହାରେ ପାଳିତ ହେଉଥିବା ART OF GIVING DAY ଆଜି କାମାକ୍ଷାନଗର ସ୍ଥିତ ଗଡଜାତ ଭବନ ଠାରେ ପାଳିତ ହୋଇଯାଇଛି।ଏଠାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଶିକ୍ଷକ,ଅଧ୍ୟାପକ,ସମାଜସେବି,ଯୁବଗୋଷ୍ଠି ସାମିଲ ହୋଇଥିଲେ।ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ମେଜର ପ୍ରଭାତ କୁମାର ଦାଶ ଯୋଗ ଦେଇ ଡ. ସାମନ୍ତଙ୍କ ଜିବନି ବିଷୟରେ ଆଲୋଚନା କରିବା ସହ ସେ କିଭଳି ସେବା ଓ ସାହାର୍ଯ୍ୟକୁ ନିଜର ବ୍ରତ ଭାବେ ପାଳନ କରୁଛନ୍ତି ତାହାକୁ ବିସ୍ତୃତ ଭାବରେ ଆଲୋକପାତ କରାଇଥିଲେ।ଏହା ସହିତ ତାଙ୍କରି ପଥରେ ଅନୁପ୍ରାଣିତ ହେବାକୁ ସମସ୍ତଙ୍କୁ କହିଥିଲେ।ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା,ଅଧ୍ୟାପକ ଚିନ୍ମୟ କୁମାର ମିଶ୍ର ଓ କାନପୂରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରିରାମ ରାଉତ ଉପସ୍ଥିତ ରହି ଏକ କ୍ଷୁଦ୍ର ଗଳ୍ପ ମାଧ୍ୟମରେ ସେବା ମନୋବୃତ୍ତିକୁ ଉପସ୍ଥାପନ କରିଥିଲେ।ଏଭଳି କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ବ୍ୟକ୍ତିମାନେ ପ୍ରଶଂଶା କରିବା ସହ ଆଗକୁ ଏହାର ଉତ୍ତରୋତ୍ତର କାମନା କରିଥିଲେ।ସମାଜରେ ପ୍ରତ୍ୟେକ ବ୍ୟକ୍ତି ସମସ୍ତେ ସମସ୍ତଙ୍କୁ ସାହାର୍ଯ୍ୟ କରିବା ନିହାତି ଜରୁରି ବୋଲି ଏଠାରେ ଆଲେଚନା କରାଯାଇଥିଲା।ଶେଷରେ କାମାକ୍ଷାନଗର ସାମ୍ବାଦିକ ସଂଘର ପୂର୍ବତନ ସଭାପତି ହିଂମାଶୁ ଶେଖର ମହାପାତ୍ର ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରାଯାଇଥିଲା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଳମ୍ବିତ ରାତିରେ କାର୍ ଦୁର୍ଘଟଣା ଗ୍ରସ୍ତ : ରାସ୍ତା କଡ଼ରେ ଥିବା କାରକୁ ପଛପଟୁ ପିଟିଲା ଚଳନ୍ତା କାର୍, ଦୁଇ ଗୁରୁତର 

masiha

ଅନେକ ସମ୍ମାନର ଅଧିକାରୀ କବି ସତ୍ୟ ସିଂ ବାଗ

Sunil Chandra Nayak

ବିଡିଓ ଙ୍କୁ ଓଡିଶା ଜୀବିକା ମିଶନ ଇସି ସଂଘର ଦାବିପତ୍ର

masiha

Leave a Comment

error: Content is protected !!