ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ବେହେରା ଗସ୍ତ

  ବେହେରା -:    କଳାହାଣ୍ଡି ଜିଲ୍ଲା ନବନିର୍ବାଚିତ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଆଜି ଧର୍ମଗଡ଼ ବ୍ଲକ ବେହେରା ଗସ୍ତରେ ଆସି ପ୍ରଥମେ ନିର୍ମାଣଧୀନ ୫ଟି ଦନ୍ତେଶ୍ବରୀ ସ୍ମାର୍ଟ ସ୍କୁଲ ପରିଦର୍ଶନରେ ଯାଇ ନିର୍ମାଣ କାମ ଖୁବଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଧ୍ୟକ୍ଷ ଙ୍କୁ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯିବା ସହ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ବିଷୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ପରେ ଅଧ୍ୟକ୍ଷ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇ ସ୍ଥାନୀୟ ବିଭିନ୍ନ ସମସ୍ୟା ଯଥା ବେହେରା ଶିଶୁ ମନ୍ଦିର ଉନ୍ନତି କରଣ, ବେହେରା ଠାରେ ପୋଲିସ ଫାଣ୍ଡି ସ୍ଥାପନ, ଡ୍ରେନ ସମସ୍ୟା ର ସମାଧାନ,ବେହେରା ମିନିଷ୍ଟାଡିୟମ୍ ର ଉନ୍ନତିକରଣ,ନୂତନ ଷ୍ଟ୍ରିଟ୍ ଲାଇଟ ସଂଯୋଗୀକରଣ, ବେହେରା ରେ ଏକ ଆଞ୍ଚଳିକ ସ୍ବାସ୍ଥ୍ଯ କେନ୍ଦ୍ର ସ୍ଥାପନ ବିଷୟରେ ଆଲୋଚନା କରିବା ସହ ଖୁବ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବତନ ବ୍ଳକ ଅଧ୍ୟକ୍ଷ ବଳରାମ ପୁଝାରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କୁ ବେହେରା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିବା ସହ ଅଟକି ରହିଥିବା ପୁରୁଣା କାମକୁ ଖୁବଶୀଘ୍ର ଆରମ୍ଭ କରିବାକୁ ଅନୁରୋଧ କରିଥିଲେ । ଗସ୍ତ ସମୟରେ ଧର୍ମଗଡ ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ଯୁବ ସଂଗଠକ ଭବେଶ ଗଇନ୍ତା, ମଣ୍ଟୁ ଅଗ୍ରଓ୍ୱାଲ, ପ୍ରଶାନ୍ତ ତିଓ୍ୱାରୀ, ଗୌର ବାଗ, ଟଙ୍କଧର ନାଗ ପ୍ରମୂଖ ଉପସ୍ଥିତ ରହି ବିଭିନ୍ନ ବିଷୟ ରେ ଆଲୋଚନା କରିଥିଲେ।

କାମେସ ନାଗ ଙ୍କ ରିପୋର୍ଟ ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଗଜଲକ୍ଷ୍ମୀ ବଣିକ ସଙ୍ଘର ସଦସ୍ୟଙ୍କ ଅକାଳ ବିୟୋଗରେ ଶୋକସଭା

Sunil Chandra Nayak

Leave a Comment

error: Content is protected !!