ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା, ୨ ଗୁରୁତ୍ତର 

ମୋଟର ସାଇକେଲ ଦୁର୍ଘଟଣା, ୨ ଗୁରୁତ୍ତର 

ଡାବୁଗାଁ, ୫/୭ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମାଝୀଗୁଡା ଗ୍ରାମ ଛକ ନିକଟରେ ଶୁକ୍ରବାର ଅପରାହ୍ନ ୫.୩୦ ଘ ସମୟ ରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୨ ଜଣ ଗୁରୁତ୍ତର ହୋଇଛନ୍ତି l ସୂଚନାଯୋଗ୍ୟ :- ପାପଡାହାଣ୍ଡି ଥାନା ଅଧୀନ ମୁଣ୍ଡିଗୁଡା ଗ୍ରାମର ଜଗନ୍ନାଥ ଭତ୍ରା ଓ ତାଙ୍କ ବାପା କମଳ ଲୋଚନ ଭତ୍ରା ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ଗ୍ରାମକୁ ନିଜ ବନ୍ଧୁ ଘରକୁ ଯାଇଥିଲେ | ସେହିପରି ନବରଙ୍ଗପୁର ଥାନା ଅଧୀନ କୋଇଗୁଡା ଗ୍ରାମର ହରି ଅମାନାତ୍ୟ ଓ ତାଙ୍କ ମା ତୁଳସା ଅମାନାତ୍ୟ ଡାବୁଗାଁ ବ୍ଲକ ଅଧୀନ ଧନସରା ଗ୍ରାମକୁ ଏହା ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ | ଆଜି ଅପରାହ୍ନରେ ୫.୩୦ ଘ ସମୟ ରେ ପାପଡାହାଣ୍ଡି ଥାନା ଅଧୀନ ମୁଣ୍ଡିଗୁଡା ଗ୍ରାମର ଜଗନ୍ନାଥ ଭତ୍ରା (୨୮) ଓ ତାଙ୍କ ବାପା କମଳ ଲୋଚନ ଭତ୍ରା ମୋଟର ସାଇକେଲ ନଂ ଓଡି ୨୪ ଡି ୭୬୭୮ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଡାବୁଗାଁ- ବୋରିଗାଁ ମୁଖ୍ୟ ରାସ୍ତାରେ ମାଝିଗୁଡା ଛକ ନିକଟରେ ନବରଙ୍ଗପୁର ଥାନା ଅଧୀନ କୋଇଗୁଡା ଗ୍ରାମର ହରି ଅମାନାତ୍ୟ (୩୦) ଓ ତାଙ୍କ ମା ତୁଳସା ଅମାନାତ୍ୟ ନିଜ ମୋଟର ସାଇକେଲ ନଂ ଓଡି ୨୪ ଏଫ ୩୪୬୬ ଯୋଗେ ଆସି ପଛପଟୁ ଧକ୍କା ଦେଇଥିଲେ | ଫଳରେ ୨ ଟି ମୋଟର ସାଇକେଲ ଆରୋହି ରାସ୍ତାରେ ପଡି ଆହତ ହୋଇଥିଲେ | ଖବର ପାଇଁ ଡାବୁଗାଁ ଅଗ୍ନିସମ ଗାଡି ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ମୁଣ୍ଡିଗୁଡା ଗ୍ରାମର ଜଗନ୍ନାଥ ଭତ୍ରା (୨୮) ଓ କୋଇଗୁଡା ଗ୍ରାମର ହରି ଅମାନାତ୍ୟ (୩୦) ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି | ଘଟଣାସ୍ଥଳରେ ଡାବୁଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ନବରଙ୍ଗପୁର ଏମପି ଙ୍କ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

masiha

ରାଉରକେଲାରେ ଗଡ଼ିଲା ଏସ୍ଆଇଆର୍ ସଚେତନତା ରଥ

କୋକସରା ବ୍ଲକ ଘଣ୍ଟିଗୁଡା ଠାରେ ସରକାରଙ୍କ BGBO ଯୋଜନା ଅଧୀନରେ ୩୦ ଲକ୍ଷ ଟଙ୍କା ଗ୍ରାମୀଣ ପାର୍କର ଭିତ୍ତିପ୍ରସ୍ତର

Sunil Chandra Nayak

Leave a Comment

error: Content is protected !!