ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେକେ ପୁର ସ୍ଥିତ ଜେକେ କାଗଜ କଳ ର  ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କର ୯୧ତମ ଜନ୍ମ ବାର୍ଷିକୀ

ଜେକେ ପୁର ସ୍ଥିତ ଜେକେ କାଗଜ କଳ ର  ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କର ୯୧ତମ ଜନ୍ମ ବାର୍ଷିକୀ

ଜେକେ ପୁର ସ୍ଥିତ ଜେକେ କାଗଜ କଳ ର  ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କର ୯୧ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆଜି ଜୁନ ୨୦ ତାରିଖରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା।ଉକ୍ତ ରକ୍ତ ଦାନ ଶିବିର ରେ ଜେକେ କାଗଜ କଳ ର ମୂଖ୍ୟ ଶ୍ରୀ ବିନୟ ଦ୍ୱିବେଦୀ (କାର୍ଯ୍ଯ ନିର୍ବାହୀ ଉପସଭାପତି କର୍ମିକ) ଓ ଶ୍ରୀ ବିଶ୍ୱଜିତ୍ ଦ୍ବିବେଦୀ (ଉପସଭାପତି , ବାଣିଜ୍ୟ), ଶ୍ରୀ ସନ୍ଦୀପ ପାଣ୍ଡେ (ଜେନେରାଲ ମ୍ୟାନେଜର, ମାନବ ସମ୍ବଳ) ଙ୍କ ସମେତ ଅନ୍ୟ ଉପରିସ୍ଥ ଅଧିକାରୀବୃନ୍ଦ ଓ ଶ୍ରୀମତୀ ଶ୍ୱେତା ଦ୍ୱିବେଦୀ ମହିଳା ମଣ୍ଡଳର ସଭାପତି,ଶ୍ରୀମତୀ ନୀତା ଦ୍ଵିବେଦୀ ମହିଳା ମଣ୍ଡଳ ର ଉପସଭାପତି, ଶ୍ରୀମତି ପ୍ରିୟଙ୍କା ପାଣ୍ଡେ ମହିଳା ବିକାଶ କେନ୍ଦ୍ର ର ଉପସଭାପତି ଆଦି ଉପସ୍ଥିତ ରହି ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ରକ୍ତ ଦାନ ଶିବିର ଉତଘାଟନ କରିଥିଲେ।

ଜେକେ କାଗଜ କଳ ର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଶ୍ରୀ କେ ଭି ଆର୍ ରାଓ ,ବରିଷ୍ଠ ଚିକିତ୍ସା ଅଧିକାରୀ ଡ଼ଃ ଶ୍ରୀମତି ପଦ୍ମା ୟେଶ୍ଵନ୍ତ୍ ଓ ଜିଲ୍ଲା ମୂଖ୍ୟ ଚିିତ୍ସାଳୟ ର କର୍ମଚାରୀ ଙ୍କ ମିଳିତ ତତ୍ତ୍ୱାବଧାନରେ ଜେକେ କାଗଜ କଳର କର୍ମଚାରୀ ମାନେ *୨୦୦ ୟୁନିଟ* ରକ୍ତ ଦାନ କରିଥିଲେ ଯାହାକୁ ଜେକେ କାଗଜ କଳ ର ମୂଖ୍ୟ ଶ୍ରୀ ବିନୟ ଦ୍ୱିବେଦୀ ଭୂରୀ ଭୂରୀ ପ୍ରଶଂସା କରିବା ସହ *”ରକ୍ତ ଦାନ ମହାପୁଣ୍ୟ”* ସ୍ଲୋଗାନ ସହ ଅଭିଭାଷଣ ରଖିଥିଲେ ଓ ରକ୍ତ ଦାତା ମାନଙ୍କୁ ଶୁଭେଚ୍ଚା ଜଣାଇଥିଲେ। 

ଶ୍ରୀ ରଞ୍ଜିତ କୁମାର ଦାସ ମୂଖ୍ୟ ନିର୍ବାହକ (ମଙ୍ଗଳ ଓ ଅତିଥି ସମ୍ପର୍କ) ଙ୍କ ତତ୍ତ୍ୱାବଧାନରେ ରେ ମଙ୍ଗଳ ଓ ଅତିଥି ସମର୍କ ବିଭାଗ ର ସମସ୍ତ କର୍ମକର୍ତ୍ତା ଶ୍ରୀ ଭାସ୍କର ନାଇଡ଼ୁ, ଶ୍ରୀ ଶିବଙ୍କର ପଣ୍ଡା, ଶ୍ରୀ ପି. ଭେଙ୍କଟ ରାଓ , ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ ଓ ଜେକେ କାଗଜ କଳ ର ଲୋକ ସଂପର୍କ ଅଧିକାରୀ ଶ୍ରୀ ମିଲନ ଲେଙ୍କା କାର୍ଯ୍ୟକ୍ରମ ର ସମସ୍ତ ବିବରଣୀ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଜଣାଇଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ବ୍ଲକରେ +୨ ପରୀକ୍ଷାରେ ଛାତ୍ରୀ ଛାତ୍ର ମାନଙ୍କ ସଫଳତା 

masiha

ବାଣପୁର ଗ୍ରସ୍ତରେ ରାଜ୍ୟ ମିଶନ ଶକ୍ତି ଉପଦ୍ୟେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର

Sunil Chandra Nayak

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

Leave a Comment

error: Content is protected !!