ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ଷଣା ବେକ୍ଷଣ ଅଭାବରୁ କାର୍ଯ୍ୟରେ ଅସୁନି ରାଜପୁର ପୁର୍ଣି ବନ୍ଦ ,ତିନି ବର୍ଷ ହେଲା ହଉନି ନିଲାମ ,ସରକାରୀ ରାଜସ୍ୱ ହାନି 

ରକ୍ଷଣା ବେକ୍ଷଣ ଅଭାବରୁ କାର୍ଯ୍ୟରେ ଅସୁନି ରାଜପୁର ପୁର୍ଣି ବନ୍ଦ ,ତିନି ବର୍ଷ ହେଲା ହଉନି ନିଲାମ ,ସରକାରୀ ରାଜସ୍ୱ ହାନି 

ଜୁନାଗଡ଼ ୧୦/୭/ ( ମନୀସ )ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ପଞ୍ଚାୟତର ରାଜପୁର ଗ୍ରାମରେ ଥିବା ପୁରାତନ ପୁର୍ଣିବନ୍ଧ ଦୀର୍ଘବର୍ଷ ହେଲା ରକ୍ଷଣା ବେକ୍ଷଣ ଅଭାବରୁ ଶୋଚନୀୟ ଅବସ୍ଥାରେ ରହିଥିବା ଯୋଗୁଁ ଲୋକଙ୍କ କାମରେ ଅସୁନି ।ଅନ୍ୟପକ୍ଷରେ ତିନି ବର୍ଷ ହେଲା ଏହି ବନ୍ଧର ନିଲାମ ହୋଇନି, ଯାହାଦ୍ୱାରା ସରକାରଙ୍କ ରାଜସ୍ୱ ହାନି ହେଉଥିବା ଅଭିଯୋଗ ହେଉଛି।ଏହି ପୁର୍ଣି ବନ୍ଧ ଉପରେ ଏହି ଗ୍ରାମ ଓ ଆଖପାଖ ଗ୍ରାମବାସୀ ସ୍ନାନ ଶୌଚ ପାଇଁ ବ୍ୟବହାର କରୁଥିଲେ।ବର୍ତ୍ତମାନ ଏହିପୋଖରୀ ମଧ୍ୟରେ ପଦ୍ମ ଫୁଲ ଦଳ ଭର୍ତ୍ତି ହୋଇ ପୋଖରୀ ମଧ୍ୟରେ ମାଡିଯାଇଛି ଯାହାଦ୍ୱାରା ଏହା ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇଯାଇଛି।ଯାହାଦ୍ୱାରା ଲୋକ କିମ୍ବା ଗୃହ ପାଳିତ ପଶୁଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ।ଏଣୁ ଗ୍ରାମବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ବାରମ୍ବାର ବ୍ଲକ କତ୍ତୃପକ୍ଷ୍ୟ ଙ୍କ ଠାରେ ଅଭିଯୋଗ କଲେ ମଧ୍ୟ ଏଥି ପ୍ରତି ଯତ୍ନବାନ ହେଉ ନାହାନ୍ତି କିମ୍ବା ପଦକ୍ଷେପ ନେଉ ନାହାନ୍ତି। ଏଥିନେଇ ସ୍ଥାନୀୟ ସରପଞ୍ଚ ଗଜିନ୍ଦ୍ର ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ସ କହିଥିଲେ ଯେ ଅତି ଶୀଘ୍ର ଏଥିନେଇ ପଦକ୍ଷେପ ନେଇ ପୋଖରୀରେ ଦଳ ସଫାକରି ଲୋକଙ୍କ ପାଇଁ ଉପଯୋଗ କରାଯିବ ବୋଲି କହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଆ ପକ୍ଷ -୨୦୨୬ ଦଶମ ଦିବସ ରେ ‘ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ 

Sunil Chandra Nayak

ଭାଟକୁମରଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା 

Sunil Chandra Nayak

ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

masiha

Leave a Comment

error: Content is protected !!