ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷ ପିଇ ଆତ୍ମହତ୍ୟା 

ବିଷ ପିଇ ଆତ୍ମହତ୍ୟା 

ଡାବୁଗାଁ, 19/6 (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ପରଶୁବେଢା ଗ୍ରାମ ର ଜଣେ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ବୁଧବାର ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି l ସୂଚନା ଯୋଗ୍ୟ:- ପରଶୁବେଢା ଗ୍ରାମର କୁମର ଗୌଡ (୫୫) ଆଜି ସକାଳ ସମୟରେ କୌଣସି କାରଣରୁ ବିଷ ପି ଦେଇଥିଲେ । ଏହା ଦେଖି ପରିବାର ଲୋକେ ତାଙ୍କୁ ଡାବୁଗାଁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କ ର ମୃତ୍ୟୁ ଘଟିଥିଲା । ଏନେଇ ମୃତକ ର ପୁଅ ମୁନ୍ଦନ ଗୌଡ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ । ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚାନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେସ ନଂ ୨୨/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ସର୍ପାଘାତରେ ମହିଳା ମୃତ 

masiha

ଶିଶୁ ଦିବସ ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

masiha

सामाजिक कार्यकर्ता इंजीनियर सेवक श्रीकांत “सेबानिधि” सम्मान में सम्मानित

masiha

Leave a Comment

error: Content is protected !!