ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ 

ରାଉରକେଲା ର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ 

ଉତ୍କଳ ଗୌରବ ମଧୁସୁଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ସେକ୍ଟର ୨୦ସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆନ୍ତର୍ଜାତିକ ଯୋଗ ଦିବସ ଅଧ୍ୟକ୍ଷା ସୁଶ୍ରୀ ମଞ୍ଜୁଲତା ଦେହୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋଗଗୁରୁ କିରଣ କୁମାର ପୋଥାଳ, ଗୋପିନାଥ ବେହେରା, ଶ୍ୟାମସୁନ୍ଦର ସେଠୀ, ସବିତା ପୃଷ୍ଟି, ପ୍ରଫୁଲ୍ଲ ପାତ୍ର, ଗଙ୍ଗାଧର ତ୍ରିପାଠୀ ପ୍ରମୁଖ ବହୁ ଯୋଗଗୁରୁ ଉପସ୍ଥିତ ରହି ଯୋଗର ବହୁବିଧ କ୍ରିୟା ସମ୍ପର୍କରେ ବକ୍ତବ୍ୟ ଦେବା ସହ ବିଭିନ୍ନ ପ୍ରକାରର ଯୋଗାସନ ଶିକ୍ଷା ଦେଇଥିଲେ। ଅଧ୍ୟକ୍ଷା ସୁଶ୍ରୀ ଦେହୁରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସୁସ୍ଥ ଶରୀର ଗଠନ ପାଇଁ ଯୋଗର ଅଭ୍ୟାସ ଦୈନନ୍ଦିନ ଜୀବନରେ ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ୭୦ଜଣ ଛାତ୍ର ଛାତ୍ରୀ, କର୍ମଚାରୀ ଯୋଗ ଦେଇଥିଲେ। ଶେଷରେ ଅଧ୍ୟାପକ ପ୍ରଦୀପ କୁମାର ଗିରି ଶପଥ ପାଠ କରାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

କଲ୍ୟାଣୀରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ହମିରପୁର

ହମିରପୁର ସ୍ଥିତ କଲ୍ୟାଣୀରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି। ଅଧ୍ୟାପିକା ଡ ରାଜଶ୍ରୀ ନାୟକଙ୍କ ତତ୍ତ୍ଵାବଧାନରେ ପତାଞ୍ଜଳୀ ଅନୁଷ୍ଠାନରୁ ଯୋଗଗୁରୁ ହେମନ୍ତ କୁମାର ଜେନା,ଦିଲେଶ୍ବର ବିର୍ଲୋ,ଶରତ କୁମାର ଦାସ, ନିରୁପମା, ନିବେଦିତା, ପୁଷ୍ପିତା, ମମତା, ସସ୍ମିତା ପ୍ରମୁଖ ଉପସ୍ଥିତ ରହି ଯୋଗାଭ୍ୟାସ କରାଇବା ସହ, ଯୋଗ ଦ୍ଵାରା ମଣିଷର ନିତ୍ୟ ନିୟମିତ ଦୈନନ୍ଦିନ ଜୀବନ ଚର୍ଯା ରେ ମିଳୁଥିବା ଉପକାରିତା ସଂପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରୀନା ମହାନ୍ତି, ଜ୍ୟୋସ୍ନାରାଣୀ ସାହୁ,ରଙ୍ଗାଧର ଦାସ,ଜୁଲି ଦାସ,ସମୀର ସାହୁ, ପଦ୍ମନାଭ ପାଣିଗ୍ରାହୀ, ମାନସୀ ଦେ, ଅନ୍ନପୂର୍ଣ୍ଣା ସାହୁ, ଦୟାନିଧି ପାତ୍ର, ପୁନମ, ସ୍ବସ୍ତି,ସୂଚରିତା, ଅନୁପମା, ଛବିଳା, ମଞ୍ଜୁଲତା,ସଞ୍ଜୁ, ପ୍ରଦୀପ, ବେଣୁଧର, ସୁମନ୍ତ, ଦିଲ୍ଲିପ,ଲକ୍ଷ୍ମଣ ପ୍ରମୁଖ ସହଯୋଗ କରିଥିବାବେଳେ ଶେଷରେ ମାନସୀ ଦେ ଧନ୍ୟବାଦ ଅର୍ପଣ କରିଥିଲେ।

ଦି ମିରର ଫାଉଣ୍ଡେସନ

ସାମାଜିକ ଅନୁଷ୍ଠାନ ଦି ମିରର ସୋସିଆଲ ଫାଉଣ୍ଡେସନ ତରଫରୁ ଜଗଦା ସ୍ଥିତ ମାନବ ସେବା ସଦନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ଏଥିରେ ବିଶ୍ବଜିତ ରାଉତ,ସୀମାଞ୍ଚଳ ଖଣ୍ଡୁଆଳ, ଅଲିଭା ସାହୁ,ହେମନ୍ତା ତାଣ୍ଡିଆ ପ୍ରମୁଖ ସଦନର ଅନ୍ତେବାସୀଙ୍କୁ ଯୋଗାସନ ଶିଖାଇବା ସହ ଏହାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ଫାଉଣ୍ଡେସନ ତରଫରୁ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାଗ ନେବେ ଶିଳ୍ପୀ ଓମ ପ୍ରକାଶ ସାହୁ

Sunil Chandra Nayak

କଳାହାଣ୍ଡି ଜିଲ୍ଲାପାଳଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!