ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ କଲା ବିଜେପି

ଡ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ କଲା ବିଜେପି

ରାଉରକେଲା : ଭାରତୀୟ ଜନସଂଘର କର୍ଣ୍ଣଧାର ତଥା ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମତିଥିକୁ ସମଗ୍ର ଦେଶରେ ପାଳନ କରାଯାଇଛି । ଏହି ଅବସରରେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧକ୍ଷତାରେ ଜନ୍ମଦିବସ ପାଳନ କରା ଯାଇଥିଲା । ଡକ୍ଟର ମୁଖାର୍ଜୀଙ୍କ ଫଟୋ ଚିତ୍ରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ , ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା ଓ ବିଜେପିର ଉପସ୍ଥିତ ନେତୃମଣ୍ଡଳୀ ପୁଷ୍ପାଞ୍ଜଳି ଅର୍ପଣ କରି ଥିଲେ । ଶ୍ରୀ ଓରାମ,ଡକ୍ଟର ଶ୍ୟାମା ପ୍ରାସାଦ ମୂଖାର୍ଜୀଙ୍କ ଶ୍ରୁତି ଚାଳନା କରି କହିଲେଯେ ସେ ଜଣେ ରାଷ୍ଟ୍ରବାଦୀ, ମହାନ ପୁରୁଷ, ସ୍ଵଷ୍ଟ ରାଜନୀତିଜ୍ଞ, ବିଶିଷ୍ଟ ଶିକ୍ଷାବିତ୍, ଭାରତ ଜନନୀର ବରପୁତ୍ର ଯାହାଙ୍କ ଜନ୍ମ ଠାରୁ ଆରମ୍ଭ କରି ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଏକ ବୈପ୍ଳବିକ ଓ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାକୁ ସତତ ଚେଷ୍ଟିତ ଥିଲେ, ଯାହା ଭାରତ ଇତିହାସରେ ସ୍ମରଣୀୟ ହୋଇ ରହିଛି । ଜାମ୍ମୁ କାଶ୍ମୀର ରାଜ୍ୟକୁ ସ୍ଵତନ୍ତ୍ର ପାହ୍ୟା ପ୍ରଦାନକୁ ସେ ବିରୋଧ କରିଥିଲେ କାରଣ ଏହାଦ୍ବାରା ଦୁଇ ପ୍ରଧାନ, ଦୁଇ ବିଧାନ, ଦୁଇ ନିଶାନ ଅଖଣ୍ଡ ଭାରତ ପାଇଁ ବିପଦ ସୃଷ୍ଠି କରିବ । ଏହାକୁ ସେ ବିରୋଧ କରି ଜାମ୍ମୁ ଓ କାଶ୍ମୀର ଅଭିମୁଖେ ଯାତ୍ରା କରି ଗିରଫ ହୋଇଥିଲେ ଓ ଜେଲରେ ଥିବା ବେଳେ ତାଙ୍କର ଅକସ୍ମାତ ସନ୍ଦେହଜନକ ମୃତ୍ୟୁ ହୋଇଥିଲା ଯାହା ପୂର୍ବ କଳ୍ପିତ ଷଡ଼ଯନ୍ତ୍ର ଥିଲାବୋଲି ପ୍ରଚାର ହୋଇଥିଲା । ତାଙ୍କର ସ୍ବପ୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାକାର କରିବା ସହ ୩୭୦ ଧାରା ଉଚ୍ଛେଦ କରି ଜାମ୍ମୁ କାଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ କରିଛନ୍ତି । ଏଣୁ ଆଜି ଆମେ ଶପଥ ନେବା ତାଙ୍କର ବିଚାର , ତ୍ୟାଗ, ବଳିଦାନ ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ଓ ଶଶାଙ୍କ ଜେନା ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେଇ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ

Sunil Chandra Nayak

କଂଗ୍ରେସ ନେତ୍ରୀ ରଞ୍ଜିତା ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଦୁର୍ନୀତି ଓ ଭ୍ରଷ୍ଟଚାର ବିରୋଧରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ପଞ୍ଚାୟତ ଘେରାଉ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ବିଳନୀ

masiha

Leave a Comment

error: Content is protected !!