ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା ପ୍ରତ୍ୟେକ ନାଗରିକର ନୈତିକ କର୍ତ୍ତବ୍ୟ

ପରିବେଶ ସୁରକ୍ଷା ପ୍ରତ୍ୟେକ ନାଗରିକର ନୈତିକ କର୍ତ୍ତବ୍ୟ 

ରାଉରକେଲା:ଜାତୀୟ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ପ୍ରାଙ୍ଗଣରେ ବଉଳ ଓ ନିମ୍ବ ଚାରା ରୋପଣ କରାଯାଇ ,ତା’ର ସୁରକ୍ଷା ଓ ଯତ୍ନ ନେବା ପାଇଁ ବ୍ୟବସ୍ଥା କରାଗଲା । ଜାତୀୟ ସେବା ସଂସ୍ଥା ଅଧିକାରୀ ଡଃ ଦିବ୍ୟକାନ୍ତି ବିଲୁଙ୍ଗଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନ ଅଧ୍ୟକ୍ଷତା କରି ସ୍ବାଗତ ଅଭିଭାଷଣରେ କହିଲେ ଯେ ବନ ହେଉଛି ପ୍ରକୃତିର ସର୍ବୋତ୍କୃଷ୍ଟ ପରିସଂସ୍ଥା । ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାର ସୁରକ୍ଷା ଓ ସମ୍ବର୍ଦ୍ଧନ କରିବା ଐଶ୍ୱରୀୟ କାର୍ଯ୍ୟ ଅଟେ । ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପାନପୋଷ ରେଞ୍ଜ ଅଫିସର ଜ୍ଞାନେନ୍ଦ୍ର ଲିମା ଜଙ୍ଗଲର ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କରିବା ସହିତ ଏହାର ସୁରକ୍ଷା ପ୍ରତ୍ଯେକ ନାଗରିକର ନୈତିକ ଦାୟିତ୍ଵ ବୋଲି କହିଥିଲେ । ପ୍ରାଧ୍ୟାପିକା ବିଜୟ ଲକ୍ଷ୍ମୀ ଦେଓ ଓ ରୁମା ସାହୁ ସୁସ୍ଥ ପରିବେଶ ପାଇଁ ବୃକ୍ଷର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଆକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ସଭାକାର୍ଯ୍ୟ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, ୦୫ ଗିରଫ 

Sunil Chandra Nayak

ବିନା ସୂଚନାଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ ପୌରକେଲା ସବମାଇନର କେନାଲ କାମରେ ରହୁନି ସ୍ୱଚ୍ଛତା  

Sunil Chandra Nayak

ଜାତୀୟ ସଂଗୀତ କଳାକେନ୍ଦ୍ର ତରଫରୁ ଇଂରାଜୀ ନବ ବର୍ଷ ପାଳିତ 

masiha

Leave a Comment

error: Content is protected !!