ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସାମିଲ ହେଲା ମିଶନ ହସ୍ପିଟାଲ

ବହୁ ପ୍ରତିକ୍ଷା ପରେ ନୂଆପଡା ଜ଼ିଲ୍ଲା ର ଏକମାତ୍ର ଘରୋଇ ମିଶନ ହସ୍ପିଟାଲ ରେ ଆରମ୍ଭ ହେଲା ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଗତ ୯୦ ବର୍ଷ ଧରି ଜ଼ିଲ୍ଲା ର ଏକମାତ୍ର ଘରୋଇ ଚିକିତ୍ସା କେନ୍ଦ୍ର ଭାବରେ ନୂଆପଡା ଜ଼ିଲ୍ଲା ସହିତ ପଡୋଶୀ ଛତିଶଗଡ ର ରୋଗୀ ମଧ୍ୟ ଏହି ହସ୍ପିଟାଲ ଉପରେ ନିର୍ଭର କରୁଥିଲେ, ପୂର୍ବରୁ ଲୋକେ ଏହି ଯୋଜନାରେ ଚିକିତ୍ସା ପାଇଁ ସୁଦୂର ରାୟପୁର ଉପରେ ନିର୍ଭର କରୁଥିଲେ ।ଏହାକୁ ଦୃଷ୍ଟିରେ ରଖି ଖରିଆର ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପାଟ୍ଟନାୟକ ପାଖରେ ଏହି ଘରୋଇ ହସ୍ପିଟାଲ କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିଥିଲେ ଓ ମୁଖ୍ୟମନ୍ତ୍ରୀ ସେହି ସଭାରେ ତାହାକୁ ଗୃହୀତ କରିଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ହସ୍ପିଟାଲ ସାମିଲ ହେବା ଫଳରେ ବହୁ ଗରିବ ରୋଗୀ ଉପକୃତ ହେବେ ବୋଲି ସ୍ଥାନୀୟ ଲୋକେ ଖୁସି ଜାହିର କରିଛନ୍ତି ଏହି ଘରୋଇ ହସ୍ପିଟାଲ ଉପରେ ନୂଆପଡା ଜ଼ିଲ୍ଲା ସହିତ ପଡୋଶୀ ଜ଼ିଲ୍ଲା ବଲାଙ୍ଗୀର ଓ କଳାହାଣ୍ଡି ର କେତେ ଅଂଚଳ ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭର କରନ୍ତି ତେଣୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି, ଏହାଦ୍ୱାରା ଆଜି ମଧ୍ୟ କେତେ ରୋଗୀ ଆସି ରେଜିଷ୍ଟସନ କରିଛନ୍ତି ,ଆଜି ଏହାକୁ ଖରିଆର ବିଧାୟକ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି, ଏହାଦ୍ୱାରା ଅଂଚଳର ବହୁ ଗରିବ ରୋଗୀ ଉପକୃତ ହୋଇ ପାରିବେ । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୁପାରୀରେ ଫୁଟିଲା ବ୍ରହ୍ମକମଳ ଫୁଲ, ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ହେଉଛି ଆଲୋଚନା

Sunil Chandra Nayak

ଧୁଳିଗୁଣ୍ଡ ରେ ଅତିଷ୍ଠ କିକିଆ ଗ୍ରାମବାସୀ

ମା ଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!