ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୋଷଯାତ୍ରା ଲୋକ ମହୋତ୍ସବ ପାଳିତ

ଘୋଷଯାତ୍ରା ଲୋକ ମହୋତ୍ସବ ପାଳିତ

ପୁରୀ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ପବିତ୍ର ଘୋଷଯାତ୍ରା ଅବସରରେ ବଡ଼ ଦାଣ୍ଡ, ପୁରୀ ଠାରେ ୪୮ ତମ କାର୍ଯ୍ୟକ୍ରମ ” ଘୋଷଯାତ୍ରା ଲୋକ ମହୋତ୍ସବ ୨୦୨୪ ” ଅନୁଷ୍ଠିତ ହୋଇଯାଇଛି । ଆଧ୍ୟାତ୍ମିକ ଗବେଷଣାତ୍ମକ ସାହିତ୍ୟକୁ ବିଶ୍ଵରେ ପ୍ରଚାର କରିବା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବା ପାଇଁ କୈବଲ୍ୟ ସାହିତ୍ୟ ସଂସଦର ଶ୍ରେଷ୍ଠ ପ୍ରୟାସ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ମତବ୍ୟକ୍ତ କରିଛନ୍ତି । ସଭାପତି ବିଜୟା ଲକ୍ଷ୍ମୀ ସାମନ୍ତରାୟ ଆଧ୍ୟାତ୍ମିକ ଭାବଧାରା ବୌଦ୍ଧିକ ଚେତନାକୁ ସମୃଦ୍ଧ କରିଥାଏ । ସମାଜସେବା ଏବଂ ସାହିତ୍ୟ ସମାଜକୁ ନିୟନ୍ତ୍ରିତ କରିଥାଏ । ଏହି କାର୍ଯ୍ୟକ୍ରମରେ

କୈବଲ୍ୟ ଦରବାର ଅତିଥିବୃନ୍ଦ ଭାବେ ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ସମ୍ପାଦକ ନବକାକଳି,ଜଗତସିଂହପୁର,

ଡ଼କ୍ଟର ଅନିରୁଦ୍ଧ କୁରକୁରିଆ, ଆଧ୍ୟାତ୍ମିକ ପ୍ରବକ୍ତା,ସୋନପୁର,

ଶ୍ରୀଯୁକ୍ତ ହେମନ୍ତ କୁମାର ଜେନା , ସମ୍ପାଦକ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ, କେନ୍ଦ୍ରାପଡ଼ା

ଶ୍ରୀଯୁକ୍ତ ବିପିନ ଦଳେଇ, ସମ୍ପାଦକ ପ୍ରିୟପତ୍ର, ପୁରୀ,ଶ୍ରୀଯୁକ୍ତ ଗଗନ ବିହାରୀ ପ୍ରଧାନ, ସମାଜସେବୀ, ପୁରୀ

ଶ୍ରୀଯୁକ୍ତ ଅଶୋକ କୁମାର ବେହେରା, କଣ୍ଠଶିଳ୍ପୀ, ଭୁବନେଶ୍ୱର,ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଜେନା, କଣ୍ଠଶିଳ୍ପୀ, ଭଦ୍ରକ,ଶ୍ରୀଯୁକ୍ତ ଦୀପକ କୁମାର ନାୟକ, ଯାଜପୁର, ଅଜୟ କୁମାର ତ୍ରିପାଠୀ, ବାଲେଶ୍ୱର , ମନୋଜ କୁମାର ବାରିକ , ପୁରୀ, ମାନସୀ ପ୍ରଭା ସ୍ୱାଇଁ, ଜଗତସିଂହପୁର ଏବଂ ମନୋରମା ଦାଶ ଯୋଗଦେଇ ଆଧ୍ୟାତ୍ମିକ ଭାବନାରେ ଜଗନ୍ନାଥ ଏବଂ ନନ୍ଦିଘୋଷ ରଥର ଜୟଗାନ କରି ବଡ଼ଦାଣ୍ଡ ପରିଭ୍ରମଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭକ୍ତ ମାନଙ୍କୁ ସେବା ପ୍ରଦାନ କରିଥିବା ହଜାରରୁ ଊର୍ଦ୍ଧ୍ବ ସମାଜସେବୀ ଏବଂ ବିଭିନ୍ନ ସେବା ଅନୁଷ୍ଠାନକୁ ନନ୍ଦିଘୋଷ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ସାରସ୍ବତ ସ୍ରଷ୍ଟା ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ” ସନାତନ ଧର୍ମରେ ଘୋଷଯାତ୍ରାର ଆଧ୍ୟାତ୍ମିକ ପ୍ରଭାବ ” ଶୀର୍ଷକ ଗବେଷଣାତ୍ମକ କବିତା / ଗଳ୍ପ/ ପ୍ରବନ୍ଧ ପାଇଁ ତିନି ଶହରୁ ଊର୍ଦ୍ଧ୍ବ ସ୍ରଷ୍ଟାଙ୍କୁ ନନ୍ଦିଘୋଷ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା । କଣ୍ଠଶିଳ୍ପୀ ମାନେ ଜଗନ୍ନାଥ ଜଣାଣ ବଡ଼ ଦାଣ୍ଡରେ ଗାନ କରିଥିଲେ । ନବକାକଳି ପତ୍ରିକାର ରଥ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ଓଡ଼ିଶୀ ନୃତ୍ୟଶିଳ୍ପୀ ଅନିତା ଭୋଇ ପୁରୀ ବଡ଼ ଦାଣ୍ଡରେ ମାହାରୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ହନୁମାନ ଏବଂ ଭଗବାନ ଶଙ୍କରଙ୍କ ଅବତାର ପ୍ରଦର୍ଶନ କରାଯାଇଥିଲା । କବି ଅଭୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

Sunil Chandra Nayak

ବିଶ୍ୱନାଥପୁର-ମୂଷାନାଳ ରାସ୍ତା ବିଭାଗ କଲାନି : ଲୋକ କଲେ ମରାମତି

Sunil Chandra Nayak

ଢଉଗାଁ ରେ ସମିତି ସ୍ତରୀୟ ଯୁଗ୍ମ ଜନଶୁଣାଣି 

Leave a Comment

error: Content is protected !!