ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷାନଗର ମହାବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ନାଟ୍ୟ ପାଠଚକ୍ର 

ଢ଼େଙ୍କାନାଳ: କାମାକ୍ଷାନଗର ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଗତ ତା ୧୧.୦୪.୨୨ରିଖ ସୋମବାର ଦିନ ମହାବିଦ୍ୟାଳୟ ର ଅଧ୍ୟକ୍ଷ କୁଳମଣି ନାୟକ ଙ୍କ ପୌରହିତ୍ୟ ରେ ରାଜ୍ୟ ସ୍ତରୀୟ ପାଠଚକ୍ର “୧୯୮୦ ପରବର୍ତ୍ତୀ ଓଡ଼ିଆ ନାଟକର ଧରା ଓ ଧାରା “ଅନୁଷ୍ଠିତ ହୋଇଯାଇଅଛି ।

କାର୍ଯ୍ୟକ୍ରମ ର ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରସନ୍ନ ସ୍ୱାଇଁ ସ୍ବାଗତ ସମ୍ଭାଷଣ ଜ୍ଞାପନ କରିଥିଲାବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବୈଷ୍ଣବ ସାମଲ, ମୁଖ୍ୟ ବକ୍ତା ଭାବେ ନାଟ୍ୟ ବିଶାରଦ ତଥା ଗବେଷକ ଡଃ ବିଜୟ ଶତପଥୀ ମହୋଦୟ ଓ ସମ୍ମାନିତ ଅତିଥି ରୂପେ ଡ଼ଃ ପୁଷ୍ପଲତା ରଥ ମହୋଦୟା ଯୋଗଦାନ ଦେଇଥିଲେ ।ଏଇ ପରିପ୍ରେକ୍ଷୀରେ ଅଶି ଶତକ ପରବର୍ତ୍ତୀ ଓଡ଼ିଆ ନାଟକର ପରମ୍ପରା ସଂପର୍କ ରେ ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚନା ହୋଇଥିଲା । ଏଠାରେ ସୂନାଯୋଗ୍ୟଯେ ୮୦ ଶତକ ପରବର୍ତ୍ତୀ ଓଡ଼ିଆ ନାଟକର ଧରା କୁ କିପରି ସୌଖିନ ନାଟ୍ୟ ସଂସ୍ଥା ବିଭିନ୍ନ ପ୍ରକାର ନାଟକୀୟ ପରୀକ୍ଷା ନିରୀକ୍ଷା ଦ୍ୱାରା ନାଟକର ଆଙ୍ଗିକ ଅଭିବୃଦ୍ଧି ଘଟାଇ ଥିଲେ ତାହା ଆଲୋଚ୍ୟ ବିଷୟ ଥିଲା। କିନ୍ତୁ ଏହି ଧାରା ଟି ବର୍ତ୍ତମାନ ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି ବୋଲି ମୁଖ୍ୟ ବକ୍ତା ଡଃ ଶତପଥୀ ମନ୍ତବ୍ୟ ଦେଇଥିଲେ। ପୁନଶ୍ଚ ସମ କାଳୀନ ନାଟ୍ୟ ସାହିତ୍ୟ ରେ ମୌଳିକତା ହ୍ରାସ ପାଇଥିବାରୁ ଓଡ଼ିଆ ନାଟକର କିପରି ନୂତନତ୍ଵ ପ୍ରକାଶ ପାଇବ ସେ ସଂପର୍କ ରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ନିଜ ନିଜର ବହୁମୂଲ୍ୟ ଅଭିଭାଷଣ ଉପସ୍ଥାପନ କରିଥିଲେ ।କାର୍ଯ୍ୟକ୍ରମ ର ପରିଶେଷରେ ଅଭିମନ୍ୟୁ ବରାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

  ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ସାହିତ୍ୟ ଅଗଣା

Sunil Chandra Nayak

ଦାସିଗାଁ ଆୟୁଷ ସ୍ଵାସ୍ତ୍ୟ ଓ ଆରୋଗ୍ୟ କେନ୍ଦ୍ର ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ଛୁରା ମାଡ଼ରେ ଦୁଇ ଗୁରୁତର

Sunil Chandra Nayak

Leave a Comment

error: Content is protected !!