ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲେଜର ସଂଘାତିକ ତ୍ରୁଟି ଯୋଗୁଁ ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରଛାତ୍ରୀ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ 

କଲେଜର ସଂଘାତିକ ତ୍ରୁଟି ଯୋଗୁଁ ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରଛାତ୍ରୀ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ 

କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ଥିବା ଶ୍ରୀଗଣେଶ କଲେଜରେ ଚଳିତ ବର୍ଷ ଆଡମିଟ କାର୍ଡ ନ ପାଇବାରୁ +2 ବାର୍ଷିକ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ହାରାହାରି ୨୦ ରୁ ଅଧିକ ଛାତ୍ରଛାତ୍ରୀ.. ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ଶୁଭଦିପା ହଂସ ବିକାଶ ନାଏକ ନ୍ୟାୟ ପାଇବା ପାଇଁ ଜୁନାଗଡ ଥାନାରେ FIR ଦେଲେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ଯ ଅଭିଯୋଗ କରିଥିଲେ। ଅଭିଯୋଗ ଦେଇ ତିନି ମାସ ବିତି ଯାଇଥିଲେ ସୁଧା କୌଣସି ନ୍ୟାୟ ନ ପାଇବାରୁ ଆଜି ପୁଣିଥରେ ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନର ଉପସ୍ଥିତିରେ ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରୀ ଶୁଭଦୀପା ହଂସ ଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରବାନ ଙ୍କୁ ଭେଟି ଅଭିଯୋଗ କରାଯାଇଛି.. ଉପସ୍ଥିତ ଥିଲେ ସଂଗଠନର ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଜିଲ୍ଲା ସଭାପତି ବୃନ୍ଦାବନ ନାଗ କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ ନର୍ଲା ସଭାପତି ରଘୁନାଥ ଦୀପ୍ କଲମପୁର ସଭାପତି ବଳରାମ ଦୁର୍ଗା କେସିଙ୍ଗା ସାଧାରଣ ସମ୍ପାଦକ ଶ୍ୟାମ ବିଭାର ଏମ୍ ରାମପୁର ଉପସଭାପତି ମହାଦେବ ଛତ୍ରୀଆ.. ପ୍ରକାଶ ଥାଉ କି ଶ୍ରୀଗଣେଶ କଲେଜ ମାଳିକର ଜୁନାଗଡ.ବଡ଼ଚେରଗାଁ .ବେହେରା ଠାରେ ତିନୋଟି କଳେଜ ଚାଲିଛି.. ଅଧିକ ଅର୍ଥ କମାଇବା ଲୋଭରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳ ଖେଳିଛି କଳେଜ କର୍ତ୍ତୃପକ୍ଷ..କଲେଜର ସଂରକ୍ଷିତ ସିଟରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ଅଫଲାଇନ ମାଧ୍ୟମରେ ଆଡମିସନର ମିଛ ବାହାନାକରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହଡପ କରିଛି.. ଅନଲାଇନରେ ଆଡମିସନ କରିଥିଲେ ସିନା +2 ବାର୍ଷିକ ପରୀକ୍ଷା ଦେବା ସମୟରେ ଛାତ୍ରଛାତ୍ରୀ ପାଇଁ ଆଡମିଟ କାର୍ଡ ଆସିଥାନ୍ତା .. ଏଣୁ ପ୍ରତ୍ୟେକ ବର୍ଷ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଂଚିତ ହେଇଛନ୍ତି.. କିଛି ଛାତ୍ରଛାତ୍ରୀ ମାନଙ୍କୁ ଜାଲିଆତି ସାର୍ଟିଫିକେଟ ଯୋଗାଇବାର ସାଂଘାତିକ ଅଭିଯୋଗ ମଧ୍ଯ ଏହି କଳେଜ କର୍ତ୍ତୃପକ୍ଷଙ୍କ ନାମରେ ଅଛି.. ଏହାର ନିରପେକ୍ଷ ତଦନ୍ତ ସହ କଳେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନେବା ସହ ପୀଡିତ ଛାତ୍ରଛାତ୍ରୀ ମାନଙ୍କ ଉପଯୁକ୍ତ ଥଇଥାନ କରିବା ପାଇଁ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଓଡ଼ିଶା ସରକାର କଳାହାଣ୍ଡି ପ୍ରଶାସନ କୁ ଦାବି ଜଣାଉଛି ।

Related posts

ହା ହୋଲାରେ ସରିଲା ପଞ୍ଚାୟତ ସମିତର ସ୍ବତନ୍ତ୍ର ଅଧିବେଶନ 

masiha

୯୦ ତମ ମହାଶିବରାତ୍ରି ଜୟନ୍ତୀ ବଡ ଧୁମ୍ ଧାମରେ ପାଳିତ

Sunil Chandra Nayak

ଶୋଚନୀୟ ଅବସ୍ଥାରେ ସୁରୁପି ଠାରୁ ଲୋହାରି ଗଡ଼ା ରାସ୍ତା !!!

Sunil Chandra Nayak

Leave a Comment

error: Content is protected !!