ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସଦର ବିଧାୟକ ସାଗର ଦାସ ଙ୍କୁ ସମ୍ବର୍ଦ୍ଧନା

ସଦର ବିଧାୟକ ସାଗର ଦାସ ଙ୍କୁ ସମ୍ବର୍ଦ୍ଧନା

 ଭବାନୀପାଟଣା/ସ୍ଥାନୀୟ ଟାଉନ ହଲ ଠାରେ ଟାଉନ କଂଗ୍ରେସ ତରଫରୁ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି. ଜିଲା ଉପ ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ରେ ସଦର ବିଧାୟକ ସାଗର ଚରଣ ଦାସ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା. ବିଧାୟକ ଶ୍ରୀ ଦାସ ନିର୍ବାଚନ ରେ ସକ୍ରିୟ ଥିବା କର୍ମୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ ।ସମ୍ବର୍ଦ୍ଧନା ସଭାରେ ଜିଲା ସଭାପତି ଭାରତ ଭୂଷଣ ବେମାଲ, ମହିଳା ନେତ୍ରୀ ଦ୍ରୌପଦୀ ମାଝୀ ଉପ ସଭାପତି ଉଛବ ସାହୁ, ଧନୁର୍ଦ୍ଧର ଗହୀର, ମହମ୍ମଦ୍ ଅଲ୍ଲୀ ,ବରିଷ୍ଠ ନେତା ସନ୍ତୋଷ ମୁଣ୍ଡ ,ସିଦ୍ଧାର୍ଥ ନାୟକ, ମହେନ୍ଦ୍ର ନାୟକ ,ଟାଉନ ସଭାପତି ,ସୁକାନ୍ତି ସରାଫ ,ମାରଜିନା ପ୍ରଧାନ,ଇରିନାଇ ନାୟକ, ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ, ପ୍ରୀତମ ବେହେରା, ସଚିନ ନାୟକ,ପ୍ରମୂଖ ଉପସ୍ଥିତ ରହି ସାଗର ଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ. ମନ୍ଦାକିନୀ ବାଣୁଆ ମଞ୍ଚ ପରିଚାଳନା କରିଥିଲେ. ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀ ଦାସ କହିଥିଲେ ଏହି ସମ୍ବର୍ଦ୍ଧନା ସଭା ଆପଣ ଙ୍କ ର. ଆଜି ଏହି ସମ୍ବର୍ଦ୍ଧନା ସଭାରେ ପ୍ରତିଜ୍ଞା କରିବା 2029 ରେ 5 ଗୋଟି କଂଗ୍ରେସ ବିଧାୟକ ସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ 33 ଗୋଟି ଜିଲା ପରିଷଦ ସଦସ୍ୟ ଙ୍କୁ ନିର୍ବାଚିତ କରିବାକୁ ଆହ୍ଵାନ ଦେଇଥିଲେ. ପଶ୍ଚିମ ଓଡିଶାର ବିକାଶ କରା ନ ହୁଏ ତେବେ ସରକାରଙ୍କ ବିରୋଧରେ ତୀବ୍ର ଆନ୍ଦୋଳନ ହେବ. ଜିଲା ରେ କଂଗ୍ରେସ କୁ ମଜବୁତ୍ କରାଯିବ ବୋଲି କହିଥିଲେ।ଧନ୍ୟବାଦ୍ ଅର୍ପଣ କରିଥିଲେ ସରୋଜ ବାଗ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

୫ କେଜି ଚାଉଳ କେନ୍ଦ୍ର କାଟି ଦେଇଥିବା ରୁ କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଦ୍ଧରେ ବିଜେଡିର ବିକ୍ଷୋଭ

Sunil Chandra Nayak

ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ

masiha

ଜନ ସମ୍ପର୍କ ଯାତ୍ରାରେ ଯୋଗଦେଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

Sunil Chandra Nayak

Leave a Comment

error: Content is protected !!