ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିୟ ଯୋଗ ଦିବସ 

ଆନ୍ତର୍ଜାତିୟ ଯୋଗ ଦିବସ 

ବନ୍ଧୁଗାଁ ତା, ୨୧/୬/୨୪, ବନ୍ଧୁଗାଁ ବ୍ଲକର ନିଲାବାଡ଼ି ଅଗ୍ନି ଗାଙ୍ଗା ମା ମିନ୍ଦିର ପୂଜା ମଣ୍ଡପ ଠାରେ ଆଜି ସକାଳ ୭ ଟାରୁ ର ୮ଟା ପର୍ଯ୍ୟନ୍ତ ଯୋଗ ଦିବସ ହୋଇଥିଲା I ଏହି ଅବସରରେ ବନ୍ଧୁଗାଁ ବ୍ଲକର  ଯୋଗସନ କାର୍ଯ୍ୟ କ୍ରମ ସ୍ଥାନୀୟ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ଅଭିନାସ ଅଭିଜିତ ସେଠି ଙ୍କ ଦ୍ୱାରା କରାଯାଇ ଥିଲା I ମଣିଷ ଜୀବନରେ ବିନା ରୋଗରେ ବଞ୍ଚିବା ପାଇଁ ଦୈନିକ ଯୋଗାସନ ୧ ଘଣ୍ଟା କରିବାର ଆବଶ୍ୟକ ଓ ନିତି ସକାଳେ ୮ ଟି ଜରୁରୀ ଯୋଗାସନ କଲେ ସ୍ୱାସ୍ଥ୍ୟ ଠିକ ରହିବ ବଲି ଯୋଗାସନ ଜରୁରୀ ବଲି ସୂଚେଇ ଥିଲେ I ଏଥିରେ ବି.ଜେ. ପି କର୍ମୀମାଣେ ହେଲା କୁମ୍ଭାରି ପୁଟ ମଣ୍ଡଳିର ସଭାପତି ମକର ଧଜ ଖରା, ତପି ତେଣ୍ଟା ବାରିଆ, ସରତ ପାତ୍ର,ସହିତ ବ୍ଲକ କର୍ମଚାରି, ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରି, ଶିକ୍ଷା ବିଭାଗ କର୍ମଚାରି, ବିଜୁଳି ବିଭାଗ କର୍ମଚାରି, ଅଙ୍ଗନ ବାଡ଼ି କର୍ମୀ, ଆଶାକର୍ମୀ, (ଏସ.ଏଚ.ଜି) ଗ୍ରୁପର ମହିଳା କର୍ମୀ ବନ୍ଧୁଗାଁ ଥାନାର ସୁରକ୍ଷା କର୍ମଚାରୀ, ଅନ୍ୟାନ୍ୟ  ବିଭାଗର କର୍ମଚାରିଙ୍କ ସହ ଅନ୍ୟାନ୍ୟ ବୁଦ୍ଧି ଜୀବି ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଅଂସ ଗ୍ରହଣ କରିଥିଲେ I କାର୍ଯ୍ୟକ୍ରମ ସମାପ୍ତ ପରେ ଅଧ୍ୟକ୍ଷା ସୁଶ୍ରୀ ମିଣ୍ୟାକା ଧନ୍ୟବାଦ ଅର୍ପଣ କରି ଶୋଭା ସାଙ୍ଗ କରିଥିଲେ I ଗୋଷ୍ଠୀ ଉନୟନ ଅଧିକାରୀ ଙ୍କ ଦ୍ୱାରା ସମସ୍ତଙ୍କ ପାଇଁ ବିସ୍କୁଟ ଓ ପାନୀୟ ଜଳଯୋଗାଇ ଥିଲେ I ଶିଶୁ ମଦିର ଗୁରୁଜୀ ତଥା ସଂଘ କର୍ମ କର୍ତ୍ତା ପରିଚାଳନା କାର୍ଯ୍ୟକ୍ରମ କରିଥିଲେ I  ଆଜିର ଏହି ଆନ୍ତର୍ଜାତିୟ ଯୋଗ ଦିବସରେ ଯୋଗ ପ୍ରସିକ୍ଷଣ ଭାବରେ ଉଦିତ ନାରାୟଣ ରାଚମଲା,ଦିବ୍ୟ ରୋଞ୍ଜନ ମହାନ୍ତି,ବଳରାମ ଗେଦେଲା, ଆଜି ଉପସ୍ଥିତରେ ଯୋଗ ଦେଇଥିବା ୧୫ ଗୋଟି ଯୋଗାସନ ସହ ମୁଖ୍ୟତ ଭାବରେ ସୂର୍ଯ୍ୟ ନମସ୍କାର ତଥା ସାରୀରକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ପ୍ରଯ୍ୟୁଜ ଓ ପ୍ରାଣାୟମ ଆସନ ତଥା ଖାଦ୍ୟ ଶୃଙ୍ଖଳା ବିଷୟରେ ସଚେତନତା କରା ଯାଇଥିଲା I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଓ ଜାତୀୟ ଭୋଟର ଦିବସ ପାଳିତ 

Sunil Chandra Nayak

ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଲା ଟିପିଏସ୍ଓଡିଏଲ୍ – ୮୦୦୦ ଉପଭୋକ୍ତା ଉପକୃତ

Sunil Chandra Nayak

ଏକାମ୍ର କ୍ଷେତ୍ର ର ବିନ୍ଦୁସାଗରରେ ଆଳତି, ଏପ୍ରିଲ ୨ ଚୈତ ପୁର୍ଣିମା ପନ୍ଦର ତମ ବିନ୍ଦୁସାଗର ଆଳତି ଅନୁଷ୍ଠିତ ହୋଇଯାଇଛି

Sunil Chandra Nayak

Leave a Comment

error: Content is protected !!