ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରା ସରକାରଙ୍କ ‘ ସୁନେତ୍ର’ ଯୋଜନାରେ ୧୪୨ ଛାତ୍ରଛାତ୍ରୀମାନଙ୍କୁ ଚଷମା ବଣ୍ଟନ 

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରା ସରକାରଙ୍କ ‘ ସୁନେତ୍ର’ ଯୋଜନାରେ ୧୪୨ ଛାତ୍ରଛାତ୍ରୀମାନଙ୍କୁ ଚଷମା ବଣ୍ଟନ 

 ମୟୂରଭଞ୍ଜ – ୫/୦୭ ( ମସିହା)ମଣିଷର ସବୁଠାରୁ ଦୁର୍ଲଭ ଅଙ୍ଗ ହେଉଛି ଚକ୍ଷୁ । ଚକ୍ଷୁ ସାହାଯ୍ୟରେ ଦୁନିଆଁର ସବୁକିଛି ସେ ଉପଲବ୍ଧ କରିପାରେ । ଯାହାର ଆଖି ନାହିଁ ତାହାର କେହି ନାହିଁ ।ଆଜି ରାଇରଙ୍ଗପୁର ଗୋଷ୍ଠୀ କାର୍ଯ୍ୟାଳୟ ଅଧିନସ୍ଥ ପିସିଏମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସରକାରଙ୍କ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ’ ସୁନେତ୍ର’ ଯୋଜନା ତରଫରୁ ମୁଖ୍ୟ ଅତିଥି ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଯୋଗେଶ୍ୱର ଜେନା ଙ୍କ ଦ୍ବାରା ଚଷମା ବଣ୍ଟନ କରାଯାଇଥିଲା। ଏଥିରେ ବିଆରଟି ଶ୍ରୀ ମହେଶ ମହାପାତ୍ର ସଭାପତିତ୍ବ କରିଥିଲାବେଳେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଇଓ ଭାଗ୍ଯରଥି ମହାନ୍ତି,ଏବିଇଓ ଶ୍ରୀ କାର୍ତ୍ତିକ କାଦୁଆ,ଏବିଇଓ ହେମ ମାଝୀ, ସିଆରସିସି ସବିତା ପଣ୍ଡା,ବିଆରଟି ସାଗରୀକା ପଣ୍ଡା, ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରୋଗ୍ରାମ ଅଫିସର ହିମାଂଶୁ ପାତ୍ର , ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ଚକ୍ଷୁସେବକ ଅସଗର ଅଲ୍ଲୀ ପ୍ରମୁଖ ଯୋଗ ଦେଇ ସୁନେତ୍ର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ବିଇଓ ଶ୍ରୀ ଭାଗ୍ଯୟଥି ଜେନା କହିଥିଲେ ଅଧିକ ମୋବାଇଲ ବ୍ୟବହାରକୁ ନାଁ ପ୍ରଦୂଷଣପୂର୍ଣ ଅଂଚଳରୁ ଦୂରେଇ ରହିବା,ଚଷମାର ବ୍ୟବହାର, ଆଖିର ଯତ୍ନ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ ତଦସହ ଆଖୀ ସମସ୍ୟା ରହିଲେ ତୁରନ୍ତ ଚକ୍ଷୁ ଡ଼ାକ୍ତରଙ୍କ ସହ ପରାମର୍ଶ ନେବା ନିହାତି ଆବଶ୍ୟକ।ପରେ ଅତିଥିଗଣ ରାଇରଙ୍ଗପୁର ମ୍ୟୁନିସିପାଲଟି ଏବଂ ରାଇରଙ୍ଗପୁର ବ୍ଳକର ପୂର୍ବରୁ ଚକ୍ଷୁ ପରୀକ୍ଷାରେ ଚକ୍ଷୁ ସମସ୍ଯା ଜନିତ ଚିହ୍ନଟ ହୋଇଥିବା ୧୪୨ ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଚଷମା ବଣ୍ଟନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅବ୍ୟବସ୍ଥା ମଧ୍ୟରେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର 

masiha

ଫସଲ ଉଜାଡି ଦେଲା କାଣ୍ଡବିନ୍ଧା ପୋକ । ଅମଳ ସମୟରେ ନଷ୍ଟ ହୋଇଗଲା ଏକର ଏକର ଫସଲ । ଆଜି ଅଭିଯୋଗ ଆଣିଲେ ଚାଷୀ 

masiha

୬୮ ତମ ବ୍ୟାଙ୍କ ପ୍ରତିଷ୍ଠା ଦିବସ ଅବସରରେ ଆର୍ଥୀକ ସଚେତନତା ଶିବିର ଅନୁଷ୍ଠିତ

Leave a Comment

error: Content is protected !!