ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାରେ ଭାଙ୍ଗିଲା ଘର, ଆଶ୍ରୟ ଚିନ୍ତାରେ ନିରୀହ ଦମ୍ପତି

ବର୍ଷାରେ ଭାଙ୍ଗିଲା ଘର, ଆଶ୍ରୟ ଚିନ୍ତାରେ ନିରୀହ ଦମ୍ପତି 

ନବରଙ୍ଗପୁର:(ତା ୦୭/୦୭)(ରବି ନାରାୟଣମହାନ୍ତି)-ଦୀର୍ଘ ବର୍ଷ ତଳେ ୩୫ହଜାର ଟଙ୍କା ମୂଲ୍ୟର ଏକ ଆବାସ ଗୃହ ପାଇଥିଲେ |ବର୍ତମାନ ସେ ଘରର ଅବସ୍ଥା ବି ଦୟନୀୟ |କାନ୍ଥରୁ ପ୍ଳାଷ୍ଟର ସବୁ ଝଡିପଡୁଛି |ଆଡ଼ଭେଷ୍ଟ ଟିଣ ସବୁରେ ଛୋଟ ଛୋଟ ଛିଦ୍ର ହୋଇ ଖରା ଦିନରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ଘର ଭିତରେ ପ୍ରବେଶ କରୁଥିବା ବେଲେ ବର୍ଷା ଦିନ ଆସିଲେ ଟିଣରୁ ଚଟାଣ ଉପରେ ବର୍ଷାପାଣି ପଡି ସମ୍ପୂର୍ଣ୍ଣ ଘରଟି ଓଦା ହୋଇଯାଉଛି |ଶୁଆବସା ପାଇଁ ଅସୁବିଧା ହେଉଥୁବାରୁ ଧାରକରଜ କରି ଘରର ସମ୍ମୁଖ ଭାଗରେ ଏକ ବାରଣ୍ଡା ଟିଏ ତିଆରି କରିଥିଲେ |ହେଲେ ଗତକାଲିର ଝିପିଝିପି ବର୍ଷାରେ ବାରଣ୍ଡାର କାନ୍ଥ ଭୁଶୁଡି ପଡିବା ସହିତ ଛାତରେ ଲାଗିଥିବା ସମସ୍ତ ଟିଣ ତଳେ ପଡି ଚୁରମାର ହୋଇଯାଇଛି |ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧୀନରେ ଥିବା ବେଲଝରୀ ଗ୍ରାମରେ ଦେଖିବାକୁ ମିଲିଛି, ଏଭଳି ଏକ ଘଟଣା |ଗ୍ରାମବାସୀଙ୍କ କହିବା ପ୍ରକାରେ ଗ୍ରାମର ଗାଣ୍ଡା ଯାନୀ (୫୭) ଓ ତାଙ୍କ ସ୍ତ୍ରୀ ତାରା ଯାନୀ ଦୀର୍ଘ ବର୍ଷ ତଳେ ମିଳିଥିବା ଏକ ଆବାସ ଘରେ ରହିଆସୁଥିଲେ |ଗାଣ୍ଡା ଯାନୀ ଜଣେ ନିରୀହ ବ୍ୟକ୍ତି, ଜମିବାଡ଼ି କହିଲେ କିଛି ନାହିଁ କି ରୋଜଗାର କରିବା ପାଇଁ ମଧ୍ୟ କୌଣସି ପନ୍ଥା ନାହିଁ |ଦୀର୍ଘ ବର୍ଷ ହେବ ଗ୍ରାମର ଗାଇଗୋରୁ, ଛେଲିମେଣ୍ଢା ଆଦି ସଂଗ୍ରହ କରି ଗଉଡ଼ିଆ କାମ କରି ପରିବାର ପ୍ରତିପୋଷଣ କରି ଆସୁଛି |ଗାଣ୍ଡାଙ୍କ ପରିବାର କହିଲେ ସ୍ୱାମୀସ୍ତ୍ରୀ ସାଙ୍ଗକୁ ଦୁଇପୁଅ ଓ ଦୁଇବହୁ |ଦୁଇପୁଅଙ୍କୁ ଦୁଇଟି ମାଟିଘର କରି ଦେଇଥିବାରୁ ସେମାନେ ନିଜ ନିଜ ପରିବାର ସହିତ ରହୁଛନ୍ତି |ଗାଣ୍ଡା ଏକ ନିହାତି ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିଲେ ମଧ୍ୟ ଏଯାଏ ଗାଣ୍ଡା ଉପରେ ପ୍ରଶାସନର ସୁଦୃଷ୍ଟି ପଡିନି |ବର୍ତମାନ ଗାଣ୍ଡାଙ୍କ ଘର ଭୁଶୁଡି ଯୁବା ପରେ ପରିବାର ଲୋକେ ଅତ୍ୟଧିକ ଚିନ୍ତିତ ଅଛନ୍ତି |ପ୍ରଶାସନ ତୁରନ୍ତ ଉକ୍ତ ନିରୀହ ପରିବାରକୁ ସହାୟତା କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଏକ ଆବାସ ଗୃହ ଯୋଗେଇ ଦେବାକୁ ସାଧାରଣରେ ଦାବୀ ହେଉଛି |

ମସିହା ନିଉଜ ସର୍ଭିସ୍ 

Related posts

ଫସଲବୀମା ଯୋଜନାରେ ହେରଫେର ଅଭିଯୋଗ :କୃଷିବିଭାଗର ତତ୍ପରତା ଯୋଗୁଁ ଫସଲବୀମା ଯୋଜନାରେ ପଞ୍ଜିକୃତ ପ୍ରକୃତ ଚାଷୀ

Sunil Chandra Nayak

Dalmia Cement’s Rajgangpur Plant Empowers Over 5400 Households with Sustainable Livelihoods Under Gram Parivartan

Sunil Chandra Nayak

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ‘ସ୍ବଚ୍ଛ କିଶୋରୀ ସ୍ବଚ୍ଛ ଦେଶ’ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!