ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁଲାପଡା ଠାରେ ବ୍ଲକ ସ୍ତରୀୟ କ୍ରୀଡlଙ୍ଗନ୍ ପ୍ରଶିକ୍ଷଣ ଶିବିର ଉଦଯାପିତ

ତୁଲାପଡା ଠାରେ ବ୍ଲକ ସ୍ତରୀୟ କ୍ରୀଡlଙ୍ଗନ୍ ପ୍ରଶିକ୍ଷଣ ଶିବିର ଉଦଯାପିତ

ରୁପ୍ରା,  ୨୮/୬ (ମନିସ) : ନର୍ଲା ବ୍ଲକ୍ ଓ ମ. ରାମପୁର ବ୍ଲକ ଅଧିନ ଆକାଂକ୍ଷୀ ପାଠ୍ୟକ୍ରମର ତିନି ଦିନିଆ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ‘କ୍ରୀଡାଙ୍ଗନ’ ଶିବିର ତୁଲାପଡା ସ୍ଥିତ ଦାମୋଦର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ ପରିସରରେ ଗୁରୁବାର ଉଦଯାପିତ ହୋଇଯାଇଛି।

               ଗତ ୨୫ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ନର୍ଲା ଓ ମ. ରାମପୁର ବ୍ଲକ ଅଧିନ ବିଭିନ୍ନ ହାଇସ୍କୁଲର ୪୪ଜଣ ମେଣ୍ଟର ଶିକ୍ଷକ ଯୋଗଦାନ କରି ତାଲିମ୍ ଗ୍ରହଣ କରିଥିଲେ। ତୁଲାପଡା ହାଇସ୍କୁଲର  ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲତା ସାହୁ ଏହା ଉଦଘାଟନ କରିଥିବା ବେଳେ ରାଜ୍ୟ ସମ୍ବଳ ଶିକ୍ଷକ(SRG) ଶ୍ରୀ ଆଲୋକ ବେହେରା ତଥା distric support officer ଶ୍ରୀ ବିକାଶ ମେହେର ଅତିଥି ଭାବରେ ଯୋଗଦେଇ ଶିବିରାର୍ଥି ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ସେହିପରି ଏହି ଶିବିରରେ ବ୍ଲକ ସମ୍ବଳ ଶିକ୍ଷକ ଶ୍ରୀ ସମୀର ରଞ୍ଜନ ନାଏକ (ମୁସ୍କୁଟି ଉଚ୍ଚ ବିଦ୍ୟାଳୟ) ଓ ଶ୍ରୀ ଅଭିଷେକ ଛତ୍ରିଆ (ମ. ରାମପୁର ହାଇସ୍କୁଲ) କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ। ଅତ୍ୟନ୍ତ ଉପାଦେୟ ଓ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ବିକାଶ ନିମନ୍ତେ ଏହି ମେଣ୍ଟର୍ ଶିକ୍ଷକ ମାନଙ୍କ ଲାଗି ପଥ ପ୍ରଦର୍ଶକ ହୋଇପାରିବ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ । ସେହିପରି ଉଦଯାପନୀ ଅବସରରେ ଭୀମକେଲା ହାଇସ୍କୁଲର ବରିଷ୍ଠ ଶିକ୍ଷକ ଶ୍ରୀ ବିନୟ କିଶୋର ଦାଶ, ତୁଲାପଡା ହାଇସ୍କୁଲ ଶିକ୍ଷକ ଶ୍ରୀ ବିମଳ କୁମାର ପ୍ରଧାନ, ଘୋଡାବନ୍ଧ ହାଇସ୍କୁଲର ଶିକ୍ଷକ ଶ୍ରୀ ନାରାୟଣ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ଶିକ୍ଷକ ଶ୍ରୀ ସମୀର ରଞ୍ଜନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। 

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ସ୍ବାଧୀନତାର ୭୬ ବର୍ଷ ପରେ ଦୁର୍ଗମ ଅଞ୍ଚଳକୁ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ଖାତିଗୁଡ଼ାରେ ପଦରିଆ ଯାତ୍ରା ଅନୁଷ୍ଠିତ

masiha

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍

masiha

Leave a Comment

error: Content is protected !!