ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣୀ ଶୌଣ୍ଢିକ ସମାଜର ପୂର୍ବତନ ସଭାପତିଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ଦକ୍ଷିଣୀ ଶୌଣ୍ଢିକ ସମାଜର ପୂର୍ବତନ ସଭାପତିଙ୍କ ଶ୍ରଦ୍ଧାଞ୍ଜଳୀ ସଭା

 ଦକ୍ଷିଣୀ ଶୌଣ୍ଢିକ ସମାଜ ର ପୂର୍ବତନ ସଭାପତି ସତ୍ୟ ନାରାୟଣ ଚୌଧୁରୀ ଶୁକ୍ରବାର ଦିନ ଏକାଦଶହ/ଦ୍ୱାଦଶ କର୍ମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କୁଳବନ୍ଧୁ ମାନଙ୍କୁ ନେଇ ଏକ ଶୋକ ସଭାର କାର୍ଯ୍ୟକ୍ରମରେ ସ୍ୱର୍ଗୀୟ ସତ୍ୟ ନାରାୟଣ ଚୌଧୁରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସ୍ୱର୍ଗୀୟ ଆତ୍ମାଙ୍କ ସ୍ମୃତି ଚାରଣ ପୂର୍ବକ ସମାଜର ବରେଣ୍ୟ ବ୍ୟକ୍ତିତ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ।ଦକ୍ଷିଣୀ ଶୌଣ୍ଢିକ ସମାଜ ର କୋକସରା ବ୍ଲକ୍ ସଭାପତି ଅଖିଳ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱ ଓ ସମ୍ପାଦକ ଶ୍ରୀଯୁକ୍ତ ହେମନ୍ତ ଚନ୍ଦ୍ର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ସମାଜର ଜିଲ୍ଲା ସଭାପତି ଥବିର ପ୍ରସାଦ ସାହୁ, ସଂପାଦକ ଗୋପାଳ ଚନ୍ଦ୍ର ସାହୁ, ଉପ ସଭାପତି ରାଜେନ୍ଦ୍ର ନାରାୟଣ ସାହୁ,ତୁଳସୀ ରାମ ସାହୁ, ଅନିରୁଦ୍ଧ ସାହୁ, ବ୍ୟୋମକେଶ ସାହୁ,ଅଭିରାମ ସାହୁ,କିଶୋର ଚନ୍ଦ୍ର ପାତ୍ର ତଥା ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦିବଙ୍ଗତ ପୂର୍ବତନ ସଭାପତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ତାଙ୍କର ସୃତି ଚାରଣ କରିଥଲେ। ସୂଚନାଯୋଗ୍ୟ ଯେ, ତାଙ୍କର ନେତୃତ୍ଵରେ କୋକସରା ବ୍ଲକ ଲଡୁଗାଁ ଠାରେ ଆୟୋଜିତ ଦକ୍ଷିଣୀ ଶୌଣ୍ଢିକ ସମାଜର ପଞ୍ଚମ ମହାସଭା ସଫଳତାର ସହ ଆୟୋଜିତ ହୋଇଥଲା। ସେଥିରେ ତାଙ୍କର ଭୂମିକା ସର୍ବଦା ଚିର ସ୍ମରଣୀୟ ହୋଇ ରହିବ। ଗତ ୧୧ ତାରିଖ ମଙ୍ଗଳବାର ଦିନ ରାତ୍ର ୧୧. ୦୦ ଘଣ୍ଟା ୩୦ ମିନିଟ୍ ସମୟ ରେ ସତ୍ୟ ଚୌଧୁରୀ ଙ୍କ ର ପରଲୋକ ହୋଇ ଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

“ଯେଉଁଠି ରହିବେ, ଉତ୍କର୍ଷ ହାସଲ କରନ୍ତୁ; ନିଜେ ରୋଲ୍‌ ମଡେଲ୍‌ ହୋଇ ଅନ୍ୟଙ୍କ ପାଇଁ ପ୍ରେରଣା ପାଲଟନ୍ତୁ”: ଜିଲ୍ଲାପାଳ ମଧୁସୂଦନ ଦାଶ

Sunil Chandra Nayak

ଅଗଷ୍ଟ କ୍ରାନ୍ତି ଦିବସରେ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମାନଙ୍କ ର ଶୋଭାଯାତ୍ରା ଓ ବିକ୍ଷୋଭ 

masiha

ମିଟର ରିଡର୍ ଲକ୍ଷ୍ମୀ ନାରାୟଣଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!