ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାରପୁର କାଗଜକଳ ଇପିଏଫ୍ ପେନସନଭୋଗୀଙ୍କ ବୈଠକ 

ବଲାରପୁର କାଗଜକଳ ଇପିଏଫ୍ ପେନସନଭୋଗୀଙ୍କ ବୈଠକ 

କଟକ : ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନର କଟକ ଜିଲ୍ଲା ପକ୍ଷରୁ ବଲାରପୁର କାଗଜ କଳ ଇପିଏଫ୍ ପେନସନଭୋଗୀଙ୍କ ବୈଠକ ସିଦ୍ଧ ଧେଉଳେଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ସଭାପତି ଅଗାଧୁ ଚରଣ ପ୍ରଧାନ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଜାତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ସର୍ବନିମ୍ନ ଏକ ହଜାର ହଜାର ଟଙ୍କା ଓ ତାଠାରୁ କମ୍ ପାଉଥିବା ଇପିଏଫ୍ ପେନସନଭୋଗିଙ୍କ ସର୍ବନିମ୍ନ ପେନସନ ମାସିକ ନଅ ହଜାର ଟଙ୍କା ସହ ମହାଙ୍ଗାଭତା ପ୍ରଦାନ,ନିଶୁଳ୍କ ସ୍ବାସ୍ଥ୍ୟ ସେବା ଯୋଜନା ୭୦ବର୍ଷ ପରିବର୍ତ୍ତେ ୬୦ବର୍ଷରୁ ଲାଗୁ କରିବାକୁ ଦାବି କରିଥିଲେ। ଦାବୀ ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବବୋଲି ସଭାପତି ଅଗାଧୁ ପ୍ରଧାନ,ସମ୍ପାଦକ ବିନୋଦ ବେହେରା,କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ,ଯୁଗ୍ମ ସମ୍ପାଦକ ବୁଲେଇ ବେହେରା,ଅଲେଖ ନାୟକ ଓ ଆଦିତ୍ୟ ପଟ୍ଟନାୟକ ପ୍ରମୁଖ ଚେତାବନୀ ଦେଇଥିଲେ । ବଲାରପୁର କାଗଜକଳ ପେନସନଭୋଗୀଙ୍କର ଏକ ୧୧ଜଣିଆ ପରିଚାଳନା କମିଟି ଗଠନ କରାଯାଇଥିଲା । ସେଥିରେ ଦୈତାରି ଭଦ୍ର,କ୍ଷେତ୍ରବାସୀ ପାତ୍ର, କେଦାରନାଥ ସାହୁ,ଅଲେଖ ସ୍ବାଇଁ, ରମେଶ ଚନ୍ଦ୍ର ମହାନ୍ତି,ମହାଦେବ ବେଉରା,ସନାତନ ମହାପାତ୍ର, ରବିନାରାୟଣ ବାରିକ,ରବୀନ୍ଦ୍ରନାଥ ଶତପଥୀ,ଅରକ୍ଷିତ ମହାରଣା ଓ ଖୋକନ୍ ନନ୍ଦୀ ପ୍ରମୁଖ ସଦସ୍ୟ ରହିଲେ। ଦୈତାରି ଭଦ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବର ରୌପ୍ୟଜୟନ୍ତୀ ଅବସରରେ ଭବ୍ୟ ମଶାଲ ଶୋଭାଯାତ୍ରା

Sunil Chandra Nayak

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପାଳନ କଲା ବିଏମ୍ଏସର ୭୧ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ : ସରକାରଙ୍କ ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ସ୍ଥଳୀ, ମାନ୍ଯତା ପାଇବାରେ ବଞ୍ଚିତ

Sunil Chandra Nayak

Leave a Comment

error: Content is protected !!