ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ ଜି ଏଚ୍ କୁ ରାଜଧାନୀ ହସ୍ପିଟାଲର ମାନ୍ୟତା ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ବିଜେପିର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ଆର୍ ଜି ଏଚ୍ କୁ ରାଜଧାନୀ ହସ୍ପିଟାଲର ମାନ୍ୟତା ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ବିଜେପିର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ରାଉରକେଲା : ବିଜେପି ପାନପୋଷ ସାଂଗଠନିକ ଜିଲ୍ଲାର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଓ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ନେତୃତ୍ୱରେ ସୁନ୍ଦରଗଡକୁ ଗ୍ରସ୍ତରେ ଆସିଥିବା ମାନ୍ୟବର ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ରାଉଲକେଲା ସରକାରୀ ଡ଼ାକ୍ତରଖାନାକୁ ରାଜଧାନୀ ହସ୍ପିଟାଲର ମାନ୍ୟତା ପ୍ରଦାନ ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ପତ୍ର ରେ ଦର୍ଶା ଯାଇଛି ଯେ ଗତ ସରକାର ଆର୍ ଜି ଏଚ୍ କୁ ରାଜଧାନୀ ହସ୍ପିଟାଲର ମାନ୍ୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା ସ୍ବପ୍ନ ହୋଇ ରହିଗଲା । ଭୁବନେଶ୍ୱର ଓ ରାଉରକେଲା ସରକାରୀ ଡାକ୍ତରଖାନା ଗୋଟିଏ ବର୍ଷରେ ନିର୍ମାଣ ହୋଇଥିଲା ଏବଂ ଉଭୟକୁ ସ୍ମାର୍ଟ ସିଟି କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଘୋଷଣା କରି ସମସ୍ତ ପ୍ରକାର ଆର୍ଥିକ ସାହାଯ୍ୟ କରୁଛନ୍ତି । କିନ୍ତୁ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ରାଜଧାନୀ ହସ୍ପିଟାଲର ମାନ୍ୟତା ମିଳି ପାରିଲା ନାହିଁ । ଏହି ହସ୍ପିଟାଲକୁ ଓଡ଼ିଶା ସହିତ ପଡୋଶୀ ରାଜ୍ୟ ଝାରଖଣ୍ଡ ଓ ଛତିଶଗଡ଼ର ମଧ୍ୟ ରୋଗୀମାନେ ଚିକିତ୍ସା ପାଇଁ ଆସୁଛନ୍ତି । ଜନସଂଖ୍ୟା ବୃଦ୍ଧି ଓ ଜନତାଙ୍କ ଦାବିକୁ ଦୃଷ୍ଟିରେ ରଖି ଏହାକୁ ରାଜଧାନୀ ହସ୍ପିଟାଲର ମାନ୍ୟତା ପ୍ରଦାନ କରିବାକୁ ଅନୁରୋଧ କରାଯାଉଛି। ଏହି ହସ୍ପିଟାଲ୍ କୁ ଆଉଟ୍ ସୋର୍ସିଙ୍ଗ ଦ୍ଵାରା ନିଆଯାଉଥିବା ସ୍ଵାସ୍ଥ୍ୟ କର୍ମୀ, ସିକ୍ୟୁରିଟୀ ଗାର୍ଡ ଆଦିକୁ ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି କରିବା ପାଇଁ ଦାବି କରାଯାଇଛି । ଏହି ହସ୍ପିଟାଲ୍ ରେ ଗତ ସରକାରଙ୍କ ମଧୁ ଚନ୍ଦ୍ରିକାରେ ଚାଲିଥିବା ବ୍ୟାପକ ହେରାଫେରି , ଅନିମିୟତା ଓ ଦୁର୍ନିତୀର ତଦନ୍ତ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରାଯାଉ । ଜନସଂଖ୍ୟା ଦୃଷ୍ଟିକୁ ଦେଖି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉ । ହସ୍ପିଟାଲ ପାଇଁ ଆବଶ୍ୟକ ଡାକ୍ତର, ନର୍ସିଂ ଷ୍ଟାଫ, ପାରା ମେଡ଼ିକାଲ ଷ୍ଟାଫ, ଆବଶ୍ୟକ ମେଡିକାଲ ସରଞ୍ଜାମ ଓ ଯନ୍ତ୍ରପାତି ଯୋଗାଇ ଦିଆଯାଉ। ଉପଯୁକ୍ତ ବାତାନୁକାଳୀନ ଯନ୍ତ୍ର ଓ କୁଲର ଅଭାବରୁ, ଗ୍ରୀଷ୍ମ ଋତୁ ସମୟରେ ଭୀଷଣ ରୌଦ୍ର ତାପ ଯୋଗୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ, ଏବେ ହେଉଛନ୍ତି ମଧ୍ୟ। ଏଣୁ ଏହାର ସମାଧାନ ପାଇଁ ଅନୁରୋଧ କରାଯାଇଛି । ଉପରୋକ୍ତ ଦାବି ଉପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ ଜିଲ୍ଲା ତରଫରୁ ପାନପୋଷ ସାଂଗଠନିକ ଜିଲ୍ଲାକୁ ଗ୍ରସ୍ତରେ ଆସିବାକୁ ଅନୁରୋଧ କରାଯାଇଥିଲା । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ସହିତ ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା ,ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ରଘୁନାଥପଲ୍ଲୀ କ୍ଷେତ୍ର ସଂଯୋଜକ ଅଶୋକ ଲେଙ୍କା ପ୍ରମୁଖ ସାମିଲ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡ଼ଙ୍ଗରଗଡ଼ ମହୋତ୍ସବ ନଭେମ୍ବର ୨୫ରେ

Sunil Chandra Nayak

ଗଣପତି ଫିଲ୍ଲୀଙ୍ଗ ଷ୍ଟେସନ ଉଦଘାଟିତ

Sunil Chandra Nayak

ସ୍ବାଧିନତା ସଂଗ୍ରାମ ପ୍ରାଣକୃଷ୍ଣ ପଢ଼ିହାରିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

Sunil Chandra Nayak

Leave a Comment

error: Content is protected !!