ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିୟମ ଗିରି ଅଂଚଳ ପରିଦର୍ଶନ ଯାଇ ଲୋକଙ୍କ ଦୁଃଖସୁଖ ବିଝିଥିଲେ ଜିଲ୍ଲାପାଳ ଓ ଆରୋକ୍ଷୀ ଅଧିକ୍ଷକ 

ନିୟମ ଗିରି ଅଂଚଳ ପରିଦର୍ଶନ ଯାଇ ଲୋକଙ୍କ ଦୁଃଖସୁଖ ବିଝିଥିଲେ ଜିଲ୍ଲାପାଳ ଓ ଆରୋକ୍ଷୀ ଅଧିକ୍ଷକ 

“ପ୍ରଧାନମନ୍ତ୍ରୀ ଜନମନ ଗ୍ରାମ ବୁଲିଦେଖିଲେ ଆଦିମ ଜନଜାତି ହିତାଧିକାରୀଙ୍କ ସହିତ ଆଲୋଚନା କଲେ “

ରାୟଗଡ:-ତା. ୪/୦୭- ରାୟଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ଆରୋକ୍ଷୀ ଅଧିକ୍ଷକ ହରିଶା ବି.ସି ଦୁହେଁ ମିଶି କଲ୍ୟାଣୀସିଂହପୁର ବ୍ଲକର ପାର୍ସଲୀ ଗ୍ରାମ ପଂଚାୟତ ଅନ୍ତର୍ଗତ ନିୟମଗିରି ଅଂଚଳର ଆଦିମ ଜନଜାତି ବହୁଳ ଲମ୍ବା ଓ ଡ଼ଙ୍ଗାମାଟି ଗ୍ରାମ ପରିଦର୍ଶନ କରିଥିଲେ l ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଅନ୍ତର୍ଗତ ଲମ୍ବା ଓ ଦଙ୍ଗାମାଟି ଗ୍ରାମର ଜନଜାତିଙ୍କ ଘର ବୁଲିବା ସାଙ୍ଗରେ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ବିଶେଷକରି ସ୍ୱାସ୍ଥ୍ୟ ସେବା ପାଉଛନ୍ତି କି ନାହିଁ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ଦିଆଯାଉଛି କି ନାହିଁ, ଆଶା ଅଙ୍ଗନବାଡି ନିୟମିତ ଆସୁଛନ୍ତି କି ନାହିଁ ବୋଲି ପଚାରିଥିଲେ l ଏହି ଗ୍ରାମରେ ସୌର ଚଳିତ ବିଦ୍ୟୁତ ଯୋଗାଇ ଦିଆଯାଇଥିବାରୁ ତାହା ଯଥେଷ୍ଠ ହେଉନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ l ଖୁବ ଶୀଘ୍ର ଏହି ଗ୍ରାମରେ ସର୍ଭେ କରାଯାଇ ବିଦ୍ୟୁତ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ l ଆସନ୍ତା ୫ତାରିଖରୁ କେମ୍ପ କରାଯାଇ ଆଧାର, ଜନ୍ମ ପ୍ରମାଣ ପତ୍ର ଓ ଜାତି ପ୍ରମାଣ ପତ୍ର ଯୋଗାଇ ଦିଆଯିବ ବୋଲି ବିଡ଼ିଓ ପ୍ରକାଶ କରିଥିଲେ l ଜିଲ୍ଲା ପୋଲିସ ବିଭାଗ ତରଫରୁ ବୟସ୍କ ବ୍ୟକ୍ତି ମାନଙ୍କ ନିମନ୍ତେ ଛତା, କମ୍ବଳ ଓ ଟି ସାର୍ଟ ପ୍ରଦାନ କରିଥିବାବେଳେ ଶିଶୁ ମାନଙ୍କୁ ସ୍କୁଲ ବ୍ୟାଗ, ପାଣିବତଲ, ପେନସିଲ, ରବର ଓ କ୍ୟାପ ପ୍ରଦାନ କଥିଲେ l

ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣସିଂ ବିଡ଼ିଓ ମନୀଷା ଦାଶ, କଲ୍ୟାଣ ସିଂପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଓ ଅନ୍ୟାନ୍ୟ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୂର ଠାରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରଥ ର ଶୁଭାରମ୍ଭ ଓ ଶୋଭାଯାତ୍ରା

masiha

ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର କ୍ଷେତ୍ରପାଳ ସମ୍ମାନ ରେ ସମ୍ମାନିତ

ଡାହାଣି ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!