ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତିଙ୍କ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ଓ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦାନ 

ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତିଙ୍କ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ଓ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦାନ 

ରୁପ୍ରା, ୨୮/୬ (ମନିସ) : ନବ ନିର୍ବାଚିତ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଆଜି ପୂର୍ବାହ୍ନରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରିବା ସହିତ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦେଇ ଥିଲେ। ସୂଚନାଯୋଗ୍ୟ ଶ୍ରୀମତୀ ମହାନ୍ତି ବିଧାୟକ ଭାବରେ ନିର୍ବାଚିତ ହେବାପରେ ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଏହା ତାଙ୍କର ପ୍ରଥମ ପରିଦର୍ଶନ ଅଟେ।

ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ଗୋଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଯୋଗଦେଇ ଅଞ୍ଚଳର ସ୍ବାସ୍ଥ୍ୟସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ମୁଖ୍ୟ ସମସ୍ୟା ମଧ୍ୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ପଦବୀ ଶୀଘ୍ର ପୂରଣ ସହ ଅନ୍ୟାନ୍ୟ ସମସ୍ୟା ଉପରେ ଧ୍ୟାନ ଦେବେବୋଲି ବିଧାୟିକା ଶ୍ରୀମତୀ ମହାନ୍ତି ପ୍ରତିଶୃତି ଦେଇ କହିଥିଲେ । ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବେ ନର୍ଲା ବିଡ଼ିଓ ଶ୍ରୀଯୁକ୍ତ ରିପୁନାଥ ସୁନା, ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାନ୍ତି ଓରଫ୍ ମୁନା, ଏବିଇଓ ଶ୍ରୀ ସୂର୍ଯ୍ୟଦେବ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସିଡିପିଓ ଶ୍ରୀମତୀ ବିନୋଦିନୀ ପଣ୍ଡା, ଡ଼ ପୁଷ୍ପାରାଣୀ ଚନ୍ଦ୍ରାକର, ପ୍ରଶାନ୍ତ ରଣା, ଫାର୍ମାସିଷ୍ଟ ଶାନ୍ତୁନୁ ପାଣିଗ୍ରାହୀ ପ୍ରମୁଖଙ୍କ ସହ ରୋଗୀ କଲ୍ୟାଣ ସମିତିର ନୂତନ ସଦସ୍ୟ ତଥା ଅନ୍ୟାନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ବିପିଏମ ଶ୍ରୀ ସବିର କୁମାର ପଧାନ ପରିଚାଳନା କରିଥିବା ବେଳେ ଡ଼ା ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଶାରଳା ପରିବାରର ମା ଶାରଳାଙ୍କ ପୂଜା 

Sunil Chandra Nayak

ଖଡିଆଳ ସହରର ବରିଷ୍ଠ ନାଗରିକ, ସିଲେଇ ଶିକ୍ଷକ ଝୁମକ ଲାଲ ବର୍ମା ଙ୍କ ଆଜି ୯୪ ବର୍ଷ ବୟସ ରେ ଦେହାନ୍ତ

masiha

କୃଷି ସେବା ସଂଘ ସଦସ୍ୟର ଚେତାବନୀ ଦାବି ପୂରଣ ନ ହେଲେ ୩୧ ଅଗଷ୍ଟ ରୁ ସାମୁହିକ ଛୁଟିରେ ଯିବେ 

masiha

Leave a Comment

error: Content is protected !!