ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡରେ ରଥଯାତ୍ରା ପ୍ରସ୍ତୁତି ବୈଠକ ନୂତନ ରଥ ନିର୍ମାଣ ଓ ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ବ

ଧର୍ମଗଡରେ ରଥଯାତ୍ରା ପ୍ରସ୍ତୁତି ବୈଠକ

ନୂତନ ରଥ ନିର୍ମାଣ ଓ ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ବ

ଆସନ୍ତା ରଥଯାତ୍ରା ପରିପ୍ରେକ୍ଷୀରେ ଆଜି ଧର୍ମଗଡ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି

ଧର୍ମଗଡ ତହସିଲଦାର ସଞ୍ଜୟ କୁମାର ସାମନ୍ତରା ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଆଗାମୀ ରଥଯାତ୍ରା ଆୟୋଜନ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ କମିଟି ମାନ ଗଠନ କରାଯାଇଥିଲା ଓ ରଥଯାତ୍ରା ପାଳନ କମିଟିର ସଭାପତି ଭାବେ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କୁ ମନୋନୀତ କରାଗଲା।ବୈଠକରେ ନଗରପାଳ ଅଶୋକ କୁମାର ମହାନ୍ତି,ସହ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ, ମନ୍ମଥ ବେହେରା, ସହ ଉପଜିଲ୍ଲାପାଳ ଅଜୟ ତିର୍କି, ଶ୍ରୀ ବ୍ରଜମୋହନ ପଞ୍ଚଦେବ ଶ୍ରୀ ରାଧାକୃଷ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଷି,ଟ୍ରଷ୍ଟର ବରିଷ୍ଠ ସଦସ୍ୟ ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ, ଧରଣୀ ଧର ନାଏକ,ସୁରେନ୍ଦ୍ର କୁମାର ମୁନି, ସନ୍ତୋଷ କୁମାର ମେହେର,ଆଇନଜୀବୀ ପ୍ରଦୀପ ଦାସ, ସୁମନ୍ତ ପଣ୍ଡା, ପୂର୍ବତନ ନଗରପାଳ ସୁଶ୍ରୀ ହୀରା ବାଗ, ସାମ୍ୱାଦିକ ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ ପଣ୍ଡା, ଜନ୍ମେଜୟ ନାଏକ ପ୍ରମୁଖ ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ରଥଯାତ୍ରା କମିଟିର ସଂପାଦକ ସରୋଜ କୁମାର ସାହୁ ବିବରଣୀ ପାଠ କରିଥିବା ବେଳେ ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ୍ ପ୍ରଦାନ କରିଥିଲେ।ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ ୨୨ ତାରିଖ ଦିନ ଶ୍ରୀଜୀଉ ଙ୍କ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୭ ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଓ ଶ୍ରୀ ଗୁଣ୍ଡିଚା ଯାତ୍ରା, ଜୁଲାଇ ୧୧ ରେ ହେରା ପଞ୍ଚମୀ ଏବଂ ଜୁଲାଇ ୧୫ ତାରିଖରେ ଶ୍ରୀ ଜୀଉଙ୍କ ର ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୩୬ ଟି ଅଭିଯୋଗର ଶୁଣାଣି 

masiha

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହରେ ଶପଥ ପାଠ

Sunil Chandra Nayak

ଜନଜାତି ସାଂସ୍କୃତିକ ଭବନ ର ଭୁମୀ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Leave a Comment

error: Content is protected !!