ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଜନତା ପାର୍ଟି ପାନପୋଷ ସାଂଗଠନିକ ଜିଲ୍ଲା ରାଉରକେଲାରେ ହମିରପୁର, ତୁମକେଲା, ଲୁହାକେରା ଓ ଟାଙ୍ଗରାପଲ୍ଲୀର ବଞ୍ଚିତ ଅଞ୍ଚଳକୁ ପଂଚାୟତରେ ଅନ୍ତର୍ଭୁକ୍ତ କରିବାକୁ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସ୍ମାରକ ପତ୍ର

ଭାରତୀୟ ଜନତା ପାର୍ଟି ପାନପୋଷ ସାଂଗଠନିକ ଜିଲ୍ଲା ରାଉରକେଲାରେ ହମିରପୁର, ତୁମକେଲା, ଲୁହାକେରା ଓ ଟାଙ୍ଗରାପଲ୍ଲୀର ବଞ୍ଚିତ ଅଞ୍ଚଳକୁ ପଂଚାୟତରେ ଅନ୍ତର୍ଭୁକ୍ତ କରିବାକୁ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସ୍ମାରକ ପତ୍ର

ରାଉଲକେଲା: ବିକଶିତ ଓଡ଼ିଶା ଗଠନ ଆମ ସଂକଳ୍ପ ପାଇଁ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଉତ୍ସଵରେ ଯୋଗ ଦେଇ, ଏହାର ସମାପନ ପରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ମାନ୍ୟବର ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ଭେଟି ଥିଲେ । ସେ ଏହି ଅବସରରେ ତ୍ରିଶଙ୍କୁ ଅବସ୍ଥାରେ ଥିବା ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଗ୍ରାମ ହମିରପୁର, ତୁମକେଲା, ଲୁହାକେରା ଓ ଟାଙ୍ଗରାପଲ୍ଲୀର ବଞ୍ଚିତ ଅଞ୍ଚଳକୁ ପଂଚାୟତରେ ଅନ୍ତର୍ଭୁକ୍ତ କରିବାକୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦେଶର ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଏହି ଅଂଚଳ ଗୁଡ଼ିକ ନା ପୌରପାଳିକା ନା ପଞ୍ଚାୟତରେ ଅଛି । ପରିତାପର ବିଷୟ ଏହିକିଯେ ନିର୍ବାଚିତ ବିଧାୟକ ନା ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହା ଉପରେ ଦୃଷ୍ଟି ଦେଉଛନ୍ତି। ଗତ ବର୍ଷ ହମିରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଜନ ଶୁଣାଣି ଉପ ଜିଲ୍ଲାପାଳ, ତହସିଲଦାର ଓ ଅନ୍ୟ ଅଧିକାରୀଙ୍କ ସହ ପୂର୍ବତନ ବିଧାୟକଙ୍କ ଉପସ୍ଥିତିରେ ସହସ୍ରାଧିକ ଗ୍ରାମବାସୀ ସର୍ବ ସମ୍ମତି କ୍ରମେ ହମିରପୁରକୁ ଏକ ସ୍ବତନ୍ତ୍ ପଞ୍ଚାୟତ କରିବା ପାଇଁ ଦାବି କରିଥିଲେ । ଏହାପରେ ମଧ୍ୟ ରାଜ୍ୟସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନଥିଲା । ଏହି ଅଞ୍ଚଳର ଗ୍ରାମବାସୀ ମାନେ ନିଜ ଭାଗ୍ୟକୁ ଆଦରି ବଞ୍ଚୁଛନ୍ତି ଯାହା ଫଳରେ ଗଣତନ୍ତ୍ର ବ୍ୟବସ୍ଥାରେ ଜନତାଙ୍କ ଦୁଃଖ କେହି ଶୁଣିବାକୁ ନାହାନ୍ତି । ରାଉରକେଲା ଇସ୍ପାତ କାରଖାନାର ପେରିଫେରି ଅଞ୍ଚଳରେ ଅବସ୍ଥିତ ଥିଲେ ମଧ୍ୟ ସେମାନେ କୌଣସି ଆଖି ଦୃଷ୍ଟିଆ ଉନ୍ନତି ମୂଳକ କାର୍ଯ୍ୟ କରି ନାହାନ୍ତି । ଏହି ଅଂଚଳର ବାସିନ୍ଦାମାନେ ସ୍ୱାସ୍ଥ୍ୟ , ଶିକ୍ଷା, ରାସ୍ତାଘାଟ, ଡ୍ରେନ , ଷ୍ଟ୍ରିଟ ଲାଇଟ ଆଦି ମୌଳିକ ସୁବିଧାରୁ ବଞ୍ଚିତ ହେଇଛନ୍ତି। ବାରମ୍ବାର ଦାବି ହୋଇଥିଲେ ମଧ୍ୟ ସମସ୍ତେ ନୀରବ । ନବ ନିର୍ବାଚିତ ବିଧାୟକ ଭାବେ ଗତ ଜୁନ ମାସ ୧୯ ତାରିଖ ଦିନ ଶପଥ ନେବାପରେ ଜନତାଙ୍କ ସେବକ ଭାବରେ ଶ୍ରୀ ତନ୍ତୀ ଜନତାଙ୍କ ଜର୍ଜରିତ ସମସ୍ୟାକୁ ହୃଦୟଙ୍ଗମ କରି , ଜନତାଙ୍କ ସ୍ବରକୁ ରାଜ୍ୟ ସରକାରଙ୍କ ପଂଚାୟତରାଜ ମନ୍ତ୍ରୀଙ୍କ ପାଖରେ ଉପସ୍ଥାପିତ କରିବା ସହିତ ଶୀଘ୍ର ସମାଧାନ କରିବାକୁ ଅନୁରୋଧ କରିଛନ୍ତି। ସବକା ସାଥ, ସବକା ବିକାଶ ,ସବକା ବିଶ୍ଵାସ , ସବକା ପ୍ରୟାସ ହେଉଛି ଯସ୍ୱଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ । ଏହାକୁ କାର୍ଯ୍ୟରେ ପରିଣତି କରିବା ଆମର କାମ । ଏଣୁ ଏହା ଉପରେ ଯଥା ଶୀଘ୍ର ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ରବି ନାୟକ ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ତନ୍ତୀ ପ୍ରକାଶ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ସୋସିଆଲ ସୋସାଇଟି ତରଫରୁ ଶିଶୁ ଦିବସ ପାଳନ 

Sunil Chandra Nayak

ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ A1 ଗ୍ରେଡ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

masiha

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ପ୍ରେମିକ ଶୋଇବା ଘରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

masiha

Leave a Comment

error: Content is protected !!