ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗ୍ରାମୀ ଗଙ୍ଗାଧର ପାଇକରାୟଙ୍କ ଜୀବନୀ ଆମ ସମୟର ଆଦର୍ଶ : ସମ୍ପାଦକ ନାରାୟଣ ଚଂଦ୍ର ମହାନ୍ତି

ସଂଗ୍ରାମୀ ଗଙ୍ଗାଧର ପାଇକରାୟଙ୍କ ଜୀବନୀ ଆମ ସମୟର ଆଦର୍ଶ : ସମ୍ପାଦକ ନାରାୟଣ ଚଂଦ୍ର ମହାନ୍ତି 

କଟକ : ଖୋର୍ଦ୍ଧା ଜିଲ୍ଲା ସାନ ପଦର ଗ୍ରାମରେ ୧୯୦୫ ରେ ଜନ୍ମ ଗ୍ରହଣ କରିଥିଲେ ଗଙ୍ଗାଧର ପାଇକରାୟ । ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜାତୀୟ ପତାକା ଆନ୍ଦୋଳନରେ ଯୋଗ ଦେଇ କାରାବରଣ କରିଥିଲେ । ବେଗୁନିଆ ନିର୍ବାଚନ ମଣ୍ଡଳୀ ରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୪୩ ମସିହାରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇ ଲବଣ ସତ୍ୟାଗ୍ରହ ଓ ବିଦେଶୀ ବସ୍ତ୍ର ବର୍ଜନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥଲେ । ଆଜି ତାଙ୍କର ୧୦୯ ତମ ଜନ୍ମ ଜୟନ୍ତୀରେ କଟକ ସଦର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ପାଦକ ତଥା ଭଏସ ଅଫ ମିଡିଆର ଉପଦେଷ୍ଟା ନାରାୟଣ ଚନ୍ଦ୍ର ମହାନ୍ତି,ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଅଭୟ ଦାସ ପ୍ରମୁଖ ଶ୍ରଦ୍ଧାଂଜଳି ଅର୍ପଣ ସହ କୋଟି କୋଟି ପ୍ରଣାମ ଜଣାଇଛିନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସାଇଭେଲି ୱାଲ୍ଡ ସ୍କୁଲର ୧୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ

masiha

ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସ୍ଥାପନ ଦାବି କଲେ ସାଂସଦ ନିରଞ୍ଜନ ବିଶି.

Sunil Chandra Nayak

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ଚିତ୍ରାଙ୍କନ ( ୱାଲ୍ ପେଣ୍ଟିଂ)ପ୍ରତିଯୋଗିତା 

masiha

Leave a Comment

error: Content is protected !!