ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଓ କାର ମୁହାଁ ମୁହିଁ,୧ମୃତ ୧ ଗୁରୁତର

ଟ୍ରକ ଓ କାର ମୁହାଁ ମୁହିଁ,୧ମୃତ ୧ ଗୁରୁତର

ଜୁନାଗଡ଼,୩/୭(ମ ନି ସ) ଜୁନାଗଡ଼ ନିକଟ ଜାତୀୟ ରାଜପଥ ୨୬ ଦୁମେରବାହଳ ନିକଟରେ ଏକ ଟ୍ରକ ଓ କାର ମୁହାଁମୁହିଁ ହେବାରୁ କାର ମଧ୍ୟରେ ଥିବା ଜଣେ ଲୋକଙ୍କ ମୃତୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲାମୁଖ୍ୟ ଚିକିତ୍ସା ଲୟରେ ଚିକିତ୍ସା ଧୀନ ଅଛନ୍ତି।ବୁଧବାର ଭୋର ସମୟରେ ଭୁବନେଶ୍ୱର ର ଅନଙ୍ଗ ଉଦୟ ଜେନା(୩୪) ଓ ନାରାୟଣ ତରାଇ (୨୪) କେସିଙ୍ଗା ରୁ ଏକ ହୁଣ୍ଡାଇ କାର ଯୋଗେ ମାଲକାନଗିରି ଯାଉଥିଲେ ଏହି ସମୟରେ ଜାତୀୟ ରାଜପଥ ଡୁମେରବାହଳ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକଟ୍ରକ ସହ ଧକ୍କା ହୋଇଥିଲା।ଫଳରେ ଘଟଣା ସ୍ଥଳରେ ଅନଙ୍ଗ ଉଦୟ ଙ୍କ ମୃତୁ ହୋଇଯାଇଥିବା ବେକେ ନାରାୟଣ ତରାଇ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ଜୁନାଗଡ଼ ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ହୋଇ ସେଠାରୁ ସେମାନଙ୍କୁ ଉଦ୍ଧାର କରିଥିଲେ।ଏ ସଂକ୍ରାନ୍ତରେ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁହେବା ସହ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଚାରବାହାଲ ଠାରେ ରକ୍ତଦାନ ଶିବିର

masiha

ସ୍ବର୍ଗତ ରବୀନ୍ଦ୍ର ନାଥ ରାଉତଙ୍କ ଏକାଦଶାହ ଅବସରରେରେ ସ୍ମୃତି ଚାରଣ ସଭା 

Sunil Chandra Nayak

ହିଲ୍ ଟାଉନ ଡେଭଲପମେଣ୍ଟ କମିଟି ର କର୍ମକର୍ତା ଚୟନ

Sunil Chandra Nayak

Leave a Comment

error: Content is protected !!