ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଲାମ ପ୍ରକ୍ରିୟା ପାଇଁ ବୈଠକ ଅନୁଷ୍ଠିତ 

ନିଲାମ ପ୍ରକ୍ରିୟା ପାଇଁ ବୈଠକ ଅନୁଷ୍ଠିତ 

ବସ୍ତା 04/07 :ଗୁରୁବାର ସକାଳ ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଭେଲୋରା ପଞ୍ଚାୟତରେ ଥିବା ସମସ୍ତ ସରକାରୀ ପୋଖରୀ, ହାଟ ନିଲାମ ପ୍ରକ୍ରିୟା ଆସନ୍ତା ୨୦୨୪/୨୫ ଆର୍ଥିକ ବର୍ଷ ପାଇଁ ଉକ୍ତ ପଂଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଭେଲୋରା ହାଟ ୨୦୨୩/୨୪ ଏକ ବର୍ଷ ପାଇଁ ୬ଲକ୍ଷ୍ୟ ୧୧ହଜାର ଟଙ୍କାରେ ନିଲାମ କରାଯାଇଥିଲା ମାତ୍ର ଚଳିତ ବର୍ଷ ମାର୍ଚ୍ଚ ମାସ ୩୧ତାରିଖରେ ତାହାର ଅବଧି ଶେଷ ହୋଇଥିଲା l କିନ୍ତୁ ବର୍ତ୍ତମାନ ତିନି ମାସରୁ ଉର୍ଦ୍ଧ ସମୟ ବିତିଯାଇଥିବାରୁ ଏବଂ ୧୦ପ୍ରତିଶତ ଅଧିକ ଅର୍ଥ ଅର୍ଥାତ୍ ୬ଲକ୍ଷ୍ୟ ୭୩ ହଜାର ସରକାରଙ୍କ ମୂଳ ମୂଲ୍ୟ ଥିବାରୁ ଏତେ ଅଧିକ ଅର୍ଥ ପୁଣି ଏତେ କମ ସମୟ ପାଇଁ କେହି ଇଚ୍ଛା ପ୍ରକାଶ କରିନଥିଲେ l କିନ୍ତୁ ଗତ ତିନିମାସରେ ୧ଲକ୍ଷ୍ୟ ୫୦ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଆଦାୟ ହୋଇଥିବାବେଳେ ସରପଞ୍ଚଙ୍କ ଚାଟୁକାରିତା କରୁଥିବା କିଛି ମୁଷ୍ଟିମେୟ ଲୋକଙ୍କୁ ଲଗାଇ ସରପଞ୍ଚ ମାତ୍ର ୭୫ହଜାର ଟଙ୍କା ଆଦାୟ ହୋଇଥିବା ବାକି ଅର୍ଥ ଆତ୍ମସାତ ହୋଇଥିବା ପଞ୍ଚାୟତ ବାସି ଅଭିଯୋଗ କରିଛନ୍ତି l ନିଲାମ ବିଳମ୍ବ ହେବାର କାରଣ ପିଇଓ ସୁଧାଂଶୁ ଶେଖର ରାଉତଙ୍କୁ ପଚାରିବାରୁ ନିର୍ବାଚନ ଆଚରଣବିଧି ପାଇଁ ନିଲାମ ହୋଇପାରିନଥିବା ପ୍ରକାଶ କରିଛନ୍ତି l ତେବେ ପୋଖରୀରେ ପାଣି ନଥିବାରୁ ତାହା ନିଲାମି ପ୍ରକିୟାରେ ସାମିଲ ହୋଇପାରିନଥିଲା ଫଳରେ ଆସିଥିବା ଇଛୁକ ପ୍ରାଥୀ ନିରାଶ ହୋଇ ଫେରିଥିଲେ l ପଞ୍ଚାୟତ ଅଧୀନରେ ଏସବୁର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ପଞ୍ଚାୟତ ବାସି ନିବେଦନ କରିଛନ୍ତି l ଉକ୍ତ ନିଲାମି କରଣରେ ପିଇଓ ସୁଧାଂଶୁ ଶେଖର ରାଉତ, ଜିପିଓ ଅଞ୍ଜନ କୁମାର ପାଣିଗ୍ରାହୀ, ସରପଞ୍ଚ ଦୁର୍ଗାରାଣୀ ଜେନା ଏବଂ ଭେଲୋରା ପଞ୍ଚାୟତର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୩୧ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ

Sunil Chandra Nayak

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଉଦଘାଟିତ

masiha

ଜିଲ୍ଲାର ପାଞ୍ଚ ହଜାର ବାଳୁତଙ୍କ ପୃଷ୍ଟି ସାଧନ ପାଇଁ ଆଠ ଗୋଟି ବ୍ଲକରେ ୨୩୯ କ୍ରେଚ୍ କେନ୍ଦ୍ର କାର୍ଯ୍ୟକ୍ଷମ

masiha

Leave a Comment

error: Content is protected !!