ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ପିପଳପଙ୍କା ପ୍ରକଳ୍ପ ପ୍ରତ୍ୟାହାର ହେଉ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା ଋଷିକୂଲ୍ୟା ବଞ୍ଚାଅ କ୍ରିୟାନୁଷ୍ଟାନ କମିଟି

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ପିପଳପଙ୍କା ପ୍ରକଳ୍ପ ପ୍ରତ୍ୟାହାର ହେଉ

ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା ଋଷିକୂଲ୍ୟା ବଞ୍ଚାଅ କ୍ରିୟାନୁଷ୍ଟାନ କମିଟି

ବ୍ରହ୍ମପୁର,1/7 : ଗଞ୍ଜାମ ଜୀବନ ଧାରା ଭାବେ ବିବେଚିତ ହେଉଥିବା ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ପିପଳପଙ୍କା ପ୍ରକଳ୍ପ ଙ୍କ୍ତିର୍ମାଣ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଋଷିକୂଲ୍ୟା ନଦୀର ଅସ୍ତତ୍ଵ ବିପଦରେ ପଡ଼ିବ। ଏହା ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଜନ ସାଧାରଣ ଏହା ଦ୍ବାରା ପ୍ରଭାବିତ ହେବେ । ତେଣୁ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରନ୍ତୁ ବୋଲି ଋଷିକୂଲ୍ୟା ବଞ୍ଚାଅ କ୍ରିୟାନୁଷ୍ଟାନ କମିଟି ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହଙ୍କ୍ତ ମାଝିଙ୍କୁ ଏକ ଲିଖୁତ ନିବେଦନ କରିଛି । ଏହି ପରିପ୍ରେକ୍ଷୀରେ ଏକ ସମାବେଶ ଆୟୋଜନ କରି କମିଟି ଏହି ନିଷ୍ପତି ନେଇଛି। ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ନିବେଦନ ରେ କମିଟି ଉଲ୍ଲେଖ କରିଛି ଯେ ଗତ 1996 ମସିହାରେ ରାଜ୍ୟରେ କଂଗ୍ରେସ ଶାସନ କାଳରେ ଏହି ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ବିଭିନ୍ନ ଗଣ ସଂଗଠନ ଏବଂ ଅଞ୍ଚଳ ବାସିନ୍ଦା ବିରୋଧ କରିଥିଲେ । କାରଣ ଜଳବାୟୁ ପରିବର୍ତ୍ତନ ର ପ୍ରଭାବରେ ସମ୍ପ୍ରତି ଋଷିକୂଲ୍ୟା ନଦୀରେ ଜଳସ୍ରୋତ କମିବା ସହ ଏହାର ସମସ୍ତ ଶାଖା ନଦୀ ମାଙ୍କ୍ତଙ୍କରେ ଉପର ମୁଣ୍ଡ ତଥା ଉତ୍ପତ୍ତି ସ୍ଥଳରେ ଛୋଟ, ବଡ଼ ଡ୍ୟାମ ନିର୍ମାଣ ହୋଇସାରିଛି । ଫଳରେ ବର୍ଷା ଦିନ ଛଡ଼ା ଅନ୍ୟ ଦିନରେ ସେହି ଶାଖା ନଦୀ ଗୁଡ଼ିକରେ ମୂଳ ଉତ୍ସରୁ ଋଷିକୂଲ୍ୟାକୁ ଜଳ ଆସୁନାହିଁ । ନଦୀର ଦୁଇଟି ମୂଳସ୍ରୋତ ଅଡ଼ଙ୍ଗୀ ଙ୍କ୍ତାଳ ଓ ଋଷିକୂଲ୍ୟା ମିଶିଛନ୍ତି ପିପଳପଙ୍କା ଜଙ୍ଗଲରେ । ଏହା ଋଷିକୂଲ୍ୟା ନଦୀର ମୂଳ ଜଳାଧାର ରୂପେ ସୋରଡ଼ାରୁ ଛତ୍ରପୁର, ଗଞ୍ଜାମ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ବହୁଛି। ଏହି ମୂଳ ଜଳଧାର ଗତ 40 ବର୍ଷ ଭିତରେ କ୍ରମଶଃ କମିକମି ଯାଉଛି। କିନ୍ତୁ ନଭେମ୍ବର ମାସରୁ ଜୁନ୍ ପର୍ଯ୍ୟନ୍ତ କେବଳ ଜଳଧାର ଏହି ମୂଳସ୍ରୋତରୁ ଆସୁଛି, ଯାହାକି ଋଷିକୂଲ୍ୟା ନଦୀକୁ ବଂଚାଇ ରଖୁଛି । ଏହା ଦ୍ଵାରା  ଦୁଇ କୂଳର ଗ୍ରାମବାସୀମାନେ ପିଇବା ପାଣି, ଗୃହପାଳିତ ପଶୁଙ୍କ ପାଇଁ ବ୍ୟବହାର କରିପାରୁଛନ୍ତି। ଏହା ବ୍ୟତୀତ ଶହ ଶହ ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ହୋଇ ସେଇ ଜଳଯୋଗାଣ ହୋଇପାରୁଛି। ଯଦି ମୂଳସ୍ରୋତକୁ ଅଟକାଇ ଡ୍ୟାମ ଙ୍କ୍ତିର୍ମାଣ ହେବ ତାହା ହେଲେ ଏହାର ଏକ ମାତ୍ର ମୂଳଧାର ବନ୍ଦ ହୋଇଯିବ। ଏହାର କୁପରିଣାମ ଯୋଗୁଁ ନଦୀର ଜୈବ ବିବିଧତା ନଷ୍ଟ ହେବା ସହ ଋଷିକୂଲ୍ୟା ନଦୀ ମୃତ  ପରିଣତ ହୋଇଯିବ। ଜାଙ୍କ୍ତିବିଲିଠାରୁ ବ୍ରହ୍ମପୁର ସହରକୁ ଜଳଯୋଗାଣ ବାଧାପ୍ରାପ୍ତ ହେବା ସହ ନଦୀର ଦୁଇ ପାର୍ଶ୍ଵରେ ଥିବା ଅଞ୍ଚଳରେ ସମସ୍ତ କୁଅ,ପୋଖରୀ ଶୁଖୁଯିବ ବୋଲି ଆଶଙ୍କା ପ୍ରକାଶ କରିଛି ଋଷିକୂଲ୍ୟା ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି । ଏହି ପ୍ରକଳ୍ପ ନିର୍ମାଣ ହେଲେ ଜଳସେଚନ କରାଯିବ ବୋଲି କୁହାଯାଇଥିଲେ ବି ଏହାର ପାଣି ଲୁହାପାଇପ ଯୋଗେ ଛତ୍ରପୁର ସ୍ଥିତ ଟାଟାର ଆର୍ଥିକ କ୍ଷେତ୍ରରେ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଜଳ ଯୋଗାଣ ହେବ ବୋଲି ପ୍ରଶାସନିକ ସ୍ତରରେ ଙ୍କ୍ତିଷ୍ପତ୍ତି ହୋଇଛି । ଏହି ଡ୍ୟାମ ଙ୍କ୍ତିର୍ମାଣ ଦ୍ଵାରା 23ଟି ଗ୍ରାମର ଶହ ଶହ ଲୋକ ବିସ୍ଥାପିତ ହେବେ। ତେଣୁ ଏହି ପ୍ରକଳ୍ପ ନିର୍ମାଣ ପୁର୍ବରୁ ପ୍ରକଳ୍ପର ଲାଭ, କ୍ଷତି ବୈଷୟିକ ଓ ପରିବେଶ ବୈଜ୍ଞାଙ୍କ୍ତିକ ମାନ ଙ୍କ ଦ୍ଵାରା କରାଯାଉ। ଏହି ପ୍ରକଳ୍ପ ସଂକ୍ରାନ୍ତରେ ଜଳସେଚn ବିଭାଗର ସର୍ବୋଚ୍ଚ ଇଞ୍ଜିନିୟର ମାନେ ସର୍ବସାଧାରଣଙ୍କ ଉପସ୍ଥିତିରେ ଜଳଭଣ୍ଡାର ଦ୍ଵାରା ହେବାକୁ ଥିବା କ୍ଷୟକ୍ଷତି ଓ ଲାଭଜଙ୍କ୍ତିତ ତଥ୍ୟ ପ୍ରଦାନ କରି ଆଲୋଚନା କରନ୍ତୁ ବୋଲି କମିଟିର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପରିବେଶବିତ୍‌‍ ପ୍ରଫୁଲ୍ଲ ସାମନ୍ତରା, ଆର୍ଯ୍ୟଭଟ୍ଟ ପାଉଣ୍ଡେସଙ୍କ୍ତର ପ୍ରତିଷ୍ଠାତା ସୁଧର ରାଉତ, ଶିକ୍ଷାବିତ୍‌‍ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବରିଷ୍ଠ ସାମ୍ୱାଦିକ ରବି ରଥ, ରାଜେନ୍ଦ୍ର କୁମାର ପଣ୍ଡା, ବିଘ୍ନେଶ୍ଵର ସାହୁ, ସୀମାଞ୍ଚଳ ନାହାକ, ଅଶୋକ କୁମାର ଦଳେଇ, ସୁବାସ ଚନ୍ଦ୍ର ମିଶ୍ର, ଆଦିତ୍ୟ ନାରାୟଣ ରଥ, ସୁବାସ ଚନ୍ଦ୍ର ରାଉତ, ଗଗନ ଚନ୍ଦ୍ର ମଲ୍ଲିକ, ଏ. ସଞ୍ଜିବ ରେଡ଼ିଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।

 

Related posts

ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ବାସ୍ଥ୍ୟ ସଂପର୍କୀତ କାର୍ଯ୍ୟକ୍ରମ

Sunil Chandra Nayak

ବନ୍ଧୁଗାଁରେ ଗୁଡ୍ ଫ୍ରାଇଡେ ପାଳନ କଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ 

masiha

Leave a Comment

error: Content is protected !!