ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟି – ୧୦ କ୍ରିକେଟ୍ ପ୍ରତିଯୋଗିତା, ବଲାଙ୍ଗୀର ଚାମ୍ପିଅନ୍

ଟି – ୧୦ କ୍ରିକେଟ୍ ପ୍ରତିଯୋଗିତା, ବଲାଙ୍ଗୀର ଚାମ୍ପିଅନ୍

ରୁପ୍ରା, ୨୦/୬ (ମନିସ) : ନର୍ଲାବ୍ଲକ୍ ଟକର୍ଲା ଗ୍ରାମ ପଞ୍ଚାୟତ ଅଧିନ ଆଲିମ୍ ଗ୍ରାମର ମା’ ମାଣିକେଶ୍ୱରୀ କ୍ରିକେଟ୍ କ୍ଲବ୍ ଆୟୋଜନରେ ଗତ ୧୫ ତାରିଖରୁ ଅନୁଷ୍ଠିତ ହୋଇ ଆସୁଥିବା ଟି – ୧୦ କ୍ରିକେଟ୍ ପ୍ରତିଯୋଗିତା ଗୁରୁବାର ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଗ୍ରାମର ୧୬ଟି କ୍ରିକେଟ୍ ଟିମ୍ ଭାଗ ନେଇଥିଲେ। ଫାଇନାଲ୍ ଖେଳ ଚିନ୍ତା ଡିଜେ ବଲାଙ୍ଗୀର ଓ ମୁଡିଙ୍ଗ୍ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବଲାଙ୍ଗୀର ଦଳ ୬ୱିକେଟ ହାତରେ ମ୍ୟାଚ୍ ବିଜୟୀ ହୋଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜୋନ୍ ନଂ ୩ ର ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ସମ୍ମାନିତ ଅତିଥିଭାବେ ସମାଜସେବୀ ଜଗବୀର୍ ସିଂ, ସୁନୀଲ ସାହୁ ଓ ଧୀରେନ୍ଦ୍ର ରଥ ପ୍ରମୁଖ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ। ଖେଳ ପରିଚାଳନା କୁମରମଣି ମାଝୀ, ଆଶିଷ କୁମାର ଓ କୈଳାସ ଭୋଇ କରିଥିବା ବେଳେ ଧାରାବିବରଣୀ ବିରଞ୍ଚି ସେନାପତି ପ୍ରଦାନ କରିଥିଲେ। କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। 

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ପ୍ରଗତି ଉତ୍କଳ ସଂଘ ଦ୍ଵାରା  ଜନସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜିତ

Sunil Chandra Nayak

ହିନ୍ଦୋକ ବନ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁଁ ହାତୀ ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା

Sunil Chandra Nayak

କେଲିଆ ଶୈବପୀଠ ରେ ହିନ୍ଦୁ ମହାସଂଘର ଧର୍ମସଭା 

masiha

Leave a Comment

error: Content is protected !!