ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାପାଙ୍କ ମୃତ୍ୟୁ ଓ ମାଆଙ୍କ ଅନ୍ୟତ୍ର ବିବାହ ପରେ ଅସହାୟ ଦୁଇ ନାବାଳକ ସନ୍ତାନ

ବାପାଙ୍କ ମୃତ୍ୟୁ ଓ ମାଆଙ୍କ ଅନ୍ୟତ୍ର ବିବାହ ପରେ ଅସହାୟ ଦୁଇ ନାବାଳକ ସନ୍ତାନ

ମହାକାଳପଡ଼ା: ସ୍ତ୍ରୀ ପର ପୁରୁଷଙ୍କ ସହ ସମ୍ପର୍କ ରଖିଲା ବୋଲି ଜୀବନ ହାରିଲା ସ୍ଵାମୀ। ସ୍ୱାମୀ ମୃତ୍ୟୁ ପରେ ଅନ୍ୟତ୍ର ବିବାହ କଲା ଦୁଇଟା ପିଲାର ମାଆ ମାନି ସାମଲ। ଏବେ ଦୁଇଟି ନାବାଳକ ସନ୍ତାନ ଅସହାୟ। ଏମିତି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବରକନ୍ଧା ଗ୍ରାମ ପଞ୍ଚାୟତ ତେନ୍ତୁଳିକନ୍ଧା ଗ୍ରାମରେ। ଏବେ ଦୁଇଟି ନାବାଳକ ସନ୍ତାନ ଖାଇବେ କ’ଣ? ରହିବେ କେଉଁଠି? ତାକୁ ନେଇ ପ୍ରଶ୍ନ ଉଠାଇଛି ମହାକାଳପଡ଼ା ୟୁଥ୍ ଗ୍ରୁପ୍। ବାପା ମାଆଙ୍କ ପରେ ତାଙ୍କ କଥା କିଏ ବୁଝିବ। ସ୍ୱର୍ଗତ ଗଗନ କୁମାର ସେନାପତି ଓ ମାନି ସାମଲଙ୍କ ଦୁଇଟି ସନ୍ତାନ। ସୁଭ୍ରଜିତ୍ ସେନାପତି ଓ ଆନିସା ସେନାପତି। ସେମାନଙ୍କୁ ଜିଲ୍ଲା ପ୍ରଶାସନ ଓ ମହାକାଳପଡ଼ା ବ୍ଲକ ପ୍ରଶାସନ ତରଫରୁ ଥଇଥାନ ସହିତ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମହାକାଳପଡ଼ା ୟୁଥ୍ ଗ୍ରୁପ୍ ପରିବାର ତରଫରୁ ଦାବି ହେଉଛି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

କିନ୍ନର ମାନଂକ ଇଷ୍ଟ ଦେବୀ ପୁଜା ପାଳିତ

Sunil Chandra Nayak

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜୁନାଗଡ଼ ରେ ଆରମ୍ଭ ହେଲା ଅର୍ପଣ ରଥ

masiha

କୈବଲ୍ୟ ସାହିତ୍ୟ ସଂସଦର ବଡ଼ଦାଣ୍ଡ ସମ୍ମାନ ସମାରୋହ

Sunil Chandra Nayak

Leave a Comment

error: Content is protected !!