ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖବରକାଗଜ ବିତରକ ଭାଇ ଙ୍କ ସହ ବିଧାୟକଙ୍କ ଆଲୋଚନା 

ଖବରକାଗଜ ବିତରକ ଭାଇ ଙ୍କ ସହ ବିଧାୟକଙ୍କ ଆଲୋଚନା 

ରାଉରକେଲା: ରାଉରକେଲା ଖବର କାଗଜ ବିତରକ ସଂଘର କର୍ମକର୍ତ୍ତା ଗଣ ରଘୁନାଥପାଲୀ ନବ ନିର୍ବାଚିତ ବିଧାୟକ ଦୁର୍ଗାଚରଣ ତନ୍ତୀ ଙ୍କୁ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇବା ସହ ନିଜ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ବିତରକ ସଂଘର ସଭାପତି ମିହିର ପାତ୍ର, ସାଧାରଣ ସମ୍ପାଦକ କିଶୋର ରାଉତ ଓ ସାଂଗଠନିକ ସମ୍ପାଦକ ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଏକ ପ୍ରତନିଧି ଦଳ ସର୍ବଶ୍ରୀ ଆର୍ତ୍ତତ୍ରାଣ ବେହେରା, ଅନିରୁଦ୍ଧ ଜେନା, ଅଶୋକ ବିଶ୍ବାଳ,ସୁକେନ୍ଦୁ ପାତ୍ର ଓ ସଂଗ୍ରାମ କିଶୋର ଭୂୟାଁ ପ୍ରମୁଖ ଶ୍ରୀ ତନ୍ତୀ ଙ୍କୁ ଭେଟି ରାଜ୍ୟ ସରକାର ବିତରକ ଭାଇ ମାନଙ୍କୁ ଦେଇଥିବା ମାନ୍ୟତା ର ଅବଧି ଶେଷ ହୋଇଥିବାରୁ, ତା’ର ଅବଧି ବୃଦ୍ଧି ସହ ବିତରକ ଭାଇ ମାନଙ୍କର ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ତନ୍ତୀ, ଏହାକୁ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବାରୁ ବିତରକ ସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଶିକ୍ଷଣ ୱାର୍ଡ ସଭ୍ୟ ମାନଙ୍କ ପ୍ରାରମ୍ଭିକ କାର୍ଯ୍ୟକ୍ରମ

Sunil Chandra Nayak

ସରକାରଙ୍କ ନିୟମ ପରିବର୍ତ୍ତନ କରାଗଲେ:ଜାତି ଧର୍ମ ବର୍ଣର ସୁରକ୍ଷା ହେବ

Sunil Chandra Nayak

ନବବର୍ଷ ଉପଲକ୍ଷେ ରାଜ୍ୟସ୍ତରୀୟ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର

Sunil Chandra Nayak

Leave a Comment

error: Content is protected !!