ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଲିଆପାଲିରେ ଶ୍ରୀରଘୁନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ସ୍ଥିତ ଖଲିଆପାଲି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ତିନି ଦିନ‌ଧରି ସୁନ୍ଦରାକାଣ୍ଡ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ଶ୍ରୀମତୀ ହୃଦା ସାହୁ ଓ ଶ୍ରୀଯୁକ୍ତ ଅର୍ଜୁନ ସାହୁ ରହିଥିବା ବେଳେ ପୂଜକ ଦାୟିତ୍ବରେ ଖଲିଆପାଲି ଗ୍ରାମର ଶେଷଦେବ ଦାସ ରହିଥିଲେ l ବ୍ୟାସ ଆସନରେ ତେରେସିଂହା ଗ୍ରା.ପ ଅନ୍ତର୍ଗତ ବିନ୍ଧାଣି ଗ୍ରାମର ସୁଶ୍ରୀ କୌଶଲ୍ୟା ସାହୁ ଉପସ୍ଥିତ ରହି ପାରାୟଣ ଗାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଭାପତି ହେମ କିଶୋର ସାହୁ, ସମ୍ପାଦକ ସତ୍ୟ ନାରାୟଣ ସରାଫ, ବୋରପଦର ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ରୀଯୁକ୍ତ ସୁବାଷ ସାହୁ, ନାଏବ ସରପଞ୍ଚ ଶ୍ରୀମତୀ ମିଥିଲା ସାହୁ, ସମାଜସେବୀ ସରୋଜ ସାହୁ ସମେତ ଖଲିଆପାଲି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଭକ୍ତମାନେ ଉପସ୍ଥିତ ରହିଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଧର୍ମଗଡ ଏନଏସି ନିର୍ବାଚନ: କାହାକୁ କେତେ ଭୋଟ

Sunil Chandra Nayak

ଓବିଶି ଏସଟି ଏସ୍ସି ପଞ୍ଚାୟତ ସ୍ତରିୟ କମିଟି ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରେମାନନ୍ଦ ବେହେରା ଙ୍କ କବିତା ମୋ ଜଗା ଆସିବ

Sunil Chandra Nayak

Leave a Comment

error: Content is protected !!