ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2024 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ
ରାୟଗଡ:- ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା -୨୦୨୪ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ ୧୭୭ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲାର ପ୍ରାୟ ୮ ଗୋଟି କମ୍ପାନୀ ଯୋଗଦାନ କରି 96 ଛାତ୍ର ଛାତ୍ରୀଙ୍କୁ ଚୟନ କରିଥିଲେ
ଏହି ମେଳାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଭାସ୍କର ରାଇତୋ ,(ଓ. ପ୍ର. ସେ ) ଅତିରିକ୍ତ ଜ଼ିଲ୍ଲାପାଳ,ରାୟଗଡା, ମୂଖ୍ୟବକ୍ତା ଭାବରେ ଡ଼: ବି. ଏଲ. ଶ୍ରଉଫ, ଅଧ୍ୟାକ୍ଷା, ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାୟଗଡା ସନମାନିତ ଅତିଥି ଭାବରେ ସ୍ଵର୍ଣ ଲତା ରାଉତ, ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରିଣୀ ଏବଂ ଅବସରପ୍ରାପ୍ତ ଆଇ. ପି. ଓ ଶ୍ରୀ ସବ୍ୟସାଚୀ ସାହୁ ଯୋଗ ଦେଇ ଆପରେଣ୍ଟିସିପ ଏବଂ ଏହାର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ lଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଅତୁଲ୍ୟ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏଇ ମେଳା ରେ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ| ମୁଖ୍ୟ ଅତିଥି ଶ୍ରୀ ରାଇତୋ ଛାତ୍ର ଛାତ୍ରୀ ମାନଙ୍କୁ କୁଶଳୀ ହେଇ ଆତ୍ମ ନିର୍ଭରଶିଳ ହେବାପାଇଁ ଆହ୍ୱାନ ଦେଇ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ l ଅନ୍ୟ ଅତିଥି ବୃନ୍ଦ ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ l ଅନୁଷ୍ଟାନ ର ତାଲିମ ଅଧିକାରୀ ଶ୍ରୀଯୁକ୍ତ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ସନ୍ତୋଷ କୁମାର ସାହୁ ମଂଚ ପରିଚାଳନା କରିଥିଲେ l ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ସମ୍ପାଦନ ହେଇଥିଲା।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍


