ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ୱାଦିକ ଙ୍କ ଗୋଡ ରେ ବେଡି ଘଟଣା ବିରୁଦ୍ଧ ରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ଫୋରମ୍ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ

ଭବାନୀପାଟଣା:୧୧/୪-ମ.ନି.ସ:- ଆଜି କଳାହାଣ୍ଡି ସାମ୍ବାଦିକ ଫୋରମ୍ ପକ୍ଷରୁ ବାଲେଶ୍ଵର ଜିଲ୍ଲା ନୀଳଗିରି କନକ ଟିଭି ସାମ୍ବାଦିକ ଙ୍କୁ ପୁଲିସ ଗୋଡ ରେ ବେଢ଼ି ପକାଇ ଡାକ୍ତର ଖାନା ରେ ରଖିବା ଓ ଅକଥନୀୟ ଅତ୍ୟାଚାର ବିରୁଦ୍ଧରେ କଳାହାଣ୍ଡି ସାମ୍ୱାଦିକ ମହଲରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ସଂପର୍କରେ କଳାହାଣ୍ଡି ସାମ୍ୱାଦିକ ଫୋରମ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏବଂ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବରିଷ୍ଠ ସାମ୍ବାଦିକ ଜିଲ୍ଲା ପ୍ରେସ କ୍ଲବ ସଭାପତି ଶାନ୍ତନୁ କୁମାର ବେହେରା, କଳାହାଣ୍ଡି ସାମ୍ୱାଦିକ ୟୁନିୟନ୍ ସଭାପତି ମହମ୍ମଦ ଅଲ୍ଲୀ ଙ୍କ ସମେତ ଦେବେନ୍ଦ୍ର ବିଶି, ସନ୍ତୋଷ କୁମାର ସିଂହ ଦେଓ, ରାଜ କୁମାର ସିଂହ, ମନମୋହନ ପ୍ରଧାନ, ମଧୁ ସୁଦନ ମହାପାତ୍ର, ଯଶୋବନ୍ତ ଧ: ମାଝୀ, କ୍ଷୀରୋଦ ମଙ୍ଗରାଜ, ସ୍ନିଗ୍ଧାରାଣୀ ସିଂହଦେଓ, କୈଳାଶ ସାହୁ, ଅମିୟ ସାହୁ ଙ୍କ ସମେତ ବରିଷ୍ଠ ସାମ୍ବାଦିକ ବୃନ୍ଦ ଉପସ୍ଥିତ ଥିଲେ । ଦୋଷୀ ପୁଲିସ ମାନଙ୍କ ବିରୁଦ୍ଧରେ ଅତିଶିଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ୱାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ କଳାହାଣ୍ଡି ସାମ୍ୱାଦିକ ଫୋରମ୍ ପକ୍ଷରୁ ଦାବି ପତ୍ର ରେ ଉଲ୍ଲେଖ ରହିଛି। ମି.ନି.ସ

Related posts

ନର୍ଲା ବିଧାୟକଙ୍କ ସର୍ବତ, ଥଣ୍ଡା ପାଣି ବଣ୍ଟନ

ଆମପାଣି ପୋଲିସ ଦ୍ୱାରା ସାର ବୋଝେଇ ମିନିଟ୍ରକ ଅଟକ, ତଦନ୍ତ କଲେ ଜିଲ୍ଲା କୃଷି ଅଧିକାରୀ

Sunil Chandra Nayak

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ଶାମୁକା ସ୍ମତିରେ

Sunil Chandra Nayak

Leave a Comment

error: Content is protected !!