ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ରାୟଗଡ଼ା : ଭାରତୀୟ ମଜଦୂର ସଂଘ ସହବନ୍ଧିତ ଭାରତୀୟ ମେଡିକାଲ ସେଲ୍ସ୍ ରିପ୍ରେଜେଣ୍ଟଟେଟିଭ୍ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଶ୍ରୀ ଅମରେଶ ମହାପାତ୍ରଙ୍କୁ ମାନସିକ ନିର୍ଯାତନା, ଆର୍ଥିକ ନିର୍ଯାତନା ଓ ଅନୈତିକ ବଦଳି ପ୍ରତିବାଦରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଓଡିଶାର ସମସ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଶ୍ରୀ ମହାପାତ୍ର ଦୀର୍ଘ ୧୮ ବର୍ଷ ଧରି ଲିପୁନ ଲିମିଟେଡ କମ୍ପାନୀ ରେ ମେଡିକାଲ ସେଲ୍ସ୍ ରିପ୍ରେଜେଣ୍ଟଟେଟିଭ୍ ଭାବେ କାର୍ଯ୍ୟରତ ଥାଇ ୟୁନିଅନର ସାଧାରଣ ସମ୍ପାଦକ ଦାୟିତ୍ୱ ହଡ଼ପ ତୁଲାଉଥିଲେ ଗତ ତା ୩୦/୦୫/୨୦୨୩ ରିଖ ଠାରୁ ତାଙ୍କୁ ଅପର ପକ୍ଷ ୟୁନିଅନ ର ପ୍ରରୋଚନାରେ କମ୍ପାନୀ କତୃପକ୍ଷ ମାନସିକ ଶାରୀରିକ ଓ ଆର୍ଥିକ ଯନ୍ତ୍ରଣା ଦେବା ସହିତ ଅନୈତିକ ଭବେ ବମ୍ବେଇ ବଦଳି କହିଛନ୍ତି ଯାହାକି ସମ୍ପୂର୍ଣ ଭବେ ଶ୍ରମିକ ବିରୋଧୀ ଅଟେ ତେଣୁ ଏହାର ପ୍ରତିବାଦ ରେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଉଛି ଏହି ଅବସରରେ ରାୟଗଡ଼ା ଜିଲ୍ଳା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ଲଳିତ ମଣ୍ଡଳଙ୍କୁ ଦାବି ପତ୍ର ପ୍ରଦାନ କରିବା ସହ ନିବେଦନ କରିଛନ୍ତି ଏହାର ସ୍ଥାୟୀ ପ୍ରତିକାର ପୂର୍ବକ ଉକ୍ତ ଶ୍ରମିକ ବିରୋଧୀ କମ୍ପାନୀ ର କାର୍ଯ୍ୟକଳାପ କୁ ନିୟନ୍ତ୍ରିତ କରିବେ। ଉକ୍ତ ଦାବୀ ଗୁଡ଼ିକ ମଧ୍ୟରେ ସାଧାରଣ ସମ୍ପାଦକ ଶ୍ରୀ ଅମରେଶ ମହାପାତ୍ରଙ୍କ ଉଦ୍ଦେଶ୍ୟମୂଳକ ବଦଳି କୁ ପ୍ରତ୍ୟାହାର କରିବା ସହିତ ବକେୟା ପ୍ରାପ୍ୟ ପ୍ରଦାନ କରାଯାଉ, ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସେଲ୍ସ ପ୍ରମୋସନ ଆକ୍ଟ ୧୯୭୬, ଅନୁସାରେ ସମସ୍ତ ଙ୍କୁ ନ୍ୟାୟ ଦିଆଯାଉ, ଓଡ଼ିଶା ବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଲୁପିନ କମ୍ପାନୀର ଔଷଧର ମାନ ଯାଞ୍ଚ କରାଯାଉ ଓ ଲୁପିନ କମ୍ପାନୀ ଦ୍ବାରା ହେଉଥିବା ଅନୈତିକ ମେଡିସିନ ମାର୍କେଟିଂ ବନ୍ଦ କରାଯାଉ। ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଭାପତି ମହନ ରାଓ ମାଝୀ , ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , ଉପସଭାପତି ଦୁର୍ଗା ମାଧବ ଘୋଷ , ଧର୍ମ ସିଂ ନାଗ , ନେହା ସିଂ , ନିରଞ୍ଜନ ସେନାପତି , ତପନ କୁମାର କାଡ୍ରାକା , ଜୟଦେବ ସେଠ , ଏ ଆନନ୍ଦ ରାଓ ଏବଂ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦୁବାଇରେ ଚମକିଲେ କଳାହାଣ୍ଡିର ଯୁବା ବୈଜ୍ଞାନିକା, ଜିଲ୍ଲା ପାଇଁ ଆଣିଲେ ଗୌରବ

masiha

କଞ୍ଜୁମର ୱଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲଏନ୍ସ କମିଶନ ଅଫ ଇଣ୍ଡିଆ ତରଫରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ 

Sunil Chandra Nayak

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!