ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ଏନଡିୟୁଯେ ସାମ୍ବାଦିକଙ୍କ ବୈଠକ

ନୂଆପଡା: ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ନୂଆପଡାର ନବ ଗଠିତ ସାମ୍ବାଦିକ ସଂଘ ଏନଡିୟୁଯେ ର ସଦସ୍ୟ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନବଗଠିତ ଏନଡିୟୁଜେ ର ଆଗାମୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏନଡିୟୁଜେ ର ସଦସ୍ୟ ମାନଙ୍କ ଉତ୍ସାହ ଦେଖି ଖୁସି ବ୍ୟକ୍ତ କରି କିପରି ଭାବରେ ସଂଘ ନୀତି ନିୟମ ଭିତରେ ରହି ତାହାର କାର୍ଯ୍ୟକଳାପ ଜାରି ରଖୁ ବୋଲି ରାଜ୍ୟ ସଭାପତି ମତବ୍ୟକ୍ତ କରିଥିଲେ।। ଆଗାମୀ ଦିନରେ ବହୁତ ଅଳ୍ପ ଦିନ ଭିତରେ ଏନଡିୟୁଜେ ମାଓ ଅଧିକୃତ ଅଞ୍ଚଳର ସାମ୍ୱାଦିକ ମାନଙ୍କ ସୁରକ୍ଷା କୁ ନେଇ ଏକ ଦୁଇ ଦିନିଆ କର୍ମଶାଳା ଆୟୋଜନ କରିବା ର ଅନୁରୋଧକୁ ଆଗ୍ରହର ସହିତ ମଞ୍ଜୁର କରାଯାଇଛି। ଯେଉଁଥିରେ କଳାହାଣ୍ଡି ,ବଲାଙ୍ଗୀର , ବରଗଡ଼ ଓ ନବରଂଗପୁର ଜିଲ୍ଲାର ସାମ୍ୱାଦିକ ମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଆଜିର ଏହି ବୈଠକରେ ଓୟୁଜେ ର ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ଉପସଭାପତି କିଷାନ ରାଉତ, ନୟାଗଡ଼ ଜିଲ୍ଲା ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ , ବଲାଙ୍ଗୀର ଜିଲ୍ଲା ସଭାପତି ଦୀପକ ବାବୁଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ମଞ୍ଚାସୀନ ଥିବା ବେଳେ ନୂଆପଡ଼ା ଏନଡିୟୁଯେ ର ସୁଶାନ୍ତ କର, ଦେବଦାସ ପାଢ଼ୀ, କୁମର ମଣି ମହନନ୍ଦ , ପୁରୋହିତ ସୁନାନୀ, ବିଶିକେଶନ ପଣ୍ଡା, ନୀଳମଣି ପଣ୍ଡା, ଆଶିଷ ମୁଣ୍ଡ, ଯୁଗଳ ମହାନନ୍ଦ, ରଞ୍ଜିତ ପଣ୍ଡା, ଯୁଧିଷ୍ଠିର ଦୀପ, ଚେତୁରାମ ପଧାନୀ, ଗଣେଶ ବାଗ , ଦିନେଶ ଛାତ୍ରୀଆ , ମହେଶ ବାଗ, ଅଂଶୁମାନ ଅଗସ୍ତିଙ୍କ ସହ ବଲାଙ୍ଗୀର ଓୟୁଜେ ଶାଖାର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୟ କୁମାର ମିଶ୍ର  ଙ୍କ ବ୍ୟଙ୍ଗ କବିତା ଇସ୍ତାହାର

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ତୁମେ ହିଁ ତ ଗୁରୁ

Sunil Chandra Nayak

ଷ୍ଟ୍ରିଟି ଲାଇଟ୍ ପାଇଁ ଏକର ଏକର ଧାନ ଚାଷ ନଷ୍ଟ :ଚିନ୍ତା ରେ ଚାଷୀକୂଳ 

Sunil Chandra Nayak

Leave a Comment

error: Content is protected !!