ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇବର୍ଷ ହେଲାଣି ଅନ୍ଧ ହୋଇ ଦିନ କାଟୁଛନ୍ତି ସୋମନାଥ |ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ 

ଦୁଇବର୍ଷ ହେଲାଣି ଅନ୍ଧ ହୋଇ ଦିନ କାଟୁଛନ୍ତି ସୋମନାଥ |ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ 

ନବରଙ୍ଗପୁର:(ତା ୨୬/୦୬)(ରବି ନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମର ସୋମନାଥ ଯାନୀ (୩୮)ଦୁଇବର୍ଷ ହେଲାଣି ଅନ୍ଧ ହୋଇ ଅସହାୟ ଭାବେ ଦିନ କାଟୁଛନ୍ତି |ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ କୌଣସି ଡାକ୍ତରଖାନାକୁ ଯାଇ ନିଜ ଆଖିର ଚିକିତ୍ସା କରାଇପାରୁନଥିବା ସୋମନାଥ କହିଛନ୍ତି |ସୋମନାଥ ପେଶାରେ ଜଣେ ଡ୍ରାଇଭର |ଆଖି ଦୁଇଟା ଠିକ ଥିବା ସମୟରେ ସେ ଟ୍ରାକର, ପିକଅପ, ବୋଲେରୋ ଆଦି ଚାରି ଚକିଆ ଗାଡିସବୁ ଚଲେଇ ପରିବାରର ପ୍ରତିପୋଷଣ କରୁଥିଲେ |ହେଲେ ଯେବେଠୁଁ ସେ ଅନ୍ଧ ହୋଇଛନ୍ତି ସେବେଠୁ ପରିବାରର ଭରଣ ପୋଷଣ କରିବାକୁ ଅସମର୍ଥ ହୋଇ ପଡିଛନ୍ତି |ପରିବାରରେ ନିଜ ମା ବୁଢ଼ୀ ଓ ଗୋଟିଏ ୪ବର୍ଷର ଝିଅ ରହିଥିବା ବେଳେ କେବଳ ମା ବୁଢ଼ୀକୁ ଛାଡିଦେଲେ ଉଭୟ ବାପାଝିଅ(ଝିଅର ବୟସ ୫ବର୍ଷ ହୋଇନି )ପିଡ଼ିଏସ ଚାଉଳରୁ ବଞ୍ଚିତ |ପିତୃ ଅର୍ଜିତ ଜମି ଦେଢ଼ ଏକର ଖଣ୍ଡେ ଅଛି ଯେ, ତାହା ମଧ୍ୟ ଅନ୍ୟ ପାଖରେ ବନ୍ଧକ ପଡିଛି |ବର୍ଷେ ତଳେ ସ୍ତ୍ରୀ ଆରପାରିକୁ ଚାଲିଗଲା ପରେ ଏବେ ନିଜ ମା ଓ ଝିଅଙ୍କୁ ନେଇ ଏକ ଚାଳ ଛପର ଘରେ ଦିନ କାଟୁଛନ୍ତି |ସୋମନାଥଙ୍କ ଏଭଳି ଦୁଃଖଦ ପାଇବା ପରେ ଝରୀଗାଁ ବ୍ଲକର ଜଣେ ସମାଜସେବୀ ତଥା ବିଜେପି ଚଚା ମଣ୍ଡଳର ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ ସୋମନାଥଙ୍କ ଘରେ ପହଂଚି ତାଙ୍କର ସମସ୍ତ ଘଟଣା ବିଷୟରେ ପଚାରି ବୁଝିବା ପରେ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି |ଅନ୍ୟପକ୍ଷେ ସୋମନାଥଙ୍କୁ ପ୍ରଶାସନ ସହାୟତା ଯୋଗେଇ ଦେବାକୁ ଗ୍ରାମର ଲକିଚନ୍ଦ୍ର ପୂଜାରୀ, ରଘୁନାଥ ହରିଜନ, ଉର୍ଦ୍ଧବ ହରିଜନ, ରାମଚନ୍ଦ୍ର ଗୌଡ଼, ଈଶ୍ୱର ଯାନୀ, ନାଗେଶ୍ୱର ସାହୁ ତଥା ଅନ୍ୟାନ୍ୟ ଗ୍ରାମବାସୀ ଦାବୀ କରିଛନ୍ତି |

ମସିହା ନିୟୁଜ୍ ସର୍ଭିସ୍ 

Related posts

ସରକାରୀ ଆଇଟିଆଇ ରେ  ଇ ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଶିକ୍ଷକ ଅଭିଭାବକ ସମ୍ମିଳନୀ

Sunil Chandra Nayak

ଆକାଂକ୍ଷା ବ୍ଲକ ତେନ୍ତୁଳିଖୁଣ୍ଟି ରେ ସଂପୂର୍ଣ୍ଣତା ଅଭିଯାନ ଉନ୍ମୋଚିତ

masiha

Leave a Comment

error: Content is protected !!