ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା, ୪ ଆହତ 

ମୋଟର ସାଇକେଲ ଦୁର୍ଘଟଣା, ୪ ଆହତ 

ଡାବୁଗାଁ, ୧୨/୭ (ମ.ନି.ସ.)- ଶୁକ୍ରବାର ପୂର୍ବାହ୍ନ ୧୦ ଘ. ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସୀମାନ୍ତ ରେ ଡାବୁଗାଁ -ଝରୀଗାଁ ମୁଖ୍ୟ ରାସ୍ତାର ଲାଞ୍ଜିଆଗୁଡା- ରାହାସl ଛକ ମଧ୍ୟରେ ଥିବା ରାସ୍ତା କଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ମୋଟରସାଇକେଲ ପିଟି ହୋଇ ୪ ଜଣ ଆହତ ହୋଇଥିଲେ l ଆହତ ମାନଙ୍କ ମଧ୍ୟରେ ଦୁଇଜଣ ପୁରୁଷ, ଜଣେ ମହିଳା ଓ ଗୋଟିଏ ୩ବର୍ଷର ଶିଶୁ ରହିଛନ୍ତି | ସୂଚନା ଯୋଗ୍ୟ:- ନବରଙ୍ଗପୁର ଜିଲା ସଦର ମହକୁମା ନିକଟସ୍ଥ କୁସୁମି ଗ୍ରାମର ପୁରନ ପୂଜାରୀ ଙ୍କ ତିନି ବର୍ଷ ର ଝିଅ ଝରିଗାଁ ବ୍ଳକ ଫୁଫୁଗାଁ ପଞ୍ଚାୟତ ସଦର ମହକୁମା ର ନୀଳାମ୍ବର ଭତ୍ରl ମାମୁଁ ଘରକୁ ଆସିଥିଲା l ପୂରନ ପୂଜାରୀ ଓ ତାଙ୍କ ସହଧର୍ମିଣୀ ଧନମତି ପୂଜାରୀ ଝିଅକୁ ନେବା ପାଇଁ ଏକ ମୋଟରସାଇକେଲ ନମ୍ବର ଓ ଡି ୨୪ ଜେ ୫୨୭୬ ଯୋଗେ ଫୁଫୁଗାଁ ଆସିଥିଲେ l ଝିଅ କୁ ନେବା ସହ ଝିଅର ମାମୁଁଙ୍କୁ ମଧ୍ୟ ସେହି ବାଇକରେ ନେଇ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ l ଫଳରେ ପୁରନ ପୂଜାରୀ(୩୪) ତାଙ୍କ ସହଧର୍ମିଣୀ ଧନମତି ପୂଜାରୀ (୨୬) ଓ ଝିଅର ମାମୁଁ ସନ୍ତୋଷ ପୂଜାରୀ (୧୮) ଏକ ତିନି ବର୍ଷର କୁନି ଝିଅ ହିମାଦ୍ରୀ ପୂଜାରୀଙ୍କୁ ସାଙ୍ଗରେ ଧରି ନିଜ ଗ୍ରାମ କୁସୁମୀ କୁ ନେଇ ଯାଉଥିଲେ l ଦୁର୍ଘଟଣା ଘଟିବା ଦେଖି ଯାଉଥିବା ବାଇକ ଚାଳକ ୧୦୮ କୁ ଫୋନ ଯୋଗେ ଜଣାଇବା ପରେ ୧୦୮ ଗାଡି ଆହତ ୪ ଜଣ ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ମା, ଝିଅ ଗୁରୁତର ଥିବାରୁ ତାଙ୍କୁ ୧୦୮ ଦ୍ୱାରା ନବରଙ୍ଗପୁର ସଦର ମହକୁମା ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ଦ୍ବାରା ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଲ୍ୟାପଟପ ଓ ଭିନ୍ନକ୍ଷମ ବିବାହିତ ଦମ୍ପତି ଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ

masiha

କଳାହାଣ୍ଡିରେ ଦ୍ଵିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା କ୍ରିୟାନୁଷ୍ଠାନ କମିଟି ଦାବି ପୂରଣ ନହେଲେ ହେବ ଭୟାବହ ଆନ୍ଦୋଳନ

masiha

ଇନ୍ଦ୍ରାବତୀ ପ୍ରକଳ୍ପ ରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାଲି ଓ ଆନ୍ଦୋଳନ ଓହ୍ଲାଇବା ପାଇଁ ଦାବୀପତ୍ର : ମାଗିଲେ ପ୍ରକଳ୍ପ କର୍ତ୍ତୃପକ୍ଷ ସମୟ

masiha

Leave a Comment

error: Content is protected !!